କାଦୁଅରେ ଫସିଲେ ୨ ହାତୀ

ବାରିପଦା ଅଫିସ/ କୁଳିଅଣା,୯ା୧୨(ଡି.ଏନ.ଏ.):ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ କାଠରୁମା ଦେହୁରୀସାହିର ଏକ ପରିତ୍ୟକ୍ତ ଡଗ୍‌ୱେଲ ଭିତରେ ଖସି ପଡ଼ିଥିବା ୨ହାତୀ ଉଦ୍ଧାର ପାଇଛନ୍ତି। ଗ୍ରାମବାସୀ, ବନବିଭାଗ ଓ ଅଗ୍ନିଶମ କର୍ମଚାରୀଙ୍କ ସହଯୋଗରେ ୮ ଘଣ୍ଟା ପରେ ହାତୀ ଦୁଇଟି ସୁରକ୍ଷିତ ଭାବେ ଉଦ୍ଧାର ପାଇ ହାତୀପଲରେ ମିଶିଛନ୍ତି।
ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୨ଟାରେ ୩୫ଟିକିଆ ହାତୀପଲ ଧାନ ଖାଇବାକୁ ବିଲରେ ପଶିଥିଲେ। ଏହି ହାତୀପଲ ମଧ୍ୟରୁ ୬ଟି ହାତୀ ଶିମିଳିପାଳ ସନ୍ନିକଟ ବାରିପଦା ରେଞ୍ଜ ଅଧୀନ ହଳଦୀବଣି ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ କାଠରୁମା ଗ୍ରାମର ସାଧୁ ମୁର୍ମୁଙ୍କ ବିଲରେ ଥିବା ଏକ ପରିତ୍ୟକ୍ତ ଡଗ୍‌ୱେଲ ମଧ୍ୟରେ ଖସିପଡ଼ିଥିଲେ। ୪ଟି ହାତୀ କୌଶଳକ୍ରମେ ଉଠିଯାଇଥିଲେ। ମାତ୍ର ଗୋଟିଏ ଦନ୍ତା ଓ ଅନ୍ୟ ଏକ ହାତୀ ଶାବକ ଉଠି ପାରି ନ ଥିଲେ। ଦୀର୍ଘସମୟ ପର୍ଯ୍ୟନ୍ତ କାଦୁଅରେ ଫସି ରହିଥିଲେ। ଗୁରୁବାର ସକାଳେ ଚାନ୍ଦୁଆ ଅଗ୍ନିଶମ ବିଭାଗ ଓ ବାରିପଦା ରେଞ୍ଜର ଲକ୍ଷ୍ମୀଧର ବେହେରା ସଦଳବଳ ପହଞ୍ଚତ୍ ହାତୀ ଦୁଇଟିକୁ ଉଦ୍ଧାର କରିବା ପାଇଁ ଗ୍ରାମବାସୀଙ୍କ ସହଯୋଗ ଲୋଡ଼ିଥିଲେ। ଡଗ୍‌ୱେଲ ହିଡ଼ ଧାରରେ କାଠ ଓ ଡାଳପତ୍ର ପକାଇବା ପରେ ହାତୀ ଦୁଇଟି ଉପରକୁ ଉଠି ପାରିଥିଲେ।
ଉଲ୍ଲେଖଯୋଗ୍ୟ, କିଛି ଦିନ ହେଲା ହାତୀପଲ ଅଞ୍ଚଳରେ ପାଚିଲା ଧାନ ଓ ପରିବା କ୍ଷେତରେ ପଶି ବ୍ୟାପକ କ୍ଷତି କରୁଛନ୍ତି। ବିଭାଗୀୟ କର୍ମଚାରୀ ଅଭାବରୁ ହାତୀ ସୁରକ୍ଷାରେ ଅସୁବିଧା ହେଉଥିବା ବେଳେ ଲୋକେ ହାତୀ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି। ନିକଟରେ ହାତୀ ସୁରକ୍ଷା ନେଇ ୩ ରାଜ୍ୟର ଅଧିକାରୀଙ୍କ ମଧ୍ୟରେ ଏକ ସମନ୍ବୟ ବୈଠକ ହୋଇଛି। ତୃଣମୂଳସ୍ତରରୁ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ନେଇ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏ ସଂକ୍ରାନ୍ତରେ ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ କୁହନ୍ତି, ଗତ ୧୦ବର୍ଷ ମଧ୍ୟରେ ୮ରୁ ଊର୍ଦ୍ଧ୍ୱ ହାତୀ ପରିତ୍ୟକ୍ତ କୂଅରେ ପଡ଼ି ପ୍ରାଣ ହରାଇଛନ୍ତି। ତତ୍କାଳୀନ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକଙ୍କୁ ପରିତ୍ୟକ୍ତ ଡଗ୍‌ଓ୍ବେଲ ତଥା କୂଅଗୁଡ଼ିକ ପୋତିବା ସହିତ ଖାଲଖମା ସମତଳ କରିବା ଆବଶ୍ୟକତା ରହିଛି ବୋଲି ସେ ଦର୍ଶାଇଥିଲେ। ମାତ୍ର ହାତୀ ସୁରକ୍ଷା ପ୍ରତି ସରକାର ଅଣଦେଖା କରୁଥିବାରୁ ତାହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ତେବେ ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ଜଳାଶୟଗୁଡ଼ିକର ଚତୁଃପାର୍ଶ୍ୱରେ ବ୍ୟାରିକେଡ କରାଗଲେ ହାତୀ ସୁରକ୍ଷିତ ରହିପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri