ଏକ୍ସପାଏରି ଔଷଧରେ ମୁଭି ପୋଷ୍ଟର

ନୟାଗଡ଼ ଅଫିସ,୧୪।୧୨: ଏକ୍ସପାଏରି ଇଞ୍ଜେକଶନ, ଟାବ୍‌ଲେଟ୍‌, ଟାବ୍‌ଲେଟ ଖୋଳ ଓ କ୍ୟାପ୍‌ସୁଲରେ ତିଆରି ହୋଇଛି ଓଡିଆ ଚଳଚ୍ଚିତ୍ର ଦମନର ପୋଷ୍ଟର । ୧୦ ଫୁଟ ଲମ୍ବ ଓ ୬ଫୁଟ ଓସାରର ଏହି ପୋଷ୍ଟର ତିଆରି କରିଛନ୍ତି ନୟାଗଡ଼ ଜିଲା ଗଣିଆ ବ୍ଲକ ଆଡକଟା ପଞ୍ଚାୟତ ଧୂଆମଡା ଗଁାର ଯୁବ ଚିତ୍ରଶିଳ୍ପୀ ରାକେଶ କୁମାର ମହାରଣା ା ତାଙ୍କର ଏହି ମୁଭି ପୋଷ୍ଟର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ା ଓଡ଼ିଆ ଚଳଚ୍ଚିତ୍ର ଦମନ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଲୋକପ୍ରିୟ ହେବାରେ ଲାଗିଛି ।
ରାକେଶ ଏହି ଚଳଚ୍ଚିତ୍ର ଦେଖିବା ପରେ ଏହି ସିନେମାକୁ ନେଇ ଆଉ କ’ଣ କଳାକୃତି କରିହେବ ସେ ସମ୍ପର୍କରେ ଚିନ୍ତା କରିଥିଲେ ।
ଚଳଚ୍ଚିତ୍ରଟି ଡାକ୍ତରଙ୍କ କାହାଣୀ ଉପରେ ପର୍ଯ୍ୟବେସିତ ହୋଇଥିବାରୁ ମେଡିସିନରେ ମୁଭି ପୋଷ୍ଟର କରିବାକୁ ମନସ୍ଥ କରିଥିଲେ । ତେବେ ଏତେ ମେଡିସିନ କିଣି କରିବା ସମ୍ଭବ ନ ଥିଲା । ତେଶୁ ଏକ୍ସପାଏରି ଔଷଧ ଓ ଇଞ୍ଜେକଶନରେ ମୁଭି ପୋଷ୍ଟର ତିଆରି କରାଗଲେ ଠିକ୍‌ ହେବ ବୋଲି ଭାବିଥିଲେ । ପରେ ଏକ୍ସପାଏରି ମେଡିସିନ ଓ ଇଞ୍ଜେକଶନ ସଂଗ୍ରହ କରିଥିଲେ ।
ଏଥିପାଇଁ ୩ ହଜାର ଷ୍ଟ୍ରିପ୍‌ ଟାବ୍‌ଲେଟ, ୧୦୦ ଷ୍ଟ୍ରିପ୍‌ କ୍ୟାପ୍‌ସୁଲ୍‌, ୧୫୦ ଇଞ୍ଜେକଶନ ଭାଏଲ ବ୍ୟବହାର ହୋଇଛି । ସେହିପରି କେତେକ ଟାବ୍‌ଲେଟର ଖୋଳ ବ୍ୟବହାର ହୋଇଛି । ଔଷଧ ସଂଗ୍ରହରେ ୨ମାସ, ଟାବ୍‌ଲେଟକୁ ଖୋଳରୁ କାଢ଼ିବା ଓ କାଟିବାରେ ୧୦ ଦିନ ସମୟ ଲାଗିଥିଲା ।
ସମ୍ପୂର୍ଣ୍ଣ ପୋଷ୍ଟର ତିଆରି ପାଇଁ ୧ଦିନ ସମୟ ଲାଗିଥିଲା । ପୋଷ୍ଟର ତିଆରି ଭୁବନେଶ୍ୱରସ୍ଥିତ କଳିଙ୍ଗ ନଗର କେ-୨ରେ ହୋଇଛି । ଏନେଇ ଯୁବ ଚିତ୍ରଶିଳ୍ପୀ ରାକେଶ କୁମାର ମହାରଣା କୁହନ୍ତି, ଆମ ଘର ଗଣିଆରେ ହୋଇଥିବାବେଳେ ମୁଁ ଭୁବନେଶ୍ୱର କେ-୨ରେ ରହୁଛି । ଭୁବନେଶ୍ୱର ମେ ଫେୟାର ହୋଟେଲରେ ଆର୍ଟ ୱାର୍କ କରୁଛି ।
ଦମନର ମୁଭି ପୋଷ୍ଟର କରି ମୁଁ ଖୁସି ଅନୁଭବ କରୁଛି, ଯାହାକି ଧୀରେ ଧୀରେ ଲୋକପ୍ରିୟ ହୋଇ ଚାଲିଛି । ଅନ୍ୟପକ୍ଷେ କଳାକର ପରିବାରୁ ଆସିଥିବାରୁ କଳା ପ୍ରତି ଦୁର୍ବଳତା ରହିଛି । ମୁଁ ଚତୁର୍ଥ ଶ୍ରେଣୀରୁ ବିଭିନ୍ନ ପ୍ରକାର ଚିତ୍ର ଆଙ୍କିବା ଆରମ୍ଭ କରିଥିଲି ା ଆଉ ପଛକୁ ଫେରି ଚାହିଁ ନାହିଁ ।
ବିନା ଗୁରୁରେ ମୋର କଳାକୃତି ଚାଲୁ ରହିଛି ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri