ଆଜି ପିଟିସିରେ ପାସିଂ ଆଉଟ ପରେଡ୍‌

ଅନୁଗୋଳ ଅଫିସ, ୯ା୧୨:ଅନୁଗୋଳ ପୋଲିସ ଟ୍ରେନିଂ କଲେଜ(ପିଟିସି)ରେ ୬୦ ତମ ଏସ୍‌ଆଇ ବ୍ୟାଚ୍‌ର ଦୀକ୍ଷାନ୍ତ ସମାରୋହ ଶୁକ୍ରବାର ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଆଇନଶୃଙ୍ଖଳା) ରାଧା କିଶାନ ଶର୍ମା, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମିର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମିର ଆଇଜି (ଟ୍ରେନିଂ) ଏସ୍‌. ସାଇନି ପ୍ରମୁଖ ଯୋଗଦେବେ ବୋଲି ଅନୁଗୋଳ ପୋଲିସ ଟ୍ରେନିଂ କଲେଜର ଅଧ୍ୟକ୍ଷ ତଥା ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଜୟ ନାରାୟଣ ପଙ୍କଜ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ରାଜ୍ୟ ପୋଲିସ ପ୍ରଶିକ୍ଷଣର ଅନ୍ତୁଡ଼ିଶାଳ କୁହାଯାଉଥିବା ଅନୁଗୋଳ ପୋଲିସ ଟ୍ରେନିଂ କଲେଜ(ପିଟିସି)ରେ ଶେଷ ଥର ପାଇଁ ୨୦୦୫ରେ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଥିଲା। ତେବେ ମଝିରେ କନଷ୍ଟେଳରୁ ପଦନ୍ନୋତି ପାଇ ଏଏସ୍‌ଆଇ ହୋଇଥିବା ଅଧିକାରୀଙ୍କ ପାସିଂ ଆଉଟ୍‌ ପରେଡ୍‌ ଏଠାରେ କରାଯାଇଥିଲା। ତେବେ ଦୀର୍ଘ ୧୭ ବର୍ଷ ପରେ ଏହି ପୋଲିସ ପ୍ରଶିକ୍ଷଣ କେନ୍ଦ୍ର ଚଳଚଞ୍ଚଳ ହୋଇପଡ଼ିଛି। ସିଧାସଳଖ ପୋଲିସରେ ଭର୍ତ୍ତି ହୋଇଥିବା ୧୨୬ ଏସ୍‌ଆଇଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ସାରିଥିବାରୁ ସ୍ବତନ୍ତ୍ର ଦୀକ୍ଷାନ୍ତ ସମାରୋହ ଏଠାରେ ଆୟୋଜନ କରାଯାଇଛି। ଏଥିପାଇଁ ପିଟିସି ଗ୍ରାଉଣ୍ଡ ଠାରୁ ଆରମ୍ଭ କରି କଲେଜ ପରିସରକୁ ଚକାଚକ୍‌ କରାଯାଇଛି। ପାଚେରିରେ ପୋଲିସ ବିଭାଗର ବିଭିନ୍ନ ବାର୍ତ୍ତା ଉଲ୍ଲେଖ ସହିତ ସାଜସଜ୍ଜା ଶେଷ ହୋଇଛି। ଏହି ପିଟିସିରୁ ପାସିଂ ଆଉଟ୍‌ ହେବାକୁ ଥିବା କ୍ୟାଡେଟ୍‌ମାନେ ନିଶ୍ଚିତ ଭାବେ ଦେଶ ମାତୃକା ପାଇଁ ଉନ୍ନତମାନର କାର୍ଯ୍ୟ କରିବେ ବୋଲି ଅନୁଗୋଳ ପୋଲିସ ଟ୍ରେନିଂ କଲେଜର କର୍ତ୍ତୃପକ୍ଷ ଆଶାବାଦୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନ ସେଣ୍ଟରରେ ଟଳିପଡ଼ିଲେ ପ୍ରବାସୀ

ନୟାଗଡ ଅଫିସ/ଓଡ଼ଗାଁ,୨୦।୫(ସ୍ବ.ପ୍ର.): ନୟାଗଡ଼ ଜିଲା ବାହାଡ଼ାଝୋଲା ବାଳିକା ଉଚ୍ଚ ବିଦ୍ୟାଳୟ କ୍ବାରାଣ୍ଟାଇନ ସେଣ୍ଟରରେ ବୁଧବାର ସକାଳେ ଜଣେ ପ୍ରବାସୀ ଗାଧୋଇବା ପାଇଁ ତେଲ ଲଗାଉଥିବା ବେଳେ...

ଇନ୍ଦାଳୋ ପଞ୍ଚାୟତରେ ବସୁଧା ଯୋଜନା ବିଫଳ

ଡେରାବିଶ,୨୪ା୫(ସ୍ବ.ପ୍ର.):ଡେରାବିଶ ବ୍ଲକ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁ ଗରାଏ ପାଣି ପାଇଁ ସାଧାରଣ ଲୋକ ନାହିଁ ନ ଥିବା...

ଏହି ଜିଲାର ଚାଷୀ ପାଇବେ କାଳିଆ ସହାୟତା

ପୁରୀ ଅଫିସ,୩।୧୧: ୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲାର ଚାଷୀଙ୍କ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କାଳିଆ ସହାୟତା ଘୋଷଣା କରିଛନ୍ତି। ପ୍ରତ୍ୟେକ ଚାଷୀ...

ଇଭିଏମ୍‌ ଗୋଦାମ, ପାର୍କ ପାଚେରି ଭାଙ୍ଗିଲା ହାତୀ

ଖୋର୍ଦ୍ଧା ଅଫିସ,୧୬ା୧: ଖୋର୍ଦ୍ଧାରେ ହାତୀ ଉପଦ୍ରବ ଲାଗି ରହିଛି। ଶୁକ୍ରବାର ବିଳମ୍ବିତ ରାତିରେ ହାତୀ ଲୋକେଶ୍ୱରରେ ଜଣଙ୍କ ପାଚେରି ଭାଙ୍ଗିବା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟ...

ଜୁନାଗଡ ଅବକାରୀ ବିଭାଗର ଚଢ଼ାଉ: ୪୧ ଲିଟର ଚୋରାମଦ ଜବତ, ୩ କୋର୍ଟ ଚାଲାଣ

ଜୁନାଗଡ,୧୫।୮(ଡି.ଏନ.ଏ.)  ଜିଲା ଅବକାରୀ ଅଧୀକ୍ଷକ ବିଶ୍ୱନାଥ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଜୁନାଗଡ ଅବକାରୀ ବିଭାଗ ଓ ଜିଲା ଭ୍ରାମ୍ୟମାଣ କର୍ମଚାରୀଙ୍କ ମିଳିତି ଉଦ୍ୟମରେ ବୁଧବାର ଜୁନାଗଡ ବ୍ଲକର...

କୋଭିଡ-୧୯ ହସ୍‌ପିଟାଲ ଅଗ୍ରଗତିର ସମୀକ୍ଷା କଲେ ୫-ଟି ସଚିବ

କେନ୍ଦୁଝର, ୧୬।୪( ସ୍ବ.ପ୍ର.)-ରାଜ୍ୟସରକାରଙ୍କର ବରିଷ୍ଠ ଅଧିକାରୀମାନ କରୋନା ସ୍ଥିତି ଓ ତାର ମୁକାବିଲା ପାଇଁ ପ୍ରସ୍ତୁତ କୋଭିଡ଼-୧୯ ହସ୍‌ପିଟାଲର ଚିକିତ୍ସା ପାଇଁ କରାଯାଇଥିବା ବ୍ୟବସ୍ଥାର ଅନୁଧ୍ୟାନ...

ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘ ଆତଙ୍କ

ପାଟଣା,୩ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଶାଳ ଜଙ୍ଗଲରେ ବାଘ ଆତଙ୍କ ଦେଖାଯାଇଛି। ଗୁରୁବାର ଏକ ବିଦାରିତ ବାର୍‌ହାର ଗଳିତ ମୃତଦେହକୁ ବନ...

୪୮ ଘଣ୍ଟା ପୂରିଲା, ଫେରାର କଏଦୀଙ୍କ ପତ୍ତା ମିଳୁନି: କର୍ମଚାରୀଙ୍କୁ ଦୋଷଦେଲେ କର୍ତ୍ତୃପକ୍ଷ

ଢେଙ୍କାନାଳ ଅଫିସ, ୧୬।୧୨: ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଚର୍ଚ୍ଚାକୁ ଆସିଛି ୧୦୦ ବର୍ଷ ପୁରୁଣା ଢେଙ୍କାନାଳ ଜିଲା କାରଗାର। ନାବାଳିକା ବଳାତ୍କାର ଭଳି ସଙ୍ଗିନ ମାମଲାର...

Advertisement
Archives

Model This Week