ଏକ୍ସପାଏରି ଔଷଧରେ ମୁଭି ପୋଷ୍ଟର

ନୟାଗଡ଼ ଅଫିସ,୧୪।୧୨: ଏକ୍ସପାଏରି ଇଞ୍ଜେକଶନ, ଟାବ୍‌ଲେଟ୍‌, ଟାବ୍‌ଲେଟ ଖୋଳ ଓ କ୍ୟାପ୍‌ସୁଲରେ ତିଆରି ହୋଇଛି ଓଡିଆ ଚଳଚ୍ଚିତ୍ର ଦମନର ପୋଷ୍ଟର । ୧୦ ଫୁଟ ଲମ୍ବ ଓ ୬ଫୁଟ ଓସାରର ଏହି ପୋଷ୍ଟର ତିଆରି କରିଛନ୍ତି ନୟାଗଡ଼ ଜିଲା ଗଣିଆ ବ୍ଲକ ଆଡକଟା ପଞ୍ଚାୟତ ଧୂଆମଡା ଗଁାର ଯୁବ ଚିତ୍ରଶିଳ୍ପୀ ରାକେଶ କୁମାର ମହାରଣା ା ତାଙ୍କର ଏହି ମୁଭି ପୋଷ୍ଟର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ା ଓଡ଼ିଆ ଚଳଚ୍ଚିତ୍ର ଦମନ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଲୋକପ୍ରିୟ ହେବାରେ ଲାଗିଛି ।
ରାକେଶ ଏହି ଚଳଚ୍ଚିତ୍ର ଦେଖିବା ପରେ ଏହି ସିନେମାକୁ ନେଇ ଆଉ କ’ଣ କଳାକୃତି କରିହେବ ସେ ସମ୍ପର୍କରେ ଚିନ୍ତା କରିଥିଲେ ।
ଚଳଚ୍ଚିତ୍ରଟି ଡାକ୍ତରଙ୍କ କାହାଣୀ ଉପରେ ପର୍ଯ୍ୟବେସିତ ହୋଇଥିବାରୁ ମେଡିସିନରେ ମୁଭି ପୋଷ୍ଟର କରିବାକୁ ମନସ୍ଥ କରିଥିଲେ । ତେବେ ଏତେ ମେଡିସିନ କିଣି କରିବା ସମ୍ଭବ ନ ଥିଲା । ତେଶୁ ଏକ୍ସପାଏରି ଔଷଧ ଓ ଇଞ୍ଜେକଶନରେ ମୁଭି ପୋଷ୍ଟର ତିଆରି କରାଗଲେ ଠିକ୍‌ ହେବ ବୋଲି ଭାବିଥିଲେ । ପରେ ଏକ୍ସପାଏରି ମେଡିସିନ ଓ ଇଞ୍ଜେକଶନ ସଂଗ୍ରହ କରିଥିଲେ ।
ଏଥିପାଇଁ ୩ ହଜାର ଷ୍ଟ୍ରିପ୍‌ ଟାବ୍‌ଲେଟ, ୧୦୦ ଷ୍ଟ୍ରିପ୍‌ କ୍ୟାପ୍‌ସୁଲ୍‌, ୧୫୦ ଇଞ୍ଜେକଶନ ଭାଏଲ ବ୍ୟବହାର ହୋଇଛି । ସେହିପରି କେତେକ ଟାବ୍‌ଲେଟର ଖୋଳ ବ୍ୟବହାର ହୋଇଛି । ଔଷଧ ସଂଗ୍ରହରେ ୨ମାସ, ଟାବ୍‌ଲେଟକୁ ଖୋଳରୁ କାଢ଼ିବା ଓ କାଟିବାରେ ୧୦ ଦିନ ସମୟ ଲାଗିଥିଲା ।
ସମ୍ପୂର୍ଣ୍ଣ ପୋଷ୍ଟର ତିଆରି ପାଇଁ ୧ଦିନ ସମୟ ଲାଗିଥିଲା । ପୋଷ୍ଟର ତିଆରି ଭୁବନେଶ୍ୱରସ୍ଥିତ କଳିଙ୍ଗ ନଗର କେ-୨ରେ ହୋଇଛି । ଏନେଇ ଯୁବ ଚିତ୍ରଶିଳ୍ପୀ ରାକେଶ କୁମାର ମହାରଣା କୁହନ୍ତି, ଆମ ଘର ଗଣିଆରେ ହୋଇଥିବାବେଳେ ମୁଁ ଭୁବନେଶ୍ୱର କେ-୨ରେ ରହୁଛି । ଭୁବନେଶ୍ୱର ମେ ଫେୟାର ହୋଟେଲରେ ଆର୍ଟ ୱାର୍କ କରୁଛି ।
ଦମନର ମୁଭି ପୋଷ୍ଟର କରି ମୁଁ ଖୁସି ଅନୁଭବ କରୁଛି, ଯାହାକି ଧୀରେ ଧୀରେ ଲୋକପ୍ରିୟ ହୋଇ ଚାଲିଛି । ଅନ୍ୟପକ୍ଷେ କଳାକର ପରିବାରୁ ଆସିଥିବାରୁ କଳା ପ୍ରତି ଦୁର୍ବଳତା ରହିଛି । ମୁଁ ଚତୁର୍ଥ ଶ୍ରେଣୀରୁ ବିଭିନ୍ନ ପ୍ରକାର ଚିତ୍ର ଆଙ୍କିବା ଆରମ୍ଭ କରିଥିଲି ା ଆଉ ପଛକୁ ଫେରି ଚାହିଁ ନାହିଁ ।
ବିନା ଗୁରୁରେ ମୋର କଳାକୃତି ଚାଲୁ ରହିଛି ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?