ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ ପର୍ଯ୍ୟଟକ

ସମ୍ବଲପୁର,୧ା୧୨(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାର ପାର୍ଶ୍ୱ ଜମାଦାରପାଲିଠାରେ ଗୁରୁବାର ହୀରାକୁଦ ଇକୋ ରିଟ୍ରିଟ୍‌ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ ମୋଡ୍‌ରେ ହୀରାକୁଦ ସମେତ ଓଡ଼ିଶାର ୬ଟି ସ୍ଥାନରେ ଇକୋ ରିଟ୍ରିଟର ଉଦ୍‌ଘାଟନ କରିଛନ୍ତି।

ଉଦ୍‌ଘାଟନୀ ଉତ୍ସବରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ, ଜିଲାପାଳ ଅନନ୍ୟା ଦାସ, ଏସ୍‌ପି ବି. ଗଙ୍ଗାଧର, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଲୀପ କୁମାର ବଳ, ମହାନଗର ନିଗମ କମିଶନର ପ୍ରଦୀପ କୁମାର ସାହୁଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ଆର୍‌ଡିସି ଡ. ଦଳେଇ କହିଛନ୍ତି, ରାଜ୍ୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଏହା ଏକ ବଡ଼ ପଦକ୍ଷେପ। ଦେଶର ବିଭିନ୍ନ ରାଜ୍ୟରୁ ପର୍ଯ୍ୟଟକଙ୍କ ସମାଗମ ହୋଇ ଭାବର ଆଦାନ ପ୍ରଦାନ ହେବ। ସ୍ଥାନୀୟ ଅଞ୍ଚଳବାସୀଙ୍କ ସାମାଜିକ, ଆର୍ଥିକ ସ୍ଥିତିରେ ଅଭିବୃଦ୍ଧି ଘଟିବ। ୨ବର୍ଷ ହେଲା କୋଭିଡ୍‌ ଯୋଗୁ ଇକୋ ରିଟ୍ରିଟରେ ବାଧା ସୃଷ୍ଟି ହୋଇଥିଲା। ହେଲେ ଏବର୍ଷ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିବେ ବୋଲି ଆଶା କରାଯାଉଛି। ଜିଲାପାଳ ଦାସ କହିଛନ୍ତି, ଚଳିତବର୍ଷ ଆକର୍ଷଣୀୟ ଭାବେ ଇକୋ ରିଟ୍ରିଟ କରାଯାଇଛି। ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ମଧ୍ୟ ରହିଛି। ଅଧିକ ପର୍ଯ୍ୟଟକ ଆସି ଏହାର ଲାଭ ନେଇପାରିବେ ବୋଲି ଆଶା ବ୍ୟକ୍ତି କରିଛନ୍ତି।

ସୂଚନାଯୋଗ୍ୟ, ହୀରାକୁଦ ଜଳଭଣ୍ଡାର ସହିତ ପର୍ଯ୍ୟଟକମାନେ ଡେବ୍ରିଗଡ଼, ଘଣ୍ଟେଶ୍ୱରୀ ମନ୍ଦିର, ଜିରୋ ପଏଣ୍ଟ, ହୁମା ବକ୍ର ମନ୍ଦିର, ସମଲେଶ୍ୱରୀ ମନ୍ଦିର ଭଳି ବିଭିନ୍ନ ଶକ୍ତିପୀଠ ଓ ପର୍ଯ୍ୟଟନ ସ୍ଥଳ ଦେଖିପାରିବେ। ପର୍ଯ୍ୟଟକ ଇକୋ ରିଟ୍ରିଟରେ ରହିବା ସହ ପର୍ଯ୍ୟଟନସ୍ଥଳ ବୁଲି ମଜା ନେଇପାରିବେ। ଚଳିତଥର ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ ପାଇଁ ୨୫ଟି ବିଳାସପୂର୍ଣ୍ଣ କଟେଜ ରହିଛି। ସକାଳ ଜଳଖିଆଠାରୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ ମେନୁରେ ସୁସ୍ବାଦୁ ବ୍ୟଞ୍ଜନ ଗୁଡ଼ିକ ରହିଛି। ଓଟିଡିସି ପକ୍ଷରୁ ଏହାକୁ ପରିଚାଳନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାନୁଆରେ ଜଘନ୍ୟ ହତ୍ୟାକାଣ୍ଡ: ଟାଓ୍ବାରରେ କାମ କରୁଥିବା ଯୁବକଙ୍କୁ ମାରି ଫିଙ୍ଗି ଦେଲେ

ରୂପସା,୧।୫(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲl ସଦର ବ୍ଲକ ଅନ୍ତର୍ଗତ ଛାନୁଆ ଗ୍ରାମରେ ବୁଧବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟ ରାସ୍ତା ପାର୍ଶ୍ୱରୁୁ...

ନାମାଙ୍କନପତ୍ର ଦାଖଲ କଲେ ରୀତା ସାହୁ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥିନୀ ରୀତା ସାହୁ ବୁଧବାର ତାଙ୍କର ନାମାଙ୍କନପତ୍ର ଦାଖଲ...

ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଦୀପ ପୁରୋହିତ

ବରଗଡ଼,୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକ ସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି ।...

ନୟାଗଡ଼ ବଉଳସାହିରେ ଗୋଷ୍ଠୀ ସଂଘର୍ଷ: ବୋମାମାଡ଼-ଗୁଳିମାଡ଼ରେ ୨ ଗୁରୁତର

ନୟାଗଡ଼,୧।୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନାର ବଉଳସାହି ଗାଁରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ବିଜେଡି ଓ ଭାଜପା ସମର୍ଥକଙ୍କ ମଧ୍ୟରେ ବୋମାମାଡ଼ ଏବଂ...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ

ଜି.ଉଦୟଗିରି,୧।୫(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି. ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବର୍ତ୍ତମାନର ବିଧାୟକ ସାଲୁଗା ପ୍ରଧାନ ନାମାଙ୍କନପତ୍ର ଦାଖଲ...

ଖଲ୍ଲିକୋଟ ଆସନ ଲାଗି ବିଜେଡିରୁ ହଟିଲା ସସ୍‌ପେନ୍ସ: ସୂର୍ଯ୍ୟମଣିଙ୍କୁ ମିଳିଲା ଟିକେଟ

ପୁରୁଷୋତ୍ତମପୁର,୧।୫(ସୀମାଞ୍ଚଳ ମିଶ୍ର): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୨ଦିନ...

ନାମାଙ୍କନ ଭରିଲେ କହ୍ନାଇ, ସରୋଜ

ବୌଦ୍ଧ,୧।୫(ଅଜିତ କୁମାର ବାରିକ): ମେ’ ୨୦ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର...

ଭାଜପା ପାଇଁ ପ୍ରଚାର କରି ଅଙ୍ଗନୱାଡି ସହାୟିକା ବହିଷ୍କୃତ

ନୟାଗଡ଼,୧।୫(ଲୋକନାଥ ମିଶ):ଭାଜପା ପାଇଁ ପ୍ରଚାର କରି ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ୍‌ ରୋହିବାଙ୍କ ପଞ୍ଚାୟତ ଭଗବତୀପ୍ରସାଦ ଅଙ୍ଗନୱାଡ଼ି କେନ୍ଦ୍ରର ସହାୟିକାଙ୍କ ଚାକିରି ଯାଇଛି। ନିର୍ବାଚନ ଆଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri