ଅନୁକମ୍ପା ଆଶାରେ ଅଭାବୀ ପରିବାର

ଭଣ୍ଡାରିପୋଖରୀ, ୧୪।୧୨(ସ୍ବ.ପ୍ର.): ସବୁ ଠିକ୍‌ଠାକ୍‌ ଚାଲିଥିଲା। ଗୋଟିଏ ଦୁର୍ଘଟଣା ଭାଙ୍ଗିଦେଲା ପରିବାରର ସ୍ବପ୍ନ। ଏବେ ୬ ପ୍ରାଣୀ କୁଟୁମ୍ବଙ୍କ ପାଇଁ ଦୁଇଓଳି ଭାତ ସାତସପନ ପାଲଟିଛି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ନିର୍ଗୁଣ୍ଡି ପଞ୍ଚାୟତ ଧାମନଗର ଛକଠାରେ ବସବାସ କରୁଥିବା ଲକ୍ଷ୍ମଣ ମୁର୍ମୁଙ୍କ ପରିବାର ଉପରେ ଦୁଃଖର କଳା ବାଦଲ ଛାଇଯାଇଛି।
ପରିବାର କହିଲେ ପୁଅ ମାନସିଂଙ୍କ ସହ ବୋହୂ ବାସନ୍ତୀ ଓ ନାତିନାତୁଣୀ ଚାରିଜଣଙ୍କୁ ନେଇ ଅଭାବୀ ସଂସାର ହସଖୁସିରେ ଚାଲିଥିଲା। ୮ ମାସ ପୂର୍ବରୁ ମାନସିକ ବିକୃତି ଯୋଗୁ ବୋହୂ କେଉଁଆଡ଼େ ଚାଲିଯାଇଛନ୍ତି। ଘରର ଏକମାତ୍ର ରୋଜଗାରିଆ ପୁଅ ମାନସିଂ ବୁଢ଼ା ବାପା ଲକ୍ଷ୍ମଣଙ୍କ ସହ ଚାରି ଛୁଆଙ୍କୁ ନେଇ ଯଥେକଷ୍ଟେ ସଂସାର ଚଳାଉଥିଲେ। ହେଲେ ତିନିମାସ ତଳେ ଏକ ସଡ଼କ ଦୁର୍ଘଟଣାରେ ମାନସିଂ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଅନୁକମ୍ପାମୂଳକ ସାହାଯ୍ୟ ସହଯୋଗ ଯୋଗୁ ମାନସିଂ କଟକ ଡାକ୍ତରଖାନାରୁ ଜୀବନ ପାଇ ଫେରି ଆସିଥିଲେ ସୁଦ୍ଧା ଏବେ ସେ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛନ୍ତି। ତାଙ୍କର ମେରୁଦଣ୍ଡ ହାଡ଼ ସହ ଶରୀରର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଆଉ କାର୍ଯ୍ୟକ୍ଷମ ହେଉନାହିଁ। ସେ ଏବେ ସେ ଶଯ୍ୟାଶାୟୀ ହୋଇଯାଇଛନ୍ତି। ତାଙ୍କ ବଡ଼ଝିଅ ଯମୁନା ଚଳିତବର୍ଷ ମାଟ୍ରିକ ପାସ୍‌ କରିଥିଲେ ସୁଦ୍ଧା ଇଚ୍ଛା ଥାଇ ମଧ୍ୟ ବାପାଙ୍କ ଏଭଳି ଅବସ୍ଥା ଦେଖି ଆଉ ପାଠ ପଢ଼ିପାରୁ ନାହାନ୍ତି। ଅନ୍ୟ ତିନି ଭାଇଭଉଣୀ ସ୍କୁଲରେ ପଢୁଥିଲେ ହେଁ ଆର୍ଥିକ ଅନଟନ ଶିକ୍ଷାରେ ବାଧକ ସାଜିଛି। ପରିସ୍ଥିତି ଏଭଳି ହୋଇଛି ଯେ ସେମାନେ ଓଳିଏ ଖାଇଲେ ଓଳିଏ ଉପବାସ ରହୁଛନ୍ତି। ସରକାରୀ ସହାୟତା କହିଲେ କେବଳ ୩୫ କେଜି ଚାଉଳ। ସରକାର ବିଭିନ୍ନ କ୍ଷେତ୍ରରେ ଆଦିବାସୀମାନଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ପରିବାର ସେଥିରୁ ବଞ୍ଚିତ ହୋଇଛନ୍ତି। ଦୁର୍ଘଟଣା ପରେ ନା ମାନସିଂଙ୍କୁ ମିଳିଛି ସରକାରୀ ସହାୟତା ନା ଶିକ୍ଷା କ୍ଷେତ୍ରରେ ତାଙ୍କ ପିଲାମାନଙ୍କୁ ଗରିବ ପ୍ରୋତ୍ସାହନ ରାଶି। ସରକାରଙ୍କ ପକ୍ଷରୁ ସହାୟତା ମିଳିଲେ ମାନସିଂଙ୍କ ଚିକିତ୍ସା ସହ ତାଙ୍କ ପିଲାମାନେ ସୁବିଧାରେ ପାଠ ପଢ଼ିପାରନ୍ତେ ବୋଲି ଲକ୍ଷ୍ମଣ ଆଶାବ୍ୟକ୍ତ କରିଛନ୍ତି। ବ୍ଲକ, ଜିଲା ପ୍ରଶାସନ ଏବଂ ଲୋକପ୍ରତିନିଧି ଏହି ପରିବାର ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ନିର୍ଗୁଣ୍ଡି ସରପଞ୍ଚ ସତ୍ୟବ୍ରତ ପାଲ କହିଛନ୍ତି, ତିନିମାସ ତଳେ ଦୁର୍ଘଟଣାରେ ଗୁରୁତର ହୋଇ ମାନସିଂ କଟକ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ତିନିଦିନ ହେଲା ଘରକୁ ଫେରିଛନ୍ତି। ତେବେ ଅନ୍‌ଲାଇନରେ ତାଙ୍କର ଦିବ୍ୟାଙ୍ଗ ସାର୍ଟିଫିକେଟ ପାଇଁ ଆବେଦନ କରାଯାଇ ସହାୟତା ଯୋଗାଇବା ଦିଗରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସାତୁଲୀ ୟୁଥ୍ କ୍ଲବ୍ କ୍ରିକେଟ ଟୁର୍ନାମେଣ୍ଟ: ସେମିଫାଇନାଲରେ ଅଙ୍ଗାରଗାଁର ଦମଦାର ବିଜୟ, ଫାଇନାଲରେ…

ଗଞ୍ଜାମ,୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅଧୀନସ୍ଥ ସାତୁଲୀ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଦିନ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri