ଆମ ଜିଲା ଖବର

ଭାଗ୍ୟ ବଦଳାଉଛି ତେଲିଆ ମାଛ

ଭୋଗରାଇ,୬।୧୧(ଡି.ଏନ୍‌.ଏ.): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଗଭୀର ସମୁଦ୍ର ଉପକୂଳରୁ ଶନିବାର ୩୬ କେଜିର ଏକ ବିରଳ ପ୍ରଜାତିର ତେଲିଆ ଭୋଲା ମାଛ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଥିଲା। ଏହି ମାଛକୁ ଦୀଘା ମୁହାଣ ଆନ୍ତର୍ଜାତିକ ମାଛ ବିକ୍ରି କେନ୍ଦ୍ରକୁ ଅଣାଯାଇ…

ଯୁକ୍ତ ୨ ଛାତ୍ରଙ୍କୁ ପୋଡ଼ି ହତ୍ୟା

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୬।୧୧: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଡିଣ୍ଡିରାଗାଁ ପଞ୍ଚାୟତ ଗଞ୍ଜୁଖୋଲ ଗାଁ ନିକଟରେ ଯୁକ୍ତ ୨ ପଢୁଥିବା ଜଣେ ଛାତ୍ରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଶନିବାର ପୋଲିସ ଜବତ କରିଛି। ସେ ହେଲେ ଗୋଚ୍ଛାପଡା ଥାନା କ୍ରାଣ୍ଡିବାଲି ଗାଁର ବଉଦୁ କହଁରଙ୍କ…

ରାସ୍ତାରେ ବଉଳା କୁମ୍ଭୀର, ଲୋକେ ଆତଙ୍କିତ

ରାଜନଗର,୬।୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର-ଭିତରକନିକା ଜନଗହଳି ରାସ୍ତାର ଜୁଣଗଡିରୁ ଘଡିଆମାଳ ମଧ୍ୟରେ ଶୁକ୍ରବାର ବିଳମ୍ବିତ ରାତିରେ ୧୦ଫୁଟ ଲମ୍ବର ଏକ ବଉଳାକୁମ୍ଭୀର ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଥିଲା। ଦେଖଣାହାରୀ କୁମ୍ଭୀରକୁ ଦେଖି ପାଟି କରିବା ସହିତ ବନବିଭାଗକୁ ସୂଚନା ଦେଇଥିଲେ।…

ଆଜି ଆସିବ ଧାମନଗର ଭୋଟ ଫଳାଫଳ

ଭୁବନେଶ୍ୱର, ୬।୧୧(ବ୍ୟୁରୋ)/ଭଦ୍ରକ ଅଫିସ୍‌: ଧାମନଗର ବିଧାନସଭା ଉପନିର୍ବାଚନ ଭୋଟଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭଦ୍ରକସ୍ଥିତ ସଂସ୍କୃତି ଭବନଠାରେ ରବିବାର ସକାଳ ୮ରୁ ଭୋଟଗଣନା କାର୍ଯ୍ୟ ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲଟ୍‌ ଗଣନା କରାଯିବ। ସକାଳ ୮ଟା ୩୦…

ଟ୍ରକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ଦେବଗଡ଼,୫ା୧୧(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ଖାରୁମୁଣ୍ଡା ଗ୍ରାମ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ୍‌ ଧକ୍କାରେ ଜଣେ ଯୁବକର ଜୀବନ ଯାଇଛି। ମୃତକ ଜଣକ ବାରକୋଟ ଥାନା ଅନ୍ତର୍ଗତ ଝୁମ୍ପୁରା ଗ୍ରାମର ସନ୍ତୋଷ ପାତ୍ର ବୋଲି ଜଣାପଡ଼ିଛି। ସେ…

ଝରଣାପାଣିକୁ ନେଇ ଦୁଇ ପଞ୍ଚାୟତରେ ବିବାଦ: କାର୍ଯ୍ୟ ବନ୍ଦ ରଖିଲେ ତହସିଲଦାର

ଦିଗପହଣ୍ଡି,୫ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କେରାଣ୍ଡିମାଳ ପାହାଡ଼ରୁ ଆସୁଥିବା ଝରଣାପାଣିକୁ ନେଇ ବି.ତୁରୁବୁଡ଼ି ଓ ବଡଡୁମୁଳା ପଞ୍ଚାୟତ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏହି ବିବାଦୀୟ ଅଭିଯୋଗ ଦିଗପହଣ୍ଡି ତହସିଲ୍‌ରେ ପହଞ୍ଚିବା ପରେ ତହସିଲଦାର ସିପକ୍‌ କୁମାର ପାତ୍ରଙ୍କ…

କାର୍‌ ଚକା ଫାଟିଯିବାରୁ ବାଇକ୍‌ ସହ ମୁହାଁମୁହିଁ ଧକ୍କା: ଶାଶୁଙ୍କ ଜୀବନ ଗଲା, ଜ୍ୱାଇଁ ଗୁରୁତର

ଦିଗପହଣ୍ଡି,୫ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ବଜାର ନିକଟରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଦ୍ରୁତ ଗତିରେ ଆସୁଥିବା ବେଳେ ଡେଙ୍ଗାଓସ୍ତା ବଜାର ନିକଟରେ କାର୍‌ ଆଗଚକା ଫାଟିଯିବାରୁ ଭାରସାମ୍ୟ ହରାଇ ବିପରୀତ ଦିଗରୁ…

୪୮ ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

କୋକସରା,୫ା୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ନୂଆପଡ଼ା ଗ୍ରାମର ଦେବେନ୍ଦ୍ର ବାଗ (୨୫) ଗାଁ ନିକଟରେ ଥିବା ଇନ୍ଦ୍ରାବତୀ ବାମ କେନାଲକୁ ଗୁରୁବାର ଗାଧୋଇବାକୁ ଆସି କେନାଲର ପ୍ରବଳ ପାଣି ସ୍ରୋତରେ ବୁଡ଼ି ଯାଇଥିବା ନେଇ ପରିବାର ଓ…

ଦୁର୍ଘଟଣାରେ ୪ ମୃତ ଘଟଣା: ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଏତଲା

କେନ୍ଦୁଝର,୫ା୧୧(ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ବଡ଼ପଶି ନିକଟରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା। ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ଅବହେଳା, ଦାୟିତ୍ୱହୀନତା, ଖାମଖିଆଲ ମନୋଭାବ ଓ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁ ଏଭଳି ଦୁର୍ଘଟଣା ଗତ…

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ପ୍ରାଥମିକ ଶିକ୍ଷକ ସଂଘ

ସୁନ୍ଦରଗଡ଼,୫ା୧୧(ଡି.ଏନ୍‌.ଏ.): ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ ସହ ଠିକା ନିଯୁକ୍ତି ଅବଧିକୁ ମୂଳ ନିଯୁକ୍ତିରେ ଗଣନା କରି ସେହି ଅବଧି ପାଇ ନ୍ୟାଶନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ,ସପ୍ତମ ବେତନ କମିଶନ ଆଧାରରେ କେନ୍ଦ୍ରୀୟ ହାରରେ ଦରମା, ନୂତନ ପେନ୍‌ସନ୍‌ ନୀତି ଉଚ୍ଛେଦ…

ମୃତଦେହ ସତ୍କାର ପାଇଁ ଯାଇଥିଲେ ପରିବାର ଲୋକେ, ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ସିମୁଳିଆ,୫ା୧୧(ଡି.ଏନ୍‌.ଏ.): ପରିବାର ଲୋକେ ମୃତଦେହ ସତ୍କାର ପାଇଁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଘରେ କଳାକନା ବୁଲାଇବା ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲା ସିମୁଳିଆ ବ୍ଲକର ମାର୍କୋଣା ଅଞ୍ଚଳରେ। ସୂଚନାଯୋଗ୍ୟ, ମାର୍କଣା ଷ୍ଟେଶନ ରୋଡ୍‌ ପାର୍ଶ୍ୱରେ ଘର କରି…

ଜାମକାନି କୋଇଲା ଖଣି କାର୍ଯ୍ୟ ଆରମ୍ଭ ନେଇ ଉତ୍ତେଜନା: ଲାଠି ଚାଳନା କଲା ପୋଲିସ

ସୁନ୍ଦରଗଡ଼/ହେମଗିରି,୫ା୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ହେମଗିରି ବ୍ଲକ ଅନ୍ତର୍ଗତ ଜାମକାନି କୋଇଲା ଖଣି କାର୍ଯ୍ୟ ଶନିବାର ଆରମ୍ଭ ହୋଇଥିବା ବେଳେ ଖଣି ବିସ୍ଥାପିତଙ୍କ ବିରୋଧ ଯୋଗୁ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?