ପ୍ରତିଶ୍ରୁତି ମିଳୁଛି, ନିର୍ମାଣ ହେଉନି ଶିଳ୍ପ,ବନ୍ଦର

କେନ୍ଦ୍ରାପଡ଼ା ଅଫିସ, ୯ା୧୨:କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବ। ପ୍ରଥମ ପର୍ଯ୍ୟାୟ ନିର୍ମାଣରେ ୨୧୧୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଅନୂ୍ୟନ ୧୫ ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ପାଇବେ। ୨୦୧୮ ଡିସେମ୍ବର ୮ରେ କେନ୍ଦ୍ରାପଡ଼ା ଜିଲା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଇତିମଧ୍ୟରେ ଏହି ଘୋଷଣାକୁ ୪ ବର୍ଷ ବିତିଛି। କେବଳ ଏହି ବନ୍ଦର ନୁହେଁ, ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏହି ଜିଲା ଅନ୍ତର୍ଗତ ବରୁଣେଇଠାରେ ବନ୍ଦର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଜିଲାରେ ପାୱାର ଥର୍ମାଲ ପ୍ଲାଣ୍ଟଠାରୁ ଆରମ୍ଭ କରି ଷ୍ଟିଲ ପ୍ଲାଣ୍ଟ ପର୍ଯ୍ୟନ୍ତ ଦେଇଥିବା ପ୍ରତିଶ୍ରୁତି ଅଦ୍ୟାବଧି ଗୋଟିଏ ହେଲେ ପୂରଣ ହୋଇନି। ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତକୁ ନେଇ ରାଜ୍ୟର ୩ ବୃହତ୍‌ ରାଜନୈତିକ ଦଳ ସଚେତନ ଅଛନ୍ତି। ଏ ନେଇ ରାଜନୈତିକ ଚିଠା ପ୍ରସ୍ତୁତ ହେଉଛି। ତେବେ ଜିଲାର ଏହି ବୃହତ୍‌ ଦାବି ପୂରଣ ହେଉନି। ଜଳ ପରିଚାଳନା କୃଷି ଓ କୃଷକଙ୍କ ସ୍ବପ୍ନକୁ ଧୂଳିସାତ୍‌ କରୁଥିବା ବେଳେ ରାଜନେତା ଓ ପ୍ରଶାସକଙ୍କ ସମନ୍ବୟ ନ ଥିବା ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଆଲୋଚନା ଆରମ୍ଭ ହୋଇଗଲାଣି।
ଏ ସମ୍ପର୍କରେ ରାଜନୈତିକ ବିଶ୍ଳେଷକ ରାଜେଶ କୁମାର ବେହେରା, ଚିତ୍ତରଞ୍ଜନ ସାହୁ, ନଳିନୀକାନ୍ତ ବେହେରା, ନୀହାର ରଞ୍ଜନ ପରିଡ଼ା, କମଳାକାନ୍ତ ଦାଶ ପ୍ରମୁଖ କହିଛନ୍ତି, ଜିଲାର ଲୋକ ସମ୍ବଳ ବିନିଯୋଗ ପାଇଁ ରାଜନେତା ଓ ପ୍ରଶାସକଙ୍କ କୌଣସି ସ୍ବତନ୍ତ୍ର ଯୋଜନା ନାହିଁ। ଜିଲାର ଅର୍ଥନୀତି ବୃଦ୍ଧି ପାଇଁ ଏମାନଙ୍କ ସମନ୍ବୟ ଜରୁରୀ ହୋଇପଡିଛି। ଗତ ସାଧାରଣ ନିର୍ବାଚନରେ ଜିଲାର ସମସ୍ତ ବିଧାୟକ ଶାସକ ଦଳର। ଏଥିସହ ସାଂସଦ, ଜିଲା ପରିଷଦ ଅଧ୍ୟକ୍ଷ ଓ ୯ ବ୍ଲକ ଅଧ୍ୟକ୍ଷ ପଦ ସରକାରୀ ଦଳର ଖାତାକୁ ଯାଇଛି। ଏହାସତ୍ତ୍ୱେ ଜିଲାର ଚାଷୀ କ୍ଷେତକୁ ଜଳସେଚନ ଓ ନିଷ୍କାସନ ନେଇ ଚିନ୍ତାରେ ଅଛନ୍ତି। କେନାଲ ନବୀକରଣ ହେଉ ଅଥବା ଉପକୂଳ କେନାଲ ଖୋଳାଯାଇ ମଧୁର ଜଳ ସଂରକ୍ଷଣ ପାଇଁ କୌଣସି ତପତ୍ରତା ନାହିଁ। ଅଧ୍ୟାତ୍ମ୍ୟ ଓ ପରିବେଶ ସମ୍ପର୍କିତ ପର୍ଯ୍ୟଟନ ପାଇଁ ପ୍ରଚୁର ଭିତ୍ତିଭୂମି ଅଛି। ଏହାର ଉନ୍ନତୀକରଣ ହେଉ ନ ଥିବାରୁ ଜିଲାର ପର୍ଯ୍ୟଟନ କ୍ଷେତ୍ରକୁ ପର୍ଯ୍ୟଟକ ଆସୁନାହାନ୍ତି। ଭୁବନେଶ୍ୱରଠାରେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଗତ ୪ ତାରିଖରେ ସରିଛି। ଏହି ଜିଲାର ଦୁଇ ବିଧାୟକ ମନ୍ତ୍ରୀ ପଦ ସମ୍ଭାଳି ଥିବା ବେଳେ ଜଣେ ଶିଳ୍ପ ମନ୍ତ୍ରୀ ଅଛନ୍ତି। ତେବେ ସୋଲାର ପ୍ୟାନେଲ ବିଦ୍ୟୁତ୍‌ ଉପତ୍ାଦନ ପ୍ଲାଣ୍ଟ ପାଇଁ ରାଜ୍ୟ ସରକାର ଢେଙ୍କାନାଳ ଜିଲାକୁ ଉପଯୁକ୍ତ ଭାବି ଥିବା ବେଳେ ଏଠାରେ ଏପରି ପ୍ଲାଣ୍ଟ ପାଇଁ ୮୨୫ ଏକର ଜମି ଅଧିଗ୍ରହଣ ହୋଇଛି। ସେହିପରି ଷ୍ଟିଲ୍‌ ପ୍ଲାଣ୍ଟ, ବନ୍ଦର ପ୍ରତିଶ୍ରୁତି କାର୍ଯ୍ୟକାରୀ ହେଉନାହିଁ ା ବନ୍ୟା ଓ ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟକୁ ସହ୍ୟ କରୁଥିବା ଏହି ଜିଲାବାସୀ ପଡ଼ୋଶୀ ଶିଳ୍ପ ପ୍ରଦୂଷଣର ଶିକାର ହେଉଛି। ମାତ୍ର ଯୁବବର୍ଗଙ୍କୁ ସେଠାରେ କର୍ମ ନିଯୁକ୍ତି ମିଳୁ ନ ଥିବାରୁ ଦାଦନ ସମସ୍ୟା ବଢ଼ିଯାଇଛି। ଗତ ନଭେମ୍ବର ୨୩ରେ ସଦର ଥାନା ଅନ୍ତର୍ଗତ ବାଲିଆ ବଜାରର କାର୍ତ୍ତିକେଶ୍ୱର ଭସାଣି ଉତ୍ସବରେ ବାଣ ବିସ୍ଫୋରଣ ବିଭୀଷିକା ଦେଖାଦେଇଥିଲା। ଶତାଧିକ ଗୁରୁତରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ମଧ୍ୟ ମିଳି ନ ଥିଲା। ଏବେବି ବହୁ ଗୁରୁତର କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଆଗାମୀ ସାଧାରଣ ନିର୍ବାଚନରେ ଏସବୁ ମୁଖ୍ୟ ପ୍ରସଙ୍ଗ ରହିବ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri