ଏଣିକି ୧ ନମ୍ବର ପ୍ଲାଟଫର୍ମରେ ରହିବ ହୀରାଖଣ୍ଡ

ଜୟପୁର,୧୪ା୧୨ (ନି.ପ୍ର.): ପୂର୍ବତଟ ରେଳବାଇର ଓ୍ବାଲଟିୟର ଡିଭିଜନ ଡିଆର୍‌ଏମ ଅନୁପ ଶତପଥୀ ଜଗଦଲପୁରରୁ ବିଶାଖାପାଟଣା ଗସ୍ତ ସମୟରେ ଜୟପୁର ରେଳ ଷ୍ଟେସନରେ ସମୀକ୍ଷା କରିଛନ୍ତି। ଡିଆରଏମଙ୍କ ଗସ୍ତ ସୂଚନା ପାଇ ଜୟପୁରର ବିଭିନ୍ନ ଅନୁଷ୍ଠାନ ତାଙ୍କୁ ଦାବିପତ୍ର ଦେଇଛନ୍ତି। ଆଗାମୀ ଦିନରେ ଜୟପୁର ରେଳଷ୍ଟେସନର ଅପଗ୍ରେଡେସନ ହେବ। ୧ ନମ୍ବର ପ୍ଲାଟଫର୍ମରେ ହୀରାଖଣ୍ଡ ଲାଗିବ ବୋଲି ଏହି ଅବସରରେ ଶତପଥୀ ସୂଚନା ଦେଇଥିଲେ। ସିପିଆଇ ପକ୍ଷରୁ ମଧ୍ୟ ଏନେଇ ଦାବି କରାଯାଇଥିଲା। ୨ନଂ. ପ୍ଲାଟଫର୍ମରେ ହୀରାଖଣ୍ଡ ଲାଗୁଥିବାରୁ ଲୋକେ ହଇରାଣ ହେଉଛନ୍ତି ବୋଲି ସିପିଆଇ ପକ୍ଷରୁ ପୂର୍ବରୁ କୁହାଯାଇଥିଲା। ଜନ କଲ୍ୟାଣ ମଞ୍ଚ ତରଫରୁ ପ୍ରତ୍ୟହ ଭୁବନେଶ୍ୱରରୁ ବିଶାଖାପାଟଣା ଆସୁଥିବା ଟ୍ରେନ କୋରାପୁଟ ଯାଏ ଭାୟା ଆରକୁ ଦେଇ ସଂପ୍ରସାରଣ କଲେ ଅବିଭକ୍ତ କୋରାପୁଟ ବାସିନ୍ଦା ଉପକୃତ ହେବେ ବୋଲି ମଞ୍ଚର ରାଜେନ୍ଦ୍ର ଗୌଡ, ବାଲା ରାୟ ପ୍ରକାଶ କରିଥିଲେ। ସେହିପରି ସିପିଆଇ କୋରାପୁଟ ଜିଲା ପରିଷଦ ଏକ ଦାବିପତ୍ର ଡିଆରଏମ୍‌ଙ୍କୁ ଦେଇଛି। ଏଥିରେ ଜୟପୁର ରେଳ ଷ୍ଟେସନରେ ଥିବା ଫୁଟ ଓଭର ବ୍ରିଜର ଉଭୟ ପାର୍ଶରେ ଖସଡ଼ା ପଥ ଗ୍ଳାଇଡିଂ ସ୍ଳୋପ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହାଦ୍ୱାରା ଯାତ୍ରୀମାନେ ଟ୍ରଲି ବ୍ୟାଗ କିମ୍ବା ସୁଟକେସ ଧରି ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ସହଜରେ ଯାଇପାରିବେ। ହୁଇଲ ଚେୟାରରେ ବୟସ୍କ ଓ ରୋଗୀମାନଙ୍କୁ ମଧ୍ୟ ନେବା ସହଜ ହେବ ବୋଲି ସିପିଆଇ ପକ୍ଷରୁ କୁହାଯାଇଛି। ଦ୍ୱିତୀୟ ପ୍ଲାଟଫର୍ମର ରେଷ୍ଟସେଡ ପରିବର୍ଦ୍ଧିତ କରି ସେଠାରେ ଶୌଚାଳୟ ଓ ପିଇବା ପାଣି ବ୍ୟବସ୍ଥା କରିବା, ମାଲକାନଗିରି-ଜୟପୁର-ଜୁନାଗଡ଼ ରେଳପଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିିତ କରିବା, ଜଗଦଲପୁରରୁ ଦିଲ୍ଲୀ ଓ ମୁମ୍ବାଇ ମେଟ୍ରୋ ସିଟି ସହ ଟ୍ରେନ ସଂଯୋଗୀକରଣ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଡିଆରଏମ୍‌ ଶତପଥୀ ସମସ୍ତଙ୍କ ଦାବି ଶୁଣି ରେଳବାଇ ପକ୍ଷରୁ ଯେଉଁ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଅବଗତ କରାଇଥିଲେ। ଷ୍ଟେସନର ଉଭୟ ପାର୍ଶରେ ଲିଫ୍ଟ ବ୍ୟବସ୍ଥା କାର୍ଯ୍ୟକାରୀ କରିବା, ଏଲିଭେଟର୍‌ ସିଷ୍ଟମ କରିବା, ଲଗେଜ ବୁକିଙ୍ଗ ବ୍ୟବସ୍ଥା କରିବା ପାଇଁ ସେ ସ୍ଥାନୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦାବିପତ୍ର ପ୍ରଦାନ ବେଳେ ଜିଲା ସମ୍ପାଦକ ଯୁଧିଷ୍ଠିର ରାଉଳ, ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ପ୍ରମୋଦ ମହାନ୍ତି, ରାମକୃଷ୍ଣ ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri