ରାଜପଥ କାମ ସରୁନି, ବଢୁଛି ଦୁର୍ଘଟଣା

ଖୋର୍ଦ୍ଧା ଅଫିସ,୨ା୧୨: ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ସମ୍ପ୍ରସାରଣ ଓ ମରାମତି କାର୍ଯ୍ୟ ଜାରି ରହିଛି। ଅନେକ ସ୍ଥାନରେ ଏକମୁହାଁ ଏବଂ ଅଣଓସାରିଆ ରାସ୍ତା ରହିଥିବା ବେଳେ ରାସ୍ତା ଉପରେ ନିର୍ମାଣ ସାମଗ୍ରୀ ରହିଛି। ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଭୁବନେଶ୍ୱର ଖଣ୍ଡଗିରି ଛକରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ମରଣଯନ୍ତା ପାଲଟିଛି। ଖୋର୍ଦ୍ଧା ପଟୁ ପିତାପଲ୍ଲୀ, ଯାଁଳା ଛକ, ଜଟଣୀ ବାଇପାସ, ମଦନପୁର ଛକ ଆଦି ସ୍ଥାନରେ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଖୋର୍ଦ୍ଧାରୁ ବାଣପୁର ପର୍ଯ୍ୟନ୍ତ ବିଭିନ୍ନ ଛକ ସ୍ଥାନ ମରଣାଯନ୍ତା ପାଲଟିଛି। ତୋଟପଡ଼ା, ଦଳେଇପୁଟ ଛକ, ମଳିପଡା, ତାପଙ୍ଗ, ରାମେଶ୍ୱର ଛକ, ଟାଙ୍ଗୀ-ଚାନ୍ଦପୁର, ନାଚୁଣୀ ଛକ ଏବଂ ବାଲୁଗାଁ ବାଇପାସ, ନାଭାଲ ଛକ, କେଶପୁର ଛକ, ଲଙ୍ଗଳେଶ୍ୱର ଆଦି ଛକ ସ୍ଥାନରେ ଦୁର୍ଘଟଣା ବଢୁଛି।
ଗୁରୁବାର ଜଙ୍କିଆ ଥାନା ଅଧୀନ ବଡ଼ପୋଖରିଆ ନିକଟରେ ଟ୍ରକ ପଛପଟକୁ କାର୍‌ ଧକ୍କା ଦେବାରୁ କାର ଚାଳକଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଛି। କିଛି ମାସ ପୂର୍ବେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ନିର୍ମାଣାଧୀନ ବ୍ରିଜ ନିକଟରେ ଏକ ହାଇଓ୍ବା ଦୁଇଜଣ ଶ୍ରମିକଙ୍କୁ ଚାପି ଦେଇଥିଲା। ଫଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଗଡ଼ଖୋର୍ଦ୍ଧା ଛକ ମଧ୍ୟରେ ଏକାଧିକ ଦୁର୍ଘଟଣା ଘଟିଥିବା ବେଳେ ବରୁଣେଇ ଓଭରବ୍ରିଜ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ହେଲ୍ପରଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିଲେ। ତୋଟପଡ଼ା ଛକରେ ଟ୍ରକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି। ଅନ୍ୟପଟେ ରାଜପଥରେ ମାଲବାହୀ ଟ୍ରକ ଧାଡ଼ି ଧାଡ଼ି ଛିଡ଼ା ହୋଇ ରହୁଛନ୍ତି। କୁହୁଡ଼ି ଯୋଗୁ କାର୍‌ ଚାଳକମାନେ ଦୂରରୁ ଦେଖି ନ ପାରି ପଛପଟୁ ଧକ୍କା ଦେଉଛନ୍ତି। ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଫ୍ଲାଏ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଚାଲିଛି। ଫଳରେ ଏଠାରୁ ପଲ୍ଲା ତୋଟାପଡ଼ା ଛକ ପର୍ଯ୍ୟନ୍ତ ଉଭୟ ପଟ ରାସ୍ତା ସଙ୍କୁଚିତ ରହିଛି। ପୁଣି ତୋଟାପଡ଼ା ଛକରେ ଏକମୁହାଁ ରାସ୍ତା ଯୋଗୁ ସମସ୍ତ ଭାରିଯାନ ଯାତାୟାତ କରୁଛନ୍ତି। ଫଳରେ ଏହି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏଥିପ୍ରତି ଜାତୀୟ ରାଜପଥ ପ୍ରାଧିକରଣ ଏବଂ ଜିଲା ପ୍ରଶାସନ ଗୁରୁତ୍ୱ ଦେବା ଜରୁରୀ ହୋଇପଡିଛି। ଅନ୍ୟପଟେ ପ୍ରତିବର୍ଷ ସଡ଼କ ସୁରକ୍ଷା ସପ୍ତାହରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଚେତନତା କାର୍ଯ୍ୟ କରାଯାଉଛି। ବିଭିନ୍ନ ଯୋଜନା ହାତକୁ ନିଆଯାଉଛି। ତେବେ ସବୁ ଯୋଜନା, ସଚେତନତା କେବଳ କାଗଜକଲମରେ ସୀମିତ ରହିଯାଉଛି। ରାଜପଥରେ ଦୁର୍ଘଟଣା ଥମିବା ପରିବର୍ତ୍ତେ ବଢ଼ି ଚାଲିଛି। ଜାତୀୟ ରାଜପଥରେ ପୋଲିସ ପାଟ୍ରୋଲିଂ ଏବଂ ଇଣ୍ଟରସେପ୍ଟର ବ୍ୟବସ୍ଥା ରହିଥିବା ବେଳେ ଏହା ମଧ୍ୟ ଜରିମାନାରେ ସୀମିତ। ଜାତୀୟ ରାଜପଥରେ ଲୋକଙ୍କ ଧନଜୀବନ ସୁରକ୍ଷା ଏବଂ ଦୁର୍ଘଟଣାଜନିତ ତ୍ୱରିତ ସେବା ପାଇଁ ରାଜ୍ୟ ସରକାର ୨୦୨୧ ଏପ୍ରିଲ ପହିଲାରୁ ହାଇଓ୍ବେ ପାଟ୍ରୋଲିଂ ବ୍ୟବସ୍ଥା କରିଛନ୍ତି। ତେବେ ହାଇଓ୍ବେ ପାଟ୍ରୋଲିଂ ସ୍ଥିତି ନୈରାଶ୍ୟଜନକ ରହିଥିବା ଜଣାପଡ଼ିଛି।

 


Enter your email to get our daily news in your inbox.

All Right Reserved By Dharitri.Com

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି , କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri