ଠେଙ୍ଗାପାଳି କରି ଚୋର ଜଗୁଛନ୍ତି ଗ୍ରାମବାସୀ

ବୋଲଗଡ଼,୯।୧୦(ଡି.ଏନ୍‌.ଏ.):ଖୋର୍ଦ୍ଧା ଜିଲା ବୋଲଗଡ଼ ଏବଂ ବେଗୁନିଆ ଥାନା ଅଞ୍ଚଳରେ ଚୋରି ବୃଦ୍ଧି ପାଇବାରେ ଲାଗିଛି। ବେଗୁନିଆ ଥାନା ତଥା ବୋଲଗଡ ବ୍ଲକ ଅଧୀନ ଧଳାପଥର ଫାଣ୍ଡି ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମରେ ଚୋରି ବଢ଼ିଚାଲିଥିବାରୁ ଗ୍ରାମବାସୀ ଠେଙ୍ଗାପାଳି କରି ଗ୍ରାମ ଜଗୁଥିବା ଦେଖିବାକୁ ମିଳିଛି। ପ୍ରକାଶ ଯେ, ଗ୍ରାମର ବିଭବ ମହାପାତ୍ରଙ୍କ ଘର କବାଟ ତାଲା ଭାଙ୍ଗି ବହୁ ମୂଲ୍ୟବାନ ଆସବାବପତ୍ର ଚୋରି ହୋଇଥିବା ଜଣାପଡିଛି। ଅନୁରୂପଭାବେ ଅଗଷ୍ଟ ୮ରେ ନିରଞ୍ଜନ ମହାପାତ୍ର ଓ ବସନ୍ତ ମାହାପାତ୍ରଙ୍କ ଘର ତାଲା ଭାଙ୍ଗି ଚୋରି ହୋଇଥିବା ବେଳେ ସେପ୍ଟେମ୍ବର ୨ରେ ଗୋକୁଳାନନ୍ଦ ସାହୁଙ୍କ ଘରୁ, ୧୭ ତାରିଖରେ ନକୁଳ ସାହୁଙ୍କ ଘରୁ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଥିଲା। ସେହିପରି ନିକଟ ଆରିକମା ଗ୍ରାମରୁ ଗତ ୧୯ ତାରିଖରେ ଗ୍ରୀଲ ତାଡ଼ି ୫୦ ହଜାର ଟଙ୍କା ସହ ପ୍ରାୟ ୧୦ଲକ୍ଷ ଟଙ୍କାର ସୁନାଗହଣା ଚୋରି ହୋଇଛି। ଗତ ୨୭ ତାରିଖରେ ସାନକୁମ୍ଭାରୀ ଗ୍ରାମରେ ଜଣଙ୍କ ଘରୁ ଟଙ୍କା ଓ ସୁନା ଓ ଅକ୍ଟୋବର୍‌ ୩ ରେ ୫୮ ନମ୍ବର ରାଜ୍ୟ ରାଜପଥର ଗେଡିଆପଲ୍ଲୀ ଛକ ନିକଟରୁ ଜନୈକ ବ୍ୟବସାୟୀଙ୍କୁ ଭୟଭୀତ କରାଇ ଲକ୍ଷାଧିକ ଟଙ୍କା ଲୁଟ ପରି ଘଟଣା ବୃଦ୍ଧି ପାଇଥିଲେ ମଧ୍ୟ ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ଚେଷ୍ଟା କରି ମଧ୍ୟ କୌଣସି ସୁରାକ ପାଇ ପାରିନାହିଁ। ଦୁର୍ବୃତ୍ତଙ୍କୁ ଧରିବାରେ ବିଫଳତା ନେଇ ପୋଲିସ ଉପରୁ ସାଧାରଣ ଲୋକଙ୍କ ଭରସା ତୁଟିବାରେ ଲାଗିଛି। ଫଳରେ ଠଣାପଲ୍ଲୀ ଗ୍ରାମରେ ଠେଙ୍ଗାପାଳି ଆରମ୍ଭ ହୋଇଛି। ଗ୍ରାମବାସୀ ପାଳି କରି ଠେଙ୍ଗା ଧରି ରାତିରେ ଚୋର ଜଗୁଛନ୍ତି। ତୁରନ୍ତ ପୋଲିସ ପ୍ରଶାସନ ତତ୍ପରତା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ରହୁଥିବା ଜଙ୍ଗଲ ଆଜି ବାଘୁଆମେଦ ଗାଁ

ମହାକାଳପଡ଼ା, ୩୦ା୭ (ଡି.ଏନ୍‌.ଏ.): ସାରା ରାଜ୍ୟର ବିଭିନ୍ନ ବନଖଣ୍ଡରେ ପାଳନ ହେଉଛି ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ। ବାଘଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସରକାର ବିଭିନ୍ନ...

ଦମ୍ପତିଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ଦୁର୍ବୃତ୍ତ, ସ୍ବାମୀ ଗୁରୁତର

ଚିତ୍ରଡ଼ା,୭ା୧: ମୟୂରଭଞ୍ଜ ଜିଲା ବାରିପଦା-ଚିତ୍ରଡ଼ା ରାସ୍ତାର ଗୁଞ୍ଜୁସାହି ଛକ ନିକଟରେ ଗୁରୁବାର ୪ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଦମ୍ପତିଙ୍କଠାରୁ ସୁନା ଗହଣା ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ...

ସାମାଜିକ ବାସନ୍ଦ ବିରୋଧରେ ଦୃଢ଼ ହେଲେ ପ୍ରମିଳା

ଗୁଡ଼ଭେଲା, ୩।୧ (ଡ଼ି.ଏନ.ଏ.): ବାପାଙ୍କ ମୃତଦେହ ଘରେ ୨ ଦିନ ହେଲା ପଡ଼ିଥିଲା। ମୁଣ୍ଡପିଟି କାନ୍ଦୁଥିଲେ ପରିବାର ଲୋକେ। ଶୋକରେ କାହାର ପାଟି ଫିଟୁ ନ...

ଖାଦ୍ୟ ପ୍ରସ୍ତୁତ ବେଳେ ଅଗ୍ନିକାଣ୍ଡ

ବାଉଁଶୁଣୀ,୧୧ା୧(ଡି.ଏନ.ଏ.): ବୌଦ୍ଧ ଜିଲା ବାଉଁଶୁଣୀ ଥାନା ସାହାଜପାଲ ଛକ ନିକଟରେ ଥିବା ଏକ ହୋଟେଲରେ ଗ୍ୟାସ ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଛି । ହେଲେ ହୋଟେଲ...

ଦୁରଦିନରେ ଗରିବ୍‌ ପରିବାର: ଭାଇ, ମାଏକିନାର ଚିକିଛା ଚିନ୍‌ତାରେ ବିକୀର୍ତ୍ତନ

ବିନିକା,୧୬।୧୨ (ଡି.ଏନ୍‌.ଏ.)- ସୁବର୍ଣପୁର ଜିଲା ବିନିକା ବ୍ଲକ ସେଲେଡ଼ି ପଁଚେତ୍‌ ତୁଲୁଣ୍ଡିପାଲି ଗଁାର ହରିଜନ ପଡ଼ାର ବିକୀର୍ତ୍ତନ ନାଗ(୩୧)। ପରିବାର କହେଲେ ବାପ୍‌ ରମେଶ ନାଗ,...

ରଙ୍ଗେଇଲୁଣ୍ଡା ବ୍ଲକ: ଚିହ୍ନଟ ହେଲେ ନକଲି ଶିକ୍ଷୟିତ୍ରୀ

ଗୋପାଳପୁର,୮।୧- ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ନାରାୟଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷୟିତ୍ରୀଙ୍କର ସିଟି ସାର୍ଟିଫିକେଟ ବୁଧବାର ଯାଞ୍ଚ ପରେ ନକଲି ଜଣାପଡିଛି। ଶିକ୍ଷୟିତ୍ରୀ...

ଭଞ୍ଜନଗର ସହରରେ ରିଙ୍ଗ୍‌ ରୋଡ଼ ପାଇଁ ବାଟ ଫିଟିଲା

ଭଞ୍ଜନଗର,୨୧ା୫(ଡି.ଏନ.ଏ): ଭଞ୍ଜନଗର ବ୍ଲକର ବିଭିନ୍ନ ସ୍ଥାନରେ ଥିବା ମେଗା ପ୍ରକଳ୍ପରୁ ବର୍ତ୍ତମାନ କେବଳ ଖରିଫ୍‌ ଋତୁରେ ହିଁ ଜମିକୁ ପାଣି ଦିଆଯାଉଛି। ରବି ଋତୁରେ ଚାଷୀଙ୍କୁ...

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ବାରିପଦା ଅଫିସ,୬ା୧୧-ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅଧୀନ ଗାଙ୍ଗରାଜ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଗୁରୁବାର ଅବକାରୀ ବିଭାଗ ଚଢ଼ାଉ କରି ୩୬ କେ.ଜି ଗଞ୍ଜେଇ...

Advertisement
Archives

Model This Week