ଭାଇ ପଠାଇଥିବା ମନିଅର୍ଡର ସାଢେ ୪ବର୍ଷ ପରେ ପହଞ୍ଚିଲା ଭଉଣୀ ପାଖରେ

ଟେନ୍‌ସା,୧।୧୨(ଡି.ଏନ୍‌.ଏ.): ମାସେ ନୁହେଁ କି ଦୁଇ ମାସ। ବର୍ଷେ ନୁହେଁ କି ଦୁଇ ବର୍ଷ। ମନିଅର୍ଡର ପହଞ୍ଚତ୍ବାକୁ ଲାଗିଗଲା ସାଢେ ୪ବର୍ଷ। ଡାକବିଭାଗର ଅବହେଳା ପାଇଁ ଏଭଳି ହୋଇଛି। ସୁନ୍ଦରଗଡ଼ ଜିଲା ରାଉରକେଲାରୁ ଭାଇ ପଠାଇଥିବା ମନିଅର୍ଡ଼ର ଟଙ୍କା ୧୦୦କିମି ଦୂର ଟେନ୍‌ସାରେ ରହୁଥିବା ଭଉଣୀଙ୍କୁ ସାଢେ ୪ବର୍ଷ ପରେ ଡାକଘରୁ ମିଳିଛି।

ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକର ଟେନ୍‌ସାରେ ରହୁଛନ୍ତି ଭଉଣୀ ସୁମିତ୍ରା ବିଶ୍ବାଳ। ରାଉରକେଲା ସେକ୍ଟର-୮କ୍ୱାର୍ଟର୍ସ ନଂ.୧୦୮ରେ ରହୁଛନ୍ତି ସୁମିତ୍ରାଙ୍କ ଭାଇ। ସାବିତ୍ରୀ ଅମାବାସ୍ୟା ପାଇଁ ସୁମିତ୍ରାଙ୍କ ପାଖକୁ ୨୦୧୮ ମେ ୯ରେ ୫୦୦ ଟଙ୍କା ସେକ୍ଟର ୧୯ ପୋଷ୍ଟ ଅଫିସରେ ମନିଅର୍ଡର କରିଥିଲେ ତାଙ୍କ ଭାଇ। ଯାହାର ଇଏମଓ ନମ୍ବର ୦୯୧୦୯୭୨୫୮୫୭୦୪୬୦୦୧୦। କିନ୍ତୁ ମନି ଅର୍ଡର ଟଙ୍କା ଭଉଣୀ ପାଖରେ ପହଞ୍ଚତ୍ଲା କି ନାହିଁ ଏ ସମ୍ପର୍କରେ ବୁଝାବୁଝି କରି ନ ଥିଲେ। ଭଉଣୀ ମଧ୍ୟ ସେ ନେଇ ଭାଇଙ୍କୁ କିଛି ଜଣାଇ ନ ଥିଲେ। ସେହି ୫୦୦ ଟଙ୍କାର ମନିଅର୍ଡର ସୁମିତ୍ରାଙ୍କ ପାଖରେ ୨୦୨୨ ନଭେମ୍ବର ୨୬ରେ ପହଞ୍ଚିଥିଲା। ମନିଅର୍ଡର ଟଙ୍କା ପାଇ ଭଉଣୀ ଭାଇ ପାଖକୁ ଫୋନ କରି ପଚାରିଥିଲେ। ଭାଇ କହିଲେ ମୁଁ ଏବେ ତ ପଠାଇନାହିଁ। ସାବିତ୍ରୀ ଓଷା ପାଇଁ ପାଞ୍ଚ ଶହ ଟଙ୍କା ସାଢେ ଚାରିବର୍ଷ ପୂର୍ବେ ମନିଅର୍ଡର କରିଥିବା କଥା କହିଥିଲେ। ଏହି ଘଟଣା ଜଣାପଡିବା ପରେ ଡାକ ବିଭାଗର ଅବହେଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପାଞ୍ଚ ଶହ ଟଙ୍କାର ମନିଅର୍ଡର ରାଉରକେଲାରୁ ଟେନସା ପହଞ୍ଚିବାକୁ ଯଦି ସାଢେ ୪ବର୍ଷ ଲାଗିଲା ରାଜ୍ୟ ବାହାରକୁ କେତେ ବର୍ଷ ଲାଗିବ ଏନେଇ ଆଲୋଚନା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପରିଷଦ ଉପାଧ୍ୟକ୍ଷା ହେଲେ ମିଥିଳା

ବଲାଙ୍ଗୀର ଅଫିସ, ୨୫।୩- ଶୁକ୍ରବାର ଅନୁଷ୍ଠିତ ଜିଲା ପରିଷଦ ଉପାଧ୍ୟକ୍ଷା ନିର୍ବାଚନରେ ମୁରିବାହାଲ ୨୭ ନମ୍ବର ଜିଲା ପରିଷଦ ଜୋନର ଜିଲା ପରିଷଦ ପ୍ରାର୍ଥିନୀ ମିଥିଳା...

ଟଙ୍କା ପାଇଁ ୩୦ କି.ମି ଘୁଷୁରି ଘୁଷୁରି ଗଲେ ଭିନ୍ନକ୍ଷମ

କେନ୍ଦୁଝର,୨୧ା୬(ସ୍ବ.ପ୍ର.)-ଆଜିର ଡିଜିଟାଲ ଯୁଗରେ ଏବେ ମଧ୍ୟ ଅନେକ ଗ୍ରାମ ରହିଛି ଯେଉଁଠି ବ୍ୟାଙ୍କିଙ୍ଗ ସେବା ଅପହଞ୍ଚ ହୋଇରହିଛି। ଫଳରେ ଲୋକମାନେ ଟଙ୍କା ଉଠାଣ ଓ ଜମା...

‘ଉଚ୍ଚମାନର ଖଣିକୁ ନିମ୍ନମାନର ଦର୍ଶାଯାଉଛି’

ଭୁବନେଶ୍ବର,୧୩ା୯(ବ୍ୟୁରୋ):ଓଡ଼ିଶାର ଖଣି ଦୁର୍ନୀତି ‘ଭ୍ରଷ୍ଟାଚାର’ ନୁହେଁ, ଏକ ବିରାଟ ସ୍କାମ୍‌। ରାଜ୍ୟରେ ଥିବା ବିଭିନ୍ନ ଖଣି ଘରୋଇ ମାଲିକାନାରେ ରହିଛି। ଏଥିରୁ ବାହାରୁଥିବା ଉଚ୍ଚମାନର ଲୁହାପଥରକୁ...

ହାଇକୋର୍ଟ ଗଲେ ବାବୁସାନ୍‌

କଟକ ଅଫିସ,୨୭ା୭: ଓଲିଉଡ୍‌ ଅଭିନେତା ବାବୁସାନ୍‌ ମହାନ୍ତି ବୁଧବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜଧାନୀ ରାଜରାସ୍ତାରେ ଅଭିନେତା ବାବୁସାନ୍‌, ସ୍ତ୍ରୀ ତୃପ୍ତି ଏବଂ ଅଭିନେତ୍ରୀ ପ୍ରକୃତି...

ମାର୍ଶାଘାଇରେ କାଳବୈଶାଖୀର ତାଣ୍ଡବ

ମାର୍ଶାଘାଇ,୨୨।୩(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ୨ଟାରୁ ସାଢେ ୩ଟା ପର୍ଯ୍ୟନ୍ତ କାଳବୈଶାଖୀର ତାଣ୍ଡବ ସାଙ୍ଗକୁ କୁଆପଥର ବର୍ଷା ହୋଇଯାଇଛି। ପ୍ରବଳ...

ବୁଲେଟ୍‌ ପ୍ରୁଫ୍‌ ସଂଗ୍ରହାଳୟ ସୁରକ୍ଷା ଢିଲା

ଚଣ୍ଡିଖୋଲ,୧୦।୧(ଡି.ଏନ.ଏ.): ଯାଜପୁର ଜିଲାର ବୌଦ୍ଧ ହୀରକ ତ୍ରିଭୁଜ ଭାବେ ପରିଗଣିତ ଲଳିତଗିରି, ରତ୍ନଗିରି ଓ ଉଦୟଗିରି ସାରାବିଶ୍ୱରେ ଓଡ଼ିଶାର ପରିଚୟ ସୃଷ୍ଟି କରିଛି। ଏହା ମଧ୍ୟରୁ...

ଓଲଟିଲା ଯାତ୍ରୀବାହୀ ବସ୍‌

ମୋହନା,୨୬ା୯(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ରାଇସିଂ ଘାଟିରେ ସୋମବାର ଭୋର୍‌ରୁ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବାରୁ ଏଥିରେ ଥିବା ପ୍ରାୟ ୨୫ ଯାତ୍ରୀ ଅଳ୍ପକେ...

ଦେକଣୀ ନଦୀରେ ଯାତ୍ରୀବାହୀ ଡଙ୍ଗା ଓଲଟିଲା

ବାଲିକୁଦା,୨୩ା୧(ସ୍ବ.ପ୍ର.):ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ କୁଶୁପୁର ପଞ୍ଚାୟତର ସମୁଦ୍ରକୂଳ ଆକାଶିଆ ଜଙ୍ଗଲରୁ ବଣଭୋଜି ସାରି ଫେରୁଥିବାବେଳେ ରବିବାର ସନ୍ଧ୍ୟାରେ ଦେକଣୀ ନଦୀରେ ଯାତ୍ରୀବାହୀ ଡଙ୍ଗା...

Advertisement
Archives

Model This Week