ଆମ ଜିଲା ଖବର

ଆଜି ବିଶ୍ୱ ଏଡ୍‌ସ ଦିବସ: ୨୦ବର୍ଷରେ ୩୬୯୫ ପଜିଟିଭ, ୨୪୨ ମୃତ

ଖୋର୍ଦ୍ଧା ଅଫିସ,୧ା୧୨: ଖୋର୍ଦ୍ଧା ଜିଲାରେ ଏଡ୍‌ସ ନିରାକରଣ ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲେ ମଧ୍ୟ ପଜିଟିଭ ହାର ବୃଦ୍ଧି ପାଇବାରେ ଲାଗିଛି। ତଥ୍ୟ ଅନୁଯାୟୀ, ଗତ ୨୦୦୨ରୁ ୨୦୨୨ ଅକ୍ଟୋବର ସୁଦ୍ଧା ୨୦ବର୍ଷ ମଧ୍ୟରେ ଏଡ୍‌ସ ସଚେତନତା ଦିଗରେ ୧୩ଲକ୍ଷ…

ଭାଜପାରେ ମିଶିଲେ ପୂର୍ବତନ କଂଗ୍ରେସ ଏମ୍‌ପି

ପଦ୍ମପୁର,୧ା୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ନେଇ ଘଡ଼ିକୁ ଘୋଡା ଛୁଟୁଛି। ଗୁରୁବାର ପଦ୍ମପୁରରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ବରଗଡ଼ର ପୂର୍ବତନ କଂଗ୍ରେସ ଏମ୍‌ପି ସଞ୍ଜୟ ଭୋଇ କଂଗ୍ରେସ ଛାଡ଼ି ଭାଜପାରେ ମିଶିଛନ୍ତି। ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତଃ କୃପାସିନ୍ଧୁ…

ବାଲିଆ ବାଣ ବିସ୍ଫୋରଣ ମାମଲା: ୪୦ ଆହତଙ୍କ ମଧ୍ୟରୁ ୨ ମୃତ, ୬ ସୁସ୍ଥ ହୋଇ ଫେରିଲେ

ଡେରାବିଶ,୧ା୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆ ବଜାରରେ ଗତ ୨୩ ତାରିଖରେ ଅନୁଷ୍ଠିତ କାର୍ତ୍ତିକେଶ୍ୱର ଭସାଣି ଉତ୍ସବରେ ବାଣ ବିସ୍ଫୋରଣ ଘଟି ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪୦ ଜଣ ଗୁରୁତର ହୋଇ କଟକ ବଡ ମେଡିକାଲ(ଏସ୍‌ସିବି)ରେ…

ଅଦାଲତ ଦ୍ୱାରସ୍ଥ ପରେ ବି ମିଳୁନି ରାଶନ ସାମଗ୍ରୀ

ପଟ୍ଟାମୁଣ୍ଡାଇ,୧ା୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ରାଶନ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅନିୟମିତତା ନେଇ ରୁଜୁ ମାମଲାର ଶୁଣାଣି କରି ଲୋକ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ। ୨୦୧୬ରୁ ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ପଞ୍ଚାୟତ କାଠିଆପଡା ଗଁାର ଉର୍ମିଳା…

ଚିକିତ୍ସାଧୀନ ଅବସ୍ଥାରେ ଦନ୍ତା ମୃତ

କେନ୍ଦୁଝର,୧ା୧୨(ସ୍ବ.ପ୍ର.): ଗୋଡ଼ରେ କ୍ଷତ ହୋଇ ଚିକିତ୍ସିତ ଥିବା ଏକ ୪୦ ବର୍ଷୀୟ ଦନ୍ତା ହାତୀର ଗୁରୁବାର ସକାଳେ ମୃତ୍ୟୁ ଘଟିଛି। ତା’ର ଆଗଗୋଡ଼ରେ ଆଘାତ ଲାଗିଥିଲା। ଏଣୁ କଷ୍ଟ ଯନ୍ତ୍ରଣାରେ ଜଙ୍ଗଲରେ ବୁଲୁଥିଲା। ହାତୀମାନଙ୍କ ଲଢ଼େଇରେ ସେ ଆହତ ହୋଇଥିଲା ବୋଲି…

ଟ୍ରେନ୍‌ ଉପରେ ଚଢ଼ି ସେଲ୍‌ଫି ନେଉଥିଲେ ଯୁବତୀ, ଚାଲିଗଲା ଜୀବନ

ଖୋର୍ଦ୍ଧା ଅଫିସ,୧ା୧୨: ଖୋର୍ଦ୍ଧା ତାପଙ୍ଗ ଷ୍ଟେଶନରେ ଗୁରୁବାର ଏକ ଦୁଃଖଦ ଘଟଣା ଘଟିଛି। ଷ୍ଟେଶନରେ ଠିଆ ହୋଇଥିବା ଏକ ମାଲ୍‌ବାହୀ ଟ୍ରେନ୍‌ ଉପରେ ଚଢ଼ି ଜଣେ ଯୁବତୀ ସେଲ୍‌ଫି ନେଉଥିବା ବେଳେ ବିଦ୍ୟୁତତାର ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ…

ଗଛ କାଟିଲେ ସରପଞ୍ଚ

ବରୀ,୧।୧୨(ଡି.ଏନ.ଏ.): ପରିବେଶ ସୁରକ୍ଷା ଓ ସନ୍ତୁଳନ ରକ୍ଷା ପାଇଁ ଗଛ ହିଁ ଏକମାତ୍ର ମାଧ୍ୟମ। ସେଥିପାଇଁ ବିଭିନ୍ନ ସ୍ଥାନରେ ଚାରା ରୋପଣ ଉପରେ ପରିବେଶବିତ୍‌ ଓ ସରକାର ଗୁରୁତ୍ୱାରୋପ କରୁଛନ୍ତି। ହେଲେ ବରୀ ତହସିଲ ଅଧୀନ ବୋଦୁଅ ପଞ୍ଚାୟତର ସରପଞ୍ଚ ଦେବୀ…

ମଶା ଉପଦ୍ରବରେ ସହରବାସୀ ନୟାନ୍ତ

ଯାଜପୁର ଅଫିସ,୧ା୧୨: ଘରୋଇକରଣ ହେଲେ ପରିମଳ ବ୍ୟବସ୍ଥା ସୁଧୁରିବ ବୋଲି ବ୍ୟାସନଗର ପୌରାଞ୍ଚଳବାସୀ ବହୁତ ଆଶା ରଖିଥିଲେ। ହେଲେ ଗତ କିଛି ମାସ ହେଲା ସବ୍ୟସାଚୀ ମହାକୁଡ ନାମକ ଏକ ଘରୋଇ ସଂସ୍ଥାକୁ ସଫେଇ ଦାୟିତ୍ୱ ଦେବା ପରେ ବ୍ୟାସନଗର ପୌର…

ଅପ୍ରୋଚ ରୋଡ଼ ନିର୍ମାଣରେ ଫାଟ

ଚଣ୍ଡିଖୋଲ,୧ା୧୨ଡି.ଏନ.ଏ.): ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ଚଣ୍ଡିଖୋଲ ଉପଖଣ୍ଡ ଅଧୀନ ବାଉଜଙ୍ଗ-ଧାଉଡ଼ିଆପଦା ରାସ୍ତାର ଚାରିନଙ୍ଗଳଠାରେ ବିରୂପା ନଦୀ ଉପରେ ସେତୁ ନିର୍ମାଣ ହୋଇଛି। ଏହି ସେତୁ ନିର୍ମାଣ କାମ ୨ବର୍ଷ ହେବ ଶେଷ ହୋଇଛି। ହେଲେ ଉଭୟ ପାର୍ଶ୍ୱରେ ଅପ୍ରୋଚ୍‌ ରୋଡ…

ଟ୍ରକ୍‌ ପଛରେ ପିଟି ହେଲା କାର୍‌, ୪ ଜଣଙ୍କ ଜୀବନ ଗଲା

ଖୋର୍ଦ୍ଧା ଅଫିସ,୧ା୧୨: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ବଡ଼ପୋଖରୀଆ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏନ୍‌ଏଚ୍‌-୧୬ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରେ କାର୍‌ ପିଟି ହେବାରୁ ଘଟଣାସ୍ଥଳରେ ୪ଜଣଙ୍କ ଜୀବନ ଯାଇଛି। କାର୍‌ରେ ଥିବା ୨ଜଣ…

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଦୁଇ ଗାଁ

ଚିତ୍ରକୋଣ୍ଡା,୧ା୧୨(ଡି.ଏନ୍‌.ଏ.): ଓଡ଼ିଶା ଆନ୍ଧ୍ର ସୀମାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତ ଅନ୍ତର୍ଭୁକ୍ତ ଉପାନ୍ତ ଦୁର୍ଗମ ଇଲାକା ଜୁମଡାଙ୍ଗଠାରୁ ୭ କିଲୋମିଟର ପାହାଡ଼ି ଭିତରେ ଅବସ୍ଥିତ ଥିବା ଦୁଇଟି ଗାଁ କନ୍ଦୁଲପାଡୁ ଏବଂ ବାଙ୍ଗରାକୋଣ୍ଡା ପ୍ରଶାସନର ଦୃଷ୍ଟି ଆଢୁଆଳରେ…

ବନୀକରଣ ହେଉଛି, ବଞ୍ଚୁନାହିଁ ୧୦ ପ୍ରତିଶତ ଗଛ

ଫୁଲବାଣୀ ଅଫିସ,୧ା୧୨: କନ୍ଧମାଳ ଜିଲାରେ ପ୍ରତିବର୍ଷ ବନ ବିଭାଗ ପକ୍ଷରୁ ଚାରାରୋପଣ କରାଯାଉଛି। ଜଙ୍ଗଲ, ରାସ୍ତା ପାର୍ଶ୍ୱରେ ଏହି ଗଛ ଲଗାଯାଉଛି। ହେଲେ ଏହା ଧର୍ମକୁ ଆଖିଠାର। ଗଛ ଲଗାଇବା ପରେ ଏହାକୁ ବଞ୍ଚାଇବା ଲାଗି ସରକାର ବହୁ ଅର୍ଥ ଶ୍ରାଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?