ନୟାଗଡ଼ ଜିଲା ଯୋଗାଣ ଅଧିକାରୀ ନିଲମ୍ବିତ

ନୟାଗଡ଼ ଅଫିସ,୧୪।୧୨: ଚାଉଳ ନ ଫେରାଇ ୨ ମିଲରଙ୍କୁ ସିକ୍ୟୁରିଟି ଟଙ୍କା ଉଠାଣ କରିବା ପାଇଁ ସୁଯୋଗ ଦେବା ଘଟଣାରେ ନୟାଗଡ଼ ଜିଲା ଯୋଗାଣ ଅଧିକାରୀ (ସିଏସ୍‌ଓ) ବ୍ରଜବନ୍ଧୁ ନାୟକ ମଙ୍ଗଳବାର ନିଲମ୍ବିତ ହୋଇଛନ୍ତି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବଙ୍କ ଚିଠି ନଂ. ୧୯୧୧୯ ତା.୧୩।୧୨।୨୦୨୨ରେ ସିଏସ୍‌ଓଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ସିଏସ୍‌ଓଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ସିଏସ୍‌ଓ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି। କେନ୍ଦୁଝର ଜିଲାପାଳଙ୍କ ବିନାନୁମତିରେ ସେ ଛୁଟି ନେଇପାରିବେ ନାହିଁ ବୋଲିି କୁହାଯାଇଛି । ତେବେ ୨ ମିଲର ଓ କର୍ପୋରେଶନର ଆକାଉଣ୍ଟ୍‌ସ ମ୍ୟାନେଜର ଖସି ଯାଇଛନ୍ତି । ଏ ସମ୍ପର୍କରେ କେବଳ ଧରିତ୍ରୀରେ ୨୦୨୨ ଅକ୍ଟୋବର ୧୮ରେ ଚାଉଳ ନ ଫେରାଇ ସିକ୍ୟୁରିଟି ଟଙ୍କା ଉଠାଣ, ୨ ମିଲରଙ୍କୁ ଅନୁକମ୍ପା ଶୀର୍ଷକରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା, ଯାହାକୁ ନେଇ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଥିଲା। ସରକାରୀସ୍ତରରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ଅନ୍ୟପକ୍ଷେ ସେ ସମୟର ଜିଲା ଯୋଗାଣ ଅଧିକାରୀ ବ୍ରଜବନ୍ଧୁ ନାୟକ କ୍ଷମତାର କିପରି ଅପବ୍ୟବହାର କରୁଥିଲେ ତାହା ଧରାପଡିଛି। ସିକ୍ୟୁରିଟି ଟଙ୍କା ଫେରସ୍ତ କରାଯିବାର ନିୟମ ନ ଥିବାବେଳେ ଆପଣ କିପରି ଫେରସ୍ତ କରିଛନ୍ତି ବୋଲି ସିଏସ୍‌ଓଙ୍କୁ ପଚରାଯାଇଥିଲା। ସିକ୍ୟୁରିଟି ଟଙ୍କା ଫେରାଇବାରେ କୌଣସି ଅସୁବିଧା ନାହିଁ ା ଏଥିରେ କୌଣସି ଆଇନ ଉଲ୍ଲଂଘନ କରାଯାଇ ନାହିଁ ବୋଲି କହି ଗଣମାଧ୍ୟମକୁ ଫାଙ୍କି ଦେଇଥିଲେ। ଏହି ପ୍ରସଙ୍ଗରେ ସେ କହିଥିଲେ, ୨ ମିଲର ସିକ୍ୟୁରିଟି ଟଙ୍କା ଆବେଦନ କରି ନେଇଛନ୍ତି। ଅନ୍ୟ ଯେଉଁ ୭ ଜଣ ମିଲର ୧୦୦ ପ୍ରତିଶତ ଚାଉଳ ଦେଇଛନ୍ତି, ସେମାନେ ସିକ୍ୟୁରିଟି ଟଙ୍କା ନେବାକୁ ଆବେଦନ କରି ନ ଥିବାରୁ ସେମାନଙ୍କୁ ଦିଆଯାଇନି । ତେବେ ନିଲମ୍ବନ ପରେ ସିଏସ୍‌ଓଙ୍କ ମିଛ ଧରାପଡିଛି।
ଅଭିଯୋଗ ଅନୁଯାୟୀ, ଜିଲାରେ ୧୭ଜଣ ମିଲର ୨୦୨୧-୨୨ ଆର୍ଥିକ ବର୍ଷର ଖରିଫ ଋତୁରେ ଧାନ କିଣିଥିବାବେଳେ ମାତ୍ର ୭ ଜଣ ୧୦୦ ପ୍ରତିଶତ ଚାଉଳ ଫେରାଇଥିଲେ। ଅନ୍ୟ ୧୦ ମିଲର ଚାଉଳ ଫେରାଇବାରେ ସମୟ ଗଡ଼ାଇ ଚାଲିଥିଲେ। ୨୦୨୧-୨୨ ଆର୍ଥିକ ବର୍ଷରେ ୧୪୪୦୨୨.୨୯୬ ମେଟ୍ରିକ ଟ୍ରନ ଧାନକୁ ୧୭ଟି ମିଲ୍‌ ଜିଲାର ବିଭିନ୍ନ ମଣ୍ଡିରୁ କିଣିଥିଲେ। ସେହି ଧାନକୁ ଚାଉଳ କରି ମିଲରମାନେ ସେପ୍ଟେମ୍ବର ୨୦୨୨ ସୁଦ୍ଧା ୯୭୯୩୫.୧୬୧ ମେଟ୍ରିକ ଟନ ଚାଉଳ ସରକାରଙ୍କୁ ପ୍ରଦାନ କରିବାର ନିୟମ ଥିଲା। ତେବେ ଜିଲାର ଡାଇମଣ୍ଡ ରାଇସ ପ୍ରାଇଭେଟ ଲିମିଟେଡ୍‌, ମା’ ମଙ୍ଗଳା ଆଗ୍ରୋ ଇଣ୍ଡଷ୍ଟ୍ରି, ନୟାଗଡ଼ ରାଇସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ଶ୍ରୀ ରଘୁନାଥ ରାଇସ୍‌ ମିଲ୍‌ କେବଳ ୧୦୦% ଚାଉଳ ଗତ ସେପ୍ଟେମ୍ବରରେ ଫେରାଇଥିଲେ। ଅବଶିଷ୍ଟ ୧୩ଟି ମିଲ ସେପ୍ଟେମ୍ବର ୩୧ ସୁଦ୍ଧା ମାତ୍ର ୮୨% ଚାଉଳ ଫେରାଇଥିଲେ । ସରକାର ଚାଉଳ ଫେରାଇବାର ସମୟ ସୀମା ବଢ଼ାଇବା ପରେ ଅକ୍ଟୋବର ୩୧ ଅନ୍ତିମ ତାରିଖ ଥିଲା। ତେବେ ଅକ୍ଟୋବର ୯ ସୁଦ୍ଧା ୯୧.୫୯% ଚାଉଳ ମିଲରମାନେ ସେ ସମୟରେ ଫେରାଇଥିଲେ। ତେବେ ୧୦୦% ଚାଉଳ ଜିଲା ଯୋଗାଣ ବିଭାଗକୁ ଫେରାଇ ଜିଲାର ୭ଜଣ ମିଲର ସିକ୍ୟୁରିଟି ଟଙ୍କା ଉଠାଇବାକୁ ସୁଯୋଗ ପାଇ ନ ଥିଲେ। କିନ୍ତୁ ଦଶପଲ୍ଲା ପଙ୍କାଳସାହି ଜୟ ମହାବୀର ମିଲର ଓ ରଣପୁର ବ୍ଲକ ନରସିଂହପୁର ଆର.କେ. ମିଲରଙ୍କୁ ଅନୁକମ୍ପା ଦେଖାଇ ସିଏସ୍‌ଓ ସିକ୍ୟୁରିଟି ଟଙ୍କା ଗତ ଜୁଲାଇ ମାସରେ ଉଠାଣ କରିବାକୁ ସୁଯୋଗ ଦେଇଥିଲେ। ଦଶପଲ୍ଲା ପଙ୍କାଳସାହି ଜୟ ମହାବୀର ମିଲର ୧ କୋଟି ୭୧ ଲକ୍ଷ ୮୨ ହଜାର ବ୍ୟାଙ୍କ ଗ୍ୟାରେଣ୍ଟି ଓ ୨ କୋଟି ଫିକ୍ସ ଡିପୋଜିଟ୍‌ ଏପରି ମୋଟରେ ୩ କୋଟି ୭୧ ଲକ୍ଷ ୮୨ ହଜାର ଟଙ୍କା ବ୍ୟାଙ୍କ ସିକ୍ୟୁରିଟି କର୍ପୋରେଶନରେ ଦେଇଥିଲେ । ତେବେ ଶତ ପ୍ରତିଶତ ଚାଉଳ ନ ଫେରାଇ ଏହି ମିଲର ଫିକ୍ସ ଡିପୋଜିଟ୍‌ ଥିବା ୨ କୋଟି ଟଙ୍କା ନେଇ ଯାଇଥିଲେ। ସେହିପରି ଆର.କେ. ମିଲର ନରସିଂହପୁର ୧ କୋଟି ୯୬ ଲକ୍ଷ ଟଙ୍କା ଜିଲା ଯୋଗାଣ ନିଗମରେ ସିକ୍ୟୁରିଟି ପଇଠ କରିଥିଲେ। ତେବେ ରିନିୱାଲ ନଁାରେ ୧ କୋଟି ୭୦ ଲକ୍ଷ ଫେରସ୍ତ ନେଇ ସରକାରଙ୍କୁ ଠକିଥିଲେ। ଦୁଇ ମିଲରଙ୍କୁ ସିକ୍ୟୁରିଟି ଟଙ୍କା ଫେରାଇବା ଘଟଣାରେ ସିଏସ୍‌ଓଙ୍କ ସମେତ ଜିଲା ଯୋଗାଣ ବିଭାଗର ଆକାଉଣ୍ଟ୍‌ସ ମ୍ୟାନେଜର ସାମିଲ ଥିଲେ। ସିଏସ୍‌ଓ ନିଲମ୍ବିତ ହୋଇଥିବାବେଳେ ଆକାଉଣ୍ଟ୍‌ସ ମ୍ୟାନେଜର ଓ ଦୁଇ ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ଥିଲା ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri