ମାଆ କୋଳକୁ ଫେରିଲା ୬ ଦିନର ପୁଅ

ରସୁଲପୁର,୨ା୧୨(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମିଳୁନି କୁକୁର କାମୁଡ଼ା ଇଞ୍ଜେକ୍ସନ। ଫଳରେ ଏଠାକୁ ଆସୁଥିବା ରୋଗୀଙ୍କୁ ଯାଜପୁରରୋଡ୍‌ କ୍ଷେତ୍ରୀୟ ଡାକ୍ତରଖାନା ଓ ଯାଜପୁର ଜିଲା ମୁଖ୍ୟ ଚିକିତ୍ସା କେନ୍ଦ୍ର ଯିବାକୁ ପଡୁଛି, ଯଦ୍ଦ୍ବାରା ରୋଗୀ ନାନା ହଇରାଣହରକତ ହେବା ସହ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ରୋଗୀଙ୍କୁ ଏଭଳି ଦଶା ଭୋଗିବାକୁ ପଡୁଛି ବୋଲି ଉକ୍ତ ବ୍ଲକ୍‌ ଅଧୀନ ଭୋଟକା ପଞ୍ଚାୟତ ଇଚ୍ଛାପୁର ଗ୍ରାମର ପରମେଶ୍ୱର ସାହୁ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି, ତାଙ୍କ ସାନ ଭାଇ ରମେଶ ସାହୁଙ୍କ ପୁଅ ସାଇ ଶିବମ୍‌ ମଙ୍ଗଳବାର ଅପରାହ୍ନରେ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ତାଙ୍କୁ କୁକୁର କାମୁଡ଼ି ଦେଇଥିଲା। ପରିବାର ଲୋକେ ଏହା ଜାଣିବା ପରେ ତାଙ୍କୁ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଚିକିତ୍ସା କରିବା ସହ ପ୍ରତିଷେଧକ ସତର୍କତା ପାଇଁ ଇଞ୍ଜେକ୍ସନ ଦେଇଥିଲେ। ବୁଧବାର ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଡାକ୍ତରଖାନାରେ ଉପସ୍ଥିତ ରହି କୁକୁର କାମୁଡ଼ା ଇଞ୍ଜେକ୍ସନ ନେବାକୁ ପରାମର୍ଶ ଦେଇଥିଲେ। ପରଦିନ ନିର୍ଦ୍ଧାରିତ ସମୟରେ ରୋଗୀଙ୍କୁ ନେଇ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚତ୍ଲାବେଳକୁ ଇଞ୍ଜେକ୍ସନ ନାହିଁ ବୋଲି ଦାୟିତ୍ୱରେ ଥିବା ସ୍ବାସ୍ଥ୍ୟକର୍ମୀ ସୂଚନା ଦେଇଥିଲେ। ଏନେଇ ରୋଗୀଙ୍କ ପରିବାର ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ମାତ୍ର ଇଞ୍ଜେକ୍ସନ ମହଜୁଦ ନାହିଁ, ଆସିଲେ ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଥିଲେ। ନିୟମମୁତାବକ କୁକୁର କାମୁଡ଼ିବାର ୨୪ ଘଣ୍ଟା ମଧ୍ୟରେ ରୋଗୀଙ୍କୁ ଜଳାନ୍ତକ ଇଞ୍ଜେକ୍ସନ ଦେବାକୁ ପଡ଼ିଥାଏ, ଯାହାକୁ ଶୂନ୍ୟ ଡୋଜ୍‌ ବୋଲି କୁହାଯାଇଥାଏ। ଏହିଭଳି ଭାବରେ ଜଣେ ରୋଗୀକୁ ୦୩, ୦୭, ୨୮ ଦିନରେ କ୍ରମାନ୍ବୟରେ ୪ଟି ଡୋଜ ଇଞ୍ଜେକ୍ସନ ନେବାକୁ ପଡ଼େ। ତେଣୁ ଏହି ଇଞ୍ଜେକ୍ସନ ଅଭାବରୁ କୌଣସି ରୋଗୀ ଜଳାନ୍ତକ ରୋଗରେ ଆକ୍ରାନ୍ତ ନ ହେଉ ସେଥିଲାଗି ଇଞ୍ଜେକ୍ସନକୁ ବ୍ଲକସ୍ତର ଡାକ୍ତରଖାନାରେ ଉପଲବ୍ଧ କରାଯାଉଛି। ଏ ଦିଗରେ ବ୍ୟତୀକ୍ରମ ନ ଘଟିବାକୁ ଗୁରୁତ୍ୱ ଦିଆଯାଇ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିର୍ଦ୍ଧାରିତ ନିର୍ଘଣ୍ଟ ମଧ୍ୟରେ ଇଞ୍ଜେକ୍ସନ ଦିଆଯାଇଥାଏ। ମାତ୍ର ଏଠାରେ ଇଞ୍ଜେକ୍ସନ ନ ମିଳିବାରୁ ଅଭିଭାବକ ପିଲାଟିକୁ ନେଇ ଯାଜପୁରରୋଡ୍‌ସ୍ଥିତ କ୍ଷେତ୍ରୀୟ ଡାକ୍ତରଖାନାରେ ଜଳାନ୍ତକ ଇଞ୍ଜେକ୍ସନ ଦେଇଥିବା ସୂଚନା ମିଳିଛି। କେବଳ ଏହି ଜଣେ ରୋଗୀ ନୁହେଁ ଅନେକ ରୋଗୀ ଏଥିପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି। ତେଣୁ ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି ହୋଇଛି। ଏନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ବିଶ୍ୱରଞ୍ଜନ କରଙ୍କୁ ପଚାରିବାରୁ ସେ ଇଞ୍ଜେକ୍ସନ ଷ୍ଟକ୍‌ ସରି ଯାଇଥିବା ଅଭିଯୋଗକୁ ସ୍ବୀକାର କରିଛନ୍ତି। ତେବେ ସରିବା ପୂର୍ବରୁ ଷ୍ଟକ୍‌ ଆସିଯିବା କଥା। ମାତ୍ର ଷ୍ଟକ୍‌ ଯାଞ୍ଚ ସହ ଏ ଦିଗରେ ଜିଲାକୁ ଅବଗତ କରାଇ ଇଞ୍ଜେକ୍ସନ ଆଣି ମହଜୁଦ୍‌ ରଖିବା ଆବଶ୍ୟକତା ରହିଛି। ଏଥିରେ କେଉଁଠି ତ୍ରୁଟି ରହିଛି ତାକୁ ଅନୁଧ୍ୟାନ କରିବେ। ସମ୍ପୃକ୍ତ ରୋଗୀ ଗୋଟିଏ ଡୋଜ ଇଞ୍ଜେକ୍ସନ ଅନ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ନେଇଛନ୍ତି। ଅନ୍ୟ ୩ଟି ଡୋଜ୍‌ ଏହି ଡାକ୍ତରଖାନାରୁ ନେଇପାରିବେ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri