କମ୍‌ ଦରରେ ଧାନ ନେବାକୁ ସକ୍ରିୟ ମିଲର୍ସ, ବେପାରୀ

ବିଷମକଟକ,୧୪ା୧୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲାରେ ଏ ପର୍ଯ୍ୟନ୍ତ ମଣ୍ଡି ଖୋଲିନାହିଁ। ଚାଷୀ ଖୋଲା ଆକାଶ ତଳେ ଧାନ ଅମଳ କରି ଜଗି ରହିଛନ୍ତି। ବାରମ୍ବାର ଲଘୁଚାପ ଚାଷୀକୁ ଚିନ୍ତାରେ ପକାଉଛି। ଆଗକୁ ପୁଣି ଏକ ଲଘୁଚାପ ରହିଥିବାରୁ ଚାଷୀ ଆଶଙ୍କାରେ ପଡ଼ିଛନ୍ତି। ଚଳିତ ଖରିଫ ଋତୁ ପାଇଁ ମଣ୍ଡି ଖୋଲିବାରେ ଯେତେ ବିଳମ୍ବ ହେଉଛି ଖୁଦ୍ର ଓ ମଧ୍ୟମ ବର୍ଗର ଚାଷୀ ଅଧିକ ଦଲାଲଙ୍କ ଶିକାର ହେଉଛନ୍ତି। ଚାଷୀ ଋଣ ଏବଂ କରଜ କରି ଧାନ ଅମଳ କରୁଥିବାବେଳେ ଫସଲର ଉଚିତ୍‌ ମୂଲ୍ୟ ପାଇ ଋଣ ଶୁଝିବା ଚିନ୍ତାରେ ରହିଥାନ୍ତି। ବିଷମକଟକ ବ୍ଲକରେ ଏବେ କେତେକ ଜମିରୁ ଚାଷୀ ଧାନ ଅମଳ କରିସାରିଲେଣି। ଏଭଳି ପରିସ୍ଥିତିର ସୁଯୋଗ ନେଇ ବେପାରୀ ଏବଂ ମିଲର୍ସ ଚାଷୀଙ୍କ ଠାରୁ କମ୍‌ ମୂଲ୍ୟରେ ଧାନ କିଣି ନେଉଛନ୍ତି। ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁ ଚାଷୀ ମଧ୍ୟ ଶୀଘ୍ର ଋଣ ଶୁଝିବା ପାଇଁ କମ୍‌ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଆଉ କେତେକ ଚାଷୀ କେବେ ମଣ୍ଡି ଖୋଲିବ ଏବଂ ଟୋକନ ଆସିଲେ ଧାନ ବିକ୍ରି କରିବେ ବୋଲି ଅପେକ୍ଷା କରିଛନ୍ତି।
ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏ ପର୍ଯ୍ୟନ୍ତ ସାଟେଲାଇଟ ମଧ୍ୟମରେ ଧାନଜମି ଚିହ୍ନଟ ପ୍ରକ୍ରିୟା ସରିନାହିଁ। ସେଥିପାଇଁ ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବା ଜଣାପଡ଼ିଛି। ଡିସେମ୍ବର ୧୯ ସୁଦ୍ଧା ମଣ୍ଡି ଖୋଲାଯିବ ବୋଲି ପ୍ରଶାସନ ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ ମଣ୍ଡି ଖୋଲିବାର ୭ ଦିନ ପୂର୍ବରୁ ଚାଷୀଙ୍କୁ ଟୋକନ ପାଇଁ ମୋବାଇଲରେ ସୂଚନା ମିଳିବା କଥା। ହେଲେ ଏ ପର୍ଯ୍ୟନ୍ତ ବିଷମକଟକରେ ୬୫୦୦ ହେକ୍ଟରରୁ ଅଧିକ ଜମିରେ ଧାନ ଚାଷ ହୋଇଥିବା ବେଳେ ସେଥିମଧ୍ୟରୁ ଜଣଙ୍କୁ ମଧ୍ୟ ମୋବାଇଲରେ ଏ ପର୍ଯ୍ୟନ୍ତ ସୂଚନା ଦିଆଯାଇନାହିଁ। ଏଭଳି ସ୍ଥଳେ ଅଧିକାଂଶ ଚାଷୀ ବାହାର ବେପାରୀ ଏବଂ ମିଲର୍ସଙ୍କୁ ଧାନ ବିକ୍ରି କରିବା ପରେ ମଣ୍ଡି ଖୋଲି ପ୍ରଶସନ ନିକଟରେ ବାଃ ବାଃ ନେବାରେ କେଉଁଲାଭ ବୋଲି ଚାଷୀ ମତପ୍ରକାଶ କରିଛନ୍ତି। ଶୀତ କାକରରେ ଚାଷୀ ବର୍ଷକର ଅମଳ ଧାନକୁ ଜଗି ରହିଛି। ପୂର୍ବରୁ ଚାଷୀ ଅମଳ କରିଥିବା ଖରିଫ ଧାନକୁ ବିହନ ନିଗମ ସ୍ବୀକୃତି ପ୍ରଦାନ କରି ଚାଷୀଙ୍କ ଠାରୁ କ୍ରୟ କରୁଥିବା ବେଳେ ମିଲର୍ସ ସେହି ଧାନକୁ ନିମ୍ନମାନର ଦର୍ଶାଇ ଚାଷୀଙ୍କ ଠାରୁ କେଜି ପ୍ରତି ମାତ୍ର ୮ ରୁ ୧୦ ଟଙ୍କାରେ କିଣି ନେଉଛନ୍ତି। ଏବେ ଚାଷୀ ଖଳାରୁ ଧାନ ନେଇ କୌଣସି ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ମଧ୍ୟ ପ୍ରସ୍ତୁତ ନୁହଁନ୍ତି। ଆର୍‌ଏମ୍‌ସି ଗୋଦାମ ଗୃହରେ ଧାନ ରଖିଲେ ଚାଷୀଙ୍କୁ କୁଇଣ୍ଟାଲ ପିଛା ୫୦ ରୁ ୧୦୦ ଟଙ୍କା ଦେବାକୁ ପଡ଼ିବ। ସେଥିପାଇଁ ଚାଷୀ ସେଠାକୁ ଧାନ ନେବାପାଇଁ ମନ ବଳାଉନାହଁାନ୍ତି। ଫଳରେ ଚାଷୀ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଶୀଘ୍ର ମଣ୍ଡି ଖୋଲି ଚାଷୀଙ୍କ ଧାନ କିଣିବା ପାଇଁ ଚାଷୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri