୩ ସରପଞ୍ଚ, ୭ ୱାର୍ଡମେମ୍ବର ଅଯୋଗ୍ୟ ଘୋଷିତ

ନବରଙ୍ଗପୁର,୧୪।୧୨(ବି.ପ୍ର.): ନବରଙ୍ଗପୁର ଜିଲାର ୩ଜଣ ସରପଞ୍ଚ ଓ ୭ ଜଣ ୱାର୍ଡମେମ୍ବରଙ୍କୁ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ୧୨ ତାରିଖରେ ଅଯୋଗ୍ୟ ଘୋଷିତ କରିଛନ୍ତି। ଜିଲା ପଞ୍ଚାୟତ ଅଧିକାରୀ ନିର୍ଦ୍ଦେଶନାମା ପାଇବା ପରେ ସମ୍ପୃକ୍ତ ବ୍ଲକର ବିଡିଓମାନଙ୍କୁ ଚିଠିକରି ଜଣାଇଛନ୍ତି। ଅଯୋଗ୍ୟ ଘୋଷିତ ଲୋକ ପ୍ରତିନିଧିମାନଙ୍କର ଦୁଇରୁ ଅଧିକ ସନ୍ତାନ ଥିବା ନେଇ ଅଭିଯୋଗ ହୋଇଥିଲା। ଜିଲା ମାଜିଷ୍ଟ୍ରେଟଙ୍କ କୋର୍ଟରେ ବିଚାରଣା ପରେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି।
ଝରିଗାଁ ବ୍ଲକ ଚିତାବେଡ଼ା ସରପଞ୍ଚ ତୁଳାବତୀ ସାନ୍ତାଙ୍କ ନାମରେ ଅଭିଯୋଗକୁ ନେଇ ଆର୍‌ଏମ୍‌ସି(ଜିପି) କେସ୍‌ ନମ୍ବର ୧/୨୦୨୨ ରୁଜୁ ହୋଇଥିଲା। ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତିକରି ଜିଲା ମାଜିଷ୍ଟ୍ରେଟ୍‌ ତାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ସେହିଭଳି କୋଷାଗୁମୁଡ଼ା ବ୍ଲକ ବାଲେଗାଁ ସରପଞ୍ଚ ଭଗବତୀ ଭତରା ଓ ଚନ୍ଦାହାଣ୍ଡି ବ୍ଲକ ଦଲବେଡ଼ା ସରପଞ୍ଚ ଭଗବାନ ମାଝିଙ୍କୁ ମଧ୍ୟ ଅଯୋଗ୍ୟ ଘୋଷଣା କରାଯାଇଛିି ା ଏନେଇ କେସ୍‌ ନଂ. ଯଥାକ୍ରମେ ୩/୨୦୨୨ ଓ ୬/୨୨ରେ ମାମଲା ବିଚାରାଧୀନ ଥିଲା। ସେହିଭଳି ବି.ଏମ୍‌.ସେମଳା ପଞ୍ଚାୟତ ୭ ନଂ ୱାର୍ଡମେମ୍ବର ଈଶ୍ୱରୀ ଗୌଡ଼, ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ୧ନଂ. ୱାର୍ଡମେମ୍ବର ଡମ୍ବରୁ ମାଳି, ୯ ନଂ. ଓ୍ବାର୍ଡମେମ୍ବର ଧନମତି ମୁଦୁଲି, ନବରଙ୍ଗପୁର ବ୍ଲକ ତାରାଗାଁ ୧ ନଂ. ୱାର୍ଡର ତପସ୍ବିନୀ ଭଟ୍ଟ, ୨ନଂ ୱାର୍ଡ ମେମ୍ବର ଅର୍ଜୁନ ଭତରା, ୩ ନଂ. ୱାର୍ଡମେମ୍ବର ଭୁବନ ଭତରା ଓ ୯ ନଂ. ୱାର୍ଡମେମ୍ବର ତୁଳାବତୀ ମୁଦୁଲିଙ୍କୁ ସମସ୍ତ ତଥ୍ୟ ଓ ସାକ୍ଷ୍ୟକୁ ଭିତ୍ତିକରି ଜିଲା ମାଜିଷ୍ଟ୍ରେଟ ଅଯୋଗ୍ୟ ଘୋଷିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri