ଅଜଗର ଧରି ବଜାର ବୁଲିଲେ

ବାରିପଦା ଅଫିସ,୨ା୧୨:ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଅଞ୍ଚଳରୁ ଉଦ୍ଧାର ହୋଇଥିବା ଏକ ବିରାଟକାୟ ଅଜଗରକୁ ଧରି ସାପ ଧରାଳି ବଜାର ବୁଲିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବିଲୁପ୍ତ ପ୍ରାୟ ପ୍ରାଣୀ ଉଦ୍ଧାର ନିୟମର ଉଲ୍ଲଂଘନ କରି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପ୍ରଦର୍ଶନ କରିବା ଘଟଣାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ଏନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
ସୂଚନାଯୋଗ୍ୟ, ଦେଉଳି ରେଞ୍ଜ ଅଧୀନ କୁଳିଅଣା ଥାନା ସରପଙ୍ଖା ଗ୍ରାମର ନେତ୍ରା ନାଏକ ବୁଢ଼ାବଳଙ୍ଗ ନଦୀରେ ମାଛ ଧରିବା ପାଇଁ ଜାଲ ବିଛାଇଥିଲେ। ଗୁରୁବାର ସକାଳେ ଜାଲରେ ଏକ ବିରାଟ ଅଜଗର ଲାଗିଥିବା ଦେଖି ସେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଅଜଗରକୁ ଉଦ୍ଧାର କରିବା ପାଇଁ ଭଞ୍ଜପୁରସ୍ଥିତ ଜଣେ ସାପ ଧରାଳୀଙ୍କୁ ଖବର ଦିଆଯାଇଥିଲା। ସାପ ଧରାଳି ପରିବାରର ମା’, ବାପା ଓ ଝିଅ ମିଶି ଅଜଗରକୁ ଉଦ୍ଧାର କରିଥିଲେ। ପରେ ସେମାନେ କୁଳିଅଣା ବଜାରରେ ଦୀର୍ଘ ସମୟ ଧରି ଅଟକି ରହିବା ସହ ବାଇକ୍‌ରେ ସାପ ଧରି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପହଞ୍ଚତ୍ ସାପ ଦେଖାଇଥିଲେ। ବାଇକ୍‌ରେ ସାପକୁ ଧରି ବାଟରେ ଯାଉଥିବା ବେଳେ ଲୋକେ ମୋବାଇଲରେ ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ। ସହରର ଭଞ୍ଜପୁର, ସତ୍ୟସାଇ ଛକ ଓ ବଜାର ମଧ୍ୟରେ ସାପକୁ ଦେଖାଇ ସେମାନେ ପ୍ରଶଂସା ସାଉଁଟିବାକୁ ଉଦ୍ୟମ କରିଥିଲେ।
ତେବେ ବିଲୁପ୍ତପ୍ରାୟ ବା ସିଡ୍ୟୁଲ୍ଡ-୧ ପ୍ରଜାତିର ପ୍ରାଣୀ ମଧ୍ୟରେ ବାଘ, ହାତୀ, ଅଜଗର ଆଦି ରହୁଥିବାରୁ ସେମାନଙ୍କୁ ସ୍ଥାନୀୟ ରେଞ୍ଜ୍‌ ଅଫିସ୍‌ର କର୍ମଚାରୀଙ୍କ ଉପସ୍ଥିତିରେ ଉଦ୍ଧାର କରିବାର ନିୟମ ରହିଛି। କୁଳିଅଣା ବଜାରଠାରୁ ୫୦୦ ମିଟର ଦୂରରେ ଥିବା ରେଞ୍ଜ ଅଫିସରଙ୍କ ସହ ଯୋଗାଯୋଗ ନ କରି କିପରି ସାପ ଉଦ୍ଧାର କରାଗଲା ତାହା ସମସ୍ତଙ୍କୁ ଚକିତ କରିଛି। ଉଦ୍ଧାର ପରେ ସାପକୁ ନେବା ପାଇଁ କୌଣସି ବ୍ୟାଗ କିମ୍ବା ଥଳି ବ୍ୟବହାର ନ କରି ଖୁଲମଖୁଲା ଧରି ବଜାର ବୁଲିବା ଘଟଣାକୁ ନେଇ ବନ୍ୟପ୍ରାଣୀ ପ୍ରେମୀ ବିରୋଧ କରିଛନ୍ତି ା ଏ ସମ୍ପର୍କରେ ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କୁହନ୍ତି, ଘଟଣା ନଜରକୁ ଆସିବା ପରେ ଅଜଗର ଭଳି ବିରଳପ୍ରାୟ ପ୍ରଜାତିର ଜୀବକୁ ସୁରକ୍ଷା ଦେବାକୁ ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ରହିଛି। ସାପ ଧରାଳି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସ୍ନେକ ରେସ୍‌କ୍ୟୁ କ୍ଲବର ସଦସ୍ୟ ଭାବେ ରହି ସାପ ଧରିବା ସହ ଆମେ ଜଙ୍ଗଲରେ ଛାଡ଼ିଥାଉ ା ଉଦ୍ଧାର ପରେ ଅଜଗରକୁ ବନ ବିଭାଗକୁ ହସ୍ତାନ୍ତର କରିବାକୁ ଯାଉଥିଲୁ। ମାତ୍ର ବାଟରେ ଲୋକେ ଫଟୋ, ଭିଡିଓ ଉତ୍ତୋଳନ କରିଥିଲେ। ଏ ସଂକ୍ରାନ୍ତରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଟି.ଅଶୋକ କୁମାରଙ୍କୁ ପଚାରିବାରୁ ଏ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ଓ ଏଭଳି ଘଟଣାରେ ଜଡିତ ଥିବା ପରିବାର ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଉଦ୍ଧାର ଅଜଗରଟି ୨ ବର୍ଷର ହୋଇଥିବା ବେଳେ ଏହାର ଲମ୍ବ ୧୧ ଫୁଟ ଏବଂ ଓଜନ ପ୍ରାୟ ୧୭ କେଜି ହେବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri