ଆମ ଜିଲା ଖବର

ସତ୍ୟପାଠ ଦାଖଲ କଲା ରାଜ୍ୟ ପରିବହନ ବିଭାଗ

କଟକ ଅଫିସ,୧ା୧୧:ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ମାମଲାରେ ସୋମବାର ରାଜ୍ୟ ପରିବହନ ବିଭାଗ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ବିଭିନ୍ନ କାରଣରୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ତିଆରି ନିମନ୍ତେ ଲୋକଙ୍କୁ ଅସୁବିଧା ହେଉଥିବାରୁ ଆଉ ଏକମାସ ଅବଧି ବୃଦ୍ଧି କରାଯାଇଥିବା ସତ୍ୟପାଠରେ…

କାରଣ ଖୋଜି ପାଉନି ପୋଲିସ

ବରଗଡ଼ ଅଫିସ୍‌,୧।୧୧:ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ଜାଣ୍ଡୋଲ(କନ୍ଧପଡ଼ା)ରେ ଗୋଟିଏ ବୁଣାକାର ପରିବାର ଘରୁ ୪ ସଦସ୍ୟଙ୍କ ମୃତଦେହ ଉଦ୍ଧାର ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକମାନେ ହେଲେ ଗୃହକର୍ତ୍ତା ଶେଷଦେବ ମେହେର(୬୫), ସ୍ତ୍ରୀ କ୍ଷୀରେଶ୍ୱରୀ(୬୦), ପୁଅ ଅରବିନ୍ଦ(୩୦) ଏବଂ ଝିଅ…

ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କ ହରିହର ବେଶ

ପୁରୀ ଅଫିସ, ୧ା୧୧: କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ସପ୍ତମୀ ଅବସରରେ ସୋମବାର ଶ୍ରୀମନ୍ଦିରରେ ବଡ଼ଠାକୁର ପ୍ରଭୁ ବଳଭଦ୍ର ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଦାରୁବିଗ୍ରହମାନଙ୍କ ଅବକାଶ ନୀତି ପରେ ହରିହର ବେଶ ଆରମ୍ଭ ହୋଇଥିଲା। ପୁଷ୍ପାଳକ ସେବକମାନେ ପ୍ରଭୁ…

ଅପରାଧ ଚେର ମୁର୍ଶିଦାବାଦରୁ ମୟୂରଭଞ୍ଜ

ବାରିପଦା ଅଫିସ, ୧ା୧୧:ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ଚୋରି, ଡକାୟତି, ଛିନତାଇ, ବଳାତ୍କାର ଓ ଠକେଇ ଭଳି ଅପରାଧ ବଢ଼ିବାରେ ଲାଗିଛି। ଅପରାଧର କାର୍ପଟଦାର ସାଜିଛନ୍ତି ଭଡ଼ାଟିଆ। ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ ଆସି କାୟା ବିସ୍ତାର କରିବାରେ ଲାଗିଛନ୍ତି କିଛି ଅସାମାଜିକ। ବିନା…

ନ୍ୟାୟ ପାଇଁ ଟ୍ରଲିରେ ବୁହା ହେଲେ ୮୦ ବର୍ଷର ବୃଦ୍ଧା

କେନ୍ଦ୍ରାପଡ଼ା ଅଫିସ, ୧ା୧୧:ନ୍ୟାୟ ପାଇଁ ୮୦ ବର୍ଷର ବୃଦ୍ଧା ମାଆଙ୍କୁ ଟ୍ରଲିରେ ବୋହି ଜିଲାପାଳଙ୍କ କାର୍ଯ୍ୟାଳୟକୁ ନିଆଯାଇଛି। ପରିବାରର ସମସ୍ତ ଲୋକ ମାଆଙ୍କୁ କାର୍ଯ୍ୟାଳୟ ସମ୍ମୁଖରେ ଶୁଆଇ ଦେଇ ଗଣଧାରଣା ଦେଇଛନ୍ତି। କେନ୍ଦ୍ରାପଡ଼ା ବ୍ଲକ ବାରୁଅ ପଞ୍ଚାୟତର ଏହି ଦଳିତ ପରିବାରର…

ପରିବା ଚାଷୀଙ୍କୁ ଅଭାବୀ ବିକ୍ରି ଆଶଙ୍କା

ଯାଜପୁର ଅଫିସ,୧ା୧୧:ଯାଜପୁର ଜିଲାକୁ ଦେଖିଲେ ଏଠାରେ ଶିଳ୍ପକୁ ଅଗ୍ରାଧିକାର ଦିଆଯାଉଛି ଏବଂ କୃଷିକୁ ଉପେକ୍ଷା କରାଯାଉଥିବା ମନେ ହେଉଛି। ଜିଲାର ଚାଷୀମାନେ ଶିଳ୍ପ ପ୍ରଦୂଷଣଜନିତ ବିଷ ବଳୟରେ ଗଭୀର ପ୍ରଭାବିତ ହେଉଛନ୍ତି। ଏହାସାଙ୍ଗକୁ ରୋଗ ପୋକ, ପ୍ରାକୃତିକ ବିପର୍ଯ୍ୟୟ ପ୍ରତିବର୍ଷ ସେମାନଙ୍କ…

ରାୟଗଡ଼ା ଝୁଲାପୋଲ ବିପଜ୍ଜନକ

ରାୟଗଡ଼ା ଅଫିସ,୧ା୧୧:କଟକର ଧବଳେଶ୍ୱର ପରେ ରାୟଗଡ଼ାର ଚେକାଗୁଡ଼ା ନିକଟରେ ରହିଥିବା ଝୁଲାପୋଲ ରାଜ୍ୟରେ ଦ୍ୱିତୀୟ। ୨୦୧୧ରେ ୧ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚରେ ନାଗାବଳୀ ନଦୀ ଉପରେ ଏହି ପୋଲ ନିର୍ମାଣ କରାଯାଇଥିଲା। ତେବେ ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା…

ବଢିଲା ଶୀତ: ଜି.ଉଦୟଗିରିରେ ଖୋଲିଲା ଶୀତକାଳୀନ ଆଶ୍ରୟ ସ୍ଥଳୀ

ଜି.ଉଦୟଗିରି,୩୧ା୧୦(ଡି.ଏନ.ଏ.)-ଜି.ଉଦୟଗିରିରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି। ସୋମବାର ମଧ୍ୟ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ରେକର୍ଡ କରାଯାଇଛି ବୋଲି ସ୍ଥାନୀୟ କୃଷି ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଅକ୍ଷୟ କୁମାର ସେଠୀ କହିଛନ୍ତି। ଶୀତକୁ ଦୃଷ୍ଟିରେ ରଖି ଜି.ଉଦୟଗିରି ଏନ୍‌ଏସି ତରଫରୁ…

ଚତୁର୍ଥ ସୋମବାର, ଶୈବପୀଠ ବୁଦ୍ଧଖୋଲରେ ଭକ୍ତଙ୍କ ଭିଡ

ବୁଗୁଡ଼ା,୩୧ା୧୦(ଡି.ଏନ.ଏ.)-ଧର୍ମ ମାସ କାର୍ତ୍ତିକର ଚତୁର୍ଥ ସୋମବାର ଅବସରରେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ବହୁ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଥିଲା। ଶୃଙ୍ଖଳାରେ ଦର୍ଶନ ପାଇଁ ପୋଲିସ ଉପସ୍ଥିତିରେ ଭକ୍ତମାନେ ଲମ୍ବା ଧାଡିରେ ଠିଆ ହୋଇ ଠାକୁର ଦର୍ଶନ କରିଥିଲେ। ଗହଳିକୁ ନିୟନ୍ତ୍ରଣ କରିବା…

କଏଦୀଙ୍କ ପାଇଁ ଗୁଟ୍‌ଖା ନେଇ ମହିଳା ୱାର୍ଡେନ ନିଲମ୍ବିତ

ମାଲକାନଗିରି,୩୧ା୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଉପ କାରାଗାରରେ କଏଦୀଙ୍କ ପାଇଁ ଗୁଟ୍‌ଖା ନେଉଥିବା ବେଳେ ଧରାପଡ଼ି ଜଣେ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସେ ହେଲେ ମହିଳା ୱାର୍ଡେନ ରୀତା ମାଣ୍ଡିଆ। ସୂଚନା ଅନୁଯାୟୀ, ରୀତା ମହିଳା ୱାର୍ଡ ଦାୟିତ୍ୱରେ ଅଛନ୍ତି। ସୋମବାର ସେ…

୫ ପିଙ୍କ୍‌ ବୁଥ୍‌ ପାଇଁ ନିୟୋଜିତ ପୋଲିଂ ଦଳକୁ ତାଲିମ

ଭଦ୍ରକ ଅଫିସ, ୩୧।୧୦-ଧାମନଗର ଉପନିର୍ବାଚନରେ ୫ ପିଙ୍କ୍‌ ବୁଥ୍‌ ଓ ୧୫ ଆଦର୍ଶ ବୁଥ୍‌ କରାଯାଇଛି। ଧାମନଗର ଏନ୍‌ଏସିର ଦକ୍ଷିଣବାଡ଼, ୧୧୧ ନଂ. ବୁଥ୍‌ ମହେନ୍ଦ୍ର ନୋଡାଲ ୟୁପି ସ୍କୁଲ, ତାଳପଦା ୧୧୩ ନଂ. ବୁଥ୍‌ ତାଳପଦା ନୋଡାଲ ୟୁପି ସ୍କୁଲ,…

ଭୁଲ୍‌ ଇଞ୍ଜେକେସନ ଯୋଗୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ – ଉଦଳା ଡାକ୍ତରଖାନାରେ ଉତ୍ତେଜନା

ଉଦଳା,୩୧ା୧୦(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ଉଦଳା ଡାକ୍ତରଖାନାରେ ଭୁଲ୍‌ ଇଞ୍ଜେକସନ ଯୋଗୁ ସୋମବାର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?