ସ୍ୱପ୍ନ ପାଲଟିଛି ଆବାସ ଯୋଜନା

ପାରଳାଖେମୁଣ୍ଡି, ୯। ୧୨ (ଡି.ଏନ୍‌.ଏ):ଜଣେ ବି କେହି ଯେମିତି କଚ୍ଚା ଘରେ ନ ରହିବେ ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। କେନ୍ଦ୍ରର ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠାରୁ ଆରମ୍ଭ କରି ରାଜ୍ୟ ବିଜୁ ପକ୍କାଘର ଓ ମୋ କୁଡ଼ିଆ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଏହି ଯୋଜନାର ବିକଳ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲା ରାୟଗଡ଼ ବ୍ଲକ ଅଧୀନ ସାନତୁଣ୍ଡି ପଞ୍ଚାୟତର ରେମ୍ପି ଗ୍ରାମରେ। ଦୀର୍ଘ ବର୍ଷ ବିତିଯାଇଥିଲେ ବି ସରକାରଙ୍କ ଯୋଜନା ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ ପାଲଟିଛି। ନା ପାଇଛନ୍ତି ପ୍ରଧାନମନ୍ତ୍ରୀ ଆବାସ ନା ମୋ କୁଡ଼ିଆ ଘର। ଦୀର୍ଘ ୧୪ବର୍ଷ ପୂର୍ବରୁ ସ୍ବେଚ୍ଛାସେବୀ ସଂଗଠନ ସହାୟତାରେ ଗ୍ରାମବାସୀ ନିଜ ପରିଶ୍ରମରେ ତିଆରି କରିଥିବା ଅତ୍ୟନ୍ତ ନିମ୍ନମାନର ପକ୍କା ଘରେ ଆଜି ପର୍ଯ୍ୟନ୍ତ ରହୁଛନ୍ତି। ଦୀର୍ଘ ୧୪ ବର୍ଷ ପୂର୍ବେ ୧୯୯୮ ସେପ୍ଟେମ୍ବର ମାସରେ ରେମ୍ପି ଗ୍ରାମରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଗ୍ରାମବିକାଶ’ ସହଯୋଗରେ ଗ୍ରାମବାସୀଙ୍କ ଶ୍ରମଦାନରେ ପ୍ରାୟ ୩୦ଟି ପକ୍କା ଘର ତିଆରି ହୋଇଥିଲା। ଉକ୍ତ ଗ୍ରାମରେ ୩୦ଟି ପରିବାରର ପ୍ରାୟ ୨୦୮ ଜନସଂଖ୍ୟା ଥିବାବେଳେ ରହିବା ପାଇଁ ଭଲ ଘର ଖଣ୍ଡିଏ ନ ଥିଲା। ତେଣୁ ସ୍ବେଚ୍ଛାସେବୀ ସଂଗଠନ ‘ଗ୍ରାମବିକାଶ’ ପକ୍ଷରୁ ଘର ତିଆରି ପାଇଁ ଉପକରଣ ଓ ସାମଗ୍ରୀ ମିଳିଥିବାରୁ ଲୋକେ ଶ୍ରମଦାନ କରି ଘର ସବୁ ତିଆରି କରିଥିଲେ। ସେତେବେଳେ ଗ୍ରାମବାସୀ ବାଲି ସିମେଣ୍ଟର ଭାଗ ମାପ ଜାଣି ନ ଥିବାରୁ ଘର ଗୁଡ଼ିକ ନିମ୍ନମାନର ହୋଇଥିଲା। ସେମାନେ ସେହି ଘରେ ପ୍ରାୟ ୧୦ବର୍ଷ ରହିଥିଲେ। ଦିନକୁ ଦିନ ଘରଗୁଡ଼ିକର ଅବସ୍ଥା ବିପଦସଙ୍କୁଳ ହୋଇପଡ଼ିଲା। ବର୍ତ୍ତମାନ ଉକ୍ତ ଘରଗୁଡ଼ିକ ନିମ୍ନମାନର ହୋଇଥିବାରୁ ଛାତ ବଙ୍କା ହୋଇ ଦବି ଗଲାଣି ତ କେଉଁଠି କାନ୍ଥ ଫାଟିବା ସହିତ ଛାତର ଭିତର ପଟୁ ପରସ୍ତ ପରସ୍ତ ବାହାରି ଲୁହା ରଡ଼ ଦେଖାଗଲାଣି। ବର୍ଷା ହେଲେ ଛାତରୁ ପାଣି ଝରି ଘର ଭିତରେ ପୂରିଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ବନ୍ୟା କିମ୍ବା ବାତ୍ୟା ହେଲେ ଘର ଛାଡ଼ି ନିକଟସ୍ଥ ସ୍କୁଲ ଏବଂ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଯାଇ ରହିବାକୁ ପଡୁଛି । ଏନେଇ ବାରମ୍ବାର ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଓ ରାଜନେତାଙ୍କୁ ଗୁହାରି କରିବା ପରେ ମଧ୍ୟ କେହି ତାଙ୍କ କଥା ଶୁଣୁ ନ ଥିବା ଗ୍ରାମବାସୀ କହିଛନ୍ତି। ଆବାସ ଯୋଜନାରେ ସାମିଲ କରିବାକୁ ଆସୁଥିବା ତଦନ୍ତକାରୀ ଟିମ୍‌ ଠିକ ଭାବେ ନ ପରଖି ହିତାଧିକାରୀ ତାଲିକାରୁ ବାଦ ଦେଉଥିବା ସେମାନେ ପ୍ରକାଶ କରିଛନ୍ତି। ଏଥିସହ ରାଜନୈତିକ ନେତାମାନଙ୍କର ପାତରଅନ୍ତର ମନୋଭାବର ଶିକାର ହେଉଥିବା କହିଛନ୍ତି। ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଗଜପତି ଜିଲା ପରିଷଦର ନିର୍ବାହୀ ଅଧିକାରୀ ରୋମାଞ୍ଚଳ ଖମ୍ବାରି କହିଛନ୍ତି ଯେ, ରେମ୍ପି ଗାଁ ସମ୍ପର୍କରେ ଖବର ମିଳିବା ପରେ ତଦନ୍ତ କରି ସରକାରଙ୍କୁ ପଠାଯାଇଛି। ଏହି ଗାଁର ୩୧ଜଣଙ୍କୁ ପ୍ରାଥମିକତା ଭିତ୍ତିରେ ଖୁବ କମ୍‌ ଦିନ ମଧ୍ୟରେ ଘର ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri