ଆମ ଜିଲା ଖବର

ଟ୍ରାନ୍ସଫର୍ମର ପୋଡ଼ି ୨ ଗାଁ ଅନ୍ଧାର

ବଇଣ୍ଡା, ୨୬।୧୦(ଡି.ଏନ୍‌.ଏ.): ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର କୁଡ଼ାସାହି ଓ ବାଲିସାହିକୁ ବିଦ୍ୟୁତ୍‌ ଯୋଗାଉଥିବା ୬୩ କେଭି କ୍ଷମତା ବିଶିଷ୍ଟ ଟ୍ରାନ୍ସଫର୍ମର ୫ଦିନ ହେଲା ପୋଡ଼ିଯାଇଛି। ଫଳରେ ସମ୍ପୃକ୍ତ ୨ ଗ୍ରାମର ବାସିନ୍ଦା ଅନ୍ଧାରରେ ଦିନ କାଟୁଛନ୍ତି। ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ…

ଆଦ୍ୟାଶାଙ୍କୁ ମିଳିଲା ଇଣ୍ଡିଆ ବୁକ୍‌ ସାର୍ଟିଫିକେଟ

ପାରାଦୀପ,୨୬ା୧୦(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ପିପିଏଲ ଟାଉନଶିପରେ ରହୁଥିବା ଗଗନ ବିହାରୀ ସାହୁଙ୍କ ୩ ବର୍ଷୀୟା ଝିଅ ଆଦ୍ୟାଶାଙ୍କୁ ମିଳିଛି ଇଣ୍ଡିଆ ବୁକ୍‌ ରେକର୍ଡ ସାର୍ଟିଫିକେଟ। ତାଙ୍କର ଅସାଧାରଣ ସ୍ମରଣଶକ୍ତି ପାଇଁ ଏହି ସାର୍ଟିଫିକେଟ ମିଳିଛି ବୋଲି ତାଙ୍କ ବାପା ଗଗନ…

ଉଗ୍ର ହେଉଛି ପାରାଦୀପ ବନ୍ଦର ଲେବର ଟ୍ରଷ୍ଟି ନିର୍ବାଚନ

ପାରାଦୀପ,୨୬ା୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ବୋର୍ଡ ଅଫ ମେମ୍ବର(ଲେବର ଟ୍ରଷ୍ଟି) ନିର୍ବାଚନ ଆଉ ଦୁଇ ଦିନ ବାକି ଥିବାବେଳେ ପ୍ରଚାର ଓ ଆରୋପ ପ୍ରତ୍ୟାରୋପ ଉଗ୍ର ହୋଇଛି। ଏହା ମଧ୍ୟରେ କେତେକ ରୋଚକ ଘଟଣା ଘଟିଛି। ରବିବାର ରାତି ୧୧ ଟାରେ ପାରାଦୀପ…

ଅନୁଗୋଳରେ ଗଢ଼ାହେଲା କ୍ୟାମ୍ପସ୍‌ କମିଟି

ଅନୁଗୋଳ ଅଫିସ, ୨୬।୧୦: ଦୀର୍ଘ ୪ ବର୍ଷ ହେବ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇ ନ ଥିବା ବେଳେ ଚଳିତବର୍ଷ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନୂତନ କ୍ୟାମ୍ପସ୍‌ କମିଟିମାନ ଗଢ଼ା ହେଉଛି। ଏଥିରେ…

ନିଶା ପାଇଁ ହେଉଛି ହତ୍ୟା

ବ୍ରହ୍ମପୁର ଅଫିସ,୨୬।୧୦: ଗଞ୍ଜାମ ଜିଲାରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଛି। ମଦ, ଗଞ୍ଜେଇ, ବ୍ରାଉନ୍‌ସୁଗାର ଭଳି ନିଶା କବଳରେ ପଡ଼ି ବହୁ ଲୋକ ବିପଥଗାମୀ ହେଉଛନ୍ତି। ପରିସ୍ଥିତି ଏମିତି ହେଉଛି, ନିଶାସକ୍ତମାନେ ନିଶା ସେବନ ପାଇଁ ହତ୍ୟା କରିବାକୁ…

୩ ବର୍ଷ ନ ପୂରୁଣୁ ରାସ୍ତା ଫାଟି ଆଁ

ବୁଗୁଡ଼ା,୨୬।୧୦(ଡି.ଏନ.ଏ.): ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତା ୩ ବର୍ଷ ନ ପୁରୁଣୁ ଫାଟି ଆଁ ହୋଇଗଲାଣି। ଏମିତି ଅବସ୍ଥା ଦେଖିବାକୁ ମିଳିଛି ବୁଗୁଡ଼ା ବୁଦ୍ଧଖୋଲ ରାସ୍ତାଠାରୁ ଆଦିପୁର ଗ୍ରାମକୁ ସଂଯୋଗ କରିବା ପାଇଁ…

ଗାଁରେ ହସ ଲିଭାଇଛି କିଡ୍‌ନୀ ରୋଗ

ଫୁଲବାଣୀ ଅଫିସ, ୨୬।୧୦: କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ସୁଡ୍ରୁକୁମ୍ପା ପଞ୍ଚାୟତ ରାଣୀପଥର ଗାଁରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଅଧିକାଂଶ ଆକ୍ରାନ୍ତ ହେଉଛନ୍ତି ପୁରୁଷ ା ଆଶା ଆଶଙ୍କାରେ ପ୍ରତି ମୁହୂର୍ତ୍ତ କଟୁଛି। ରାଣୀପଥର ଗାଁର ନୂଆସାହି, ବଙ୍ଗଳା ସାହି,…

ବିଜେଡି ମିଶ୍ରଣ ନାଁରେ ବିଭ୍ରାନ୍ତ କରୁଛି: ଭାଜପା

ଧାମନଗର,୨୬।୧୦ (ସ୍ବ.ପ୍ର./ଡି.ଏନ.ଏ.): ଧାମନଗର ନିର୍ବାଚନମଣ୍ଡଳୀ ଭାଜପା କର୍ମୀଙ୍କ ଦଳ ଛାଡ଼ିବା ପ୍ରସଙ୍ଗ ତଥା ବିଜେଡିରେ ଭାଜପାର କର୍ମୀ, ସମର୍ଥକଙ୍କ ଯୋଗଦାନ ଘଟଣାକୁ ଖଣ୍ଡନ କରିଛି ଭାଜପା। ଭାଜପା ଧାମନଗର ବ୍ଲକ ଶହୀଦନଗରଠାରେ ସୋମବାର ଅପରାହ୍ନରେ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ଏଭଳି…

ଗୋଠ ପୂଜା ପରେ ଅଣ୍ଡା ଉପରେ ଚାଲିଲେ ଗୋରୁ

କେନ୍ଦୁଝର/ପାଟଣା,୨୬।୧୦(ସ୍ବ.ପ୍ର.): କାଳୀପୂଜା ବା ଦୀପାବଳିକୁ ଅନେକେ ବାଣ ଫୁଟାଇ, ବିଭିନ୍ନ ପ୍ରକାର ଆଲୋକରେ ସଜାଇ ପାଳନ କରିଥାନ୍ତି। କୁଡୁମୀ ତଥା ଅନ୍ୟ କେତେକ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏହାକୁ ଧୁମ୍‌ଧାମ୍‌ରେ କୃଷିଭିତ୍ତିକ ବାନ୍ଦନା ପରବ ଭାବେ ପାଳନ କରିଛନ୍ତି। ଏହାକୁ ମଧ୍ୟ…

ନିର୍ମାଣ କାର୍ଯ୍ୟ ମାସେ ନ ପୂରୁଣୁ ରାସ୍ତାରେ ଫାଟ

ନିମାପଡ଼ା,୨୬।୧୦(ଡି.ଏନ୍‌.ଏ.): ନିର୍ମାଣ କାର୍ଯ୍ୟ ମାତ୍ର ୧ ମାସ ନ ପୂରୁଣୁ ରାସ୍ତା ଫାଟି ଦୁଇ ଫାଳ ହୋଇଯାଇଥିବା ଦେଖିବାକୁ ମିଳିଛି। ରାସ୍ତା କାର୍ଯ୍ୟ ନିମ୍ନମାନର ଏବଂ ଏଥିରେ ବ୍ୟାପକ ଅନିୟମିତତା କରାଯାଇଥିବା ନେଇ ନିମାପଡ଼ା ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି। ବ୍ଲକ…

ପୂର୍ବ ଶତ୍ରୁତାକୁ ନେଇ ଗୁଳି, ବୋମାମାଡ଼

ପିପିଲି,୨୬।୧୦(ଡି.ଏନ୍‌.ଏ./ସ୍ବ.ପ୍ର.): ପୁରୀ ଜିଲା ପିପିଲି ଅଞ୍ଚଳରେ ସୋମବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ଓ ବୋମାମାଡ଼ ହୋଇଛି। ପ୍ରଥମେ ପିପିଲି ଏନ୍‌ଏସି ଅଞ୍ଚଳରେ ଗୁଳିକାଣ୍ଡ ଘଟିଥିବାବେଳେ ଏଥିରେ ସ୍ଥାନୀୟ ଉଜାଣିପଡା ଗ୍ରାମର ସନାତନ ପ୍ରଧାନ ଓରଫ ସାନୁ ଗୁରୁତର…

ମାଓବାଦୀ-ଯବାନ ଗୁଳି ବିନିମୟ

ନୂଆପଡ଼ା ଅଫିସ,୨୬।୧୦: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ରବିବାର ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ଉଭୟଙ୍କ ମଧ୍ୟରେ ୨ ଥର ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି। ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ। ସ୍ଥାନୀୟ ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?