ଆଜିଠାରୁ ଅନୁଗୋଳରେ ଟେବୁଲ ଟେନିସ୍‌ ଚାମ୍ପିୟନଶିପ

ଅନୁଗୋଳ ଅଫିସ, ୧୪ା୧୨: ଅନୁଗୋଳ ଟେବୁଲ ଟେନିସ୍‌ ଏକାଡେମୀ ତଥା ଅନୁଗୋଳ ଷ୍ଟାଡିୟମସ୍ଥିତ ଇନଣ୍ଡୋର ହଲ୍‌ରେ ୨୮ତମ ଆନ୍ତଃଜିଲା ଓ ରାଜ୍ୟ ଟେବୁଲ ଟେନିସ ଚାମ୍ପିୟନଶିପ ବୁଧବାରଠାରୁ ଆରମ୍ଭ ହେବ। ଏହି ଚାମ୍ପିୟନଶିପରେ ୧୪ଟି ବର୍ଗରେ ପ୍ରତିଯୋଗିତା ଆୟୋଜନ କରାଯିବ। ପୁରୁଷ ଓ ଜୁନିୟର ବାଳକ ବିଭାଗରେ ଦଳଗତ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବାବେଳେ ସିନିୟର ମହିଳା ଓ ପୁରୁଷ, ୟୁଥ୍‌ ବାଳିକା ଓ ବାଳକ (୧୯ ବର୍ଷରୁ କମ୍‌), ଜୁନିୟର ବାଳିକା ଓ ବାଳକ (୧୭ ବର୍ଷରୁ କମ୍‌), ସବ୍‌ଜୁନିୟର ବାଳିକା ଓ ବାଳକ (୧୫ ବର୍ଷରୁ କମ୍‌), କ୍ୟାଡେଟ୍‌ ବାଳିକା ଓ ବାଳକ (୧୩ ବର୍ଷରୁ କମ୍‌) ଏବଂ ହୋପ୍‌ ବାଳିକା ଓ ବାଳକ (୧୧ ବର୍ଷରୁ କମ୍‌) ବର୍ଗରେ ସିଙ୍ଗଲ୍ସ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଅପରାହ୍ନ ୧ଟାରେ ଏହା ଉଦ୍‌ଘାଟିତ ହେବ। ରାଜ୍ୟରୁ ପାଖାପାଖି ୨୫୦ ପ୍ରତିଯୋଗୀ ଏଥିରେ ଭାଗନେବେ। ୨୦ରୁ ଅଧିକ ଜିଲା ଏବଂ ୧୦ରୁ ଅଧିକ ଅନୁଷ୍ଠାନରୁ ଖେଳାଳିମାନେ ଆସି ଅଂଶଗ୍ରହଣ କରିବେ। ଏହାର ଆୟୋଜନରେ ଅନୁଗୋଳ ଜିଲା ପ୍ରଶାସନ ସମସ୍ତ ପ୍ରକାର ସହଯୋଗ ଓ ସହାୟତା କରୁବ ବୋଲି ଇନଣ୍ଡୋର ହଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅନୁଗୋଳ ଉପଜିଲାପାଳ ବଇତୁରା ଦୀପ୍‌ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଟେବୁଲ ଟେନିସ୍‌ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ାଙ୍କ ସହ ଜିଲା କ୍ରୀଡ଼ା ଅଧିକାରୀ ଅକ୍ଷୟ ସିଠ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦୁଃଶାସନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ଜଙ୍ଗଲରେ ବଣଭୋଜି ବେଳେ କାଳବୈଶାଖୀର କୋପ: ଗଛ ଡାଳ ପଡ଼ି ଆଖି ବୁଜିଲେ ମହିଳା, ସ୍ତବ୍ଧ ପରିବାର

କୋରାପୁଟ,୧୦।୬ (ଅମିତାଭ ବେହେରା): କୋରାପୁଟରେ ବଣଭୋଜି ବେଳେ ଏକ ଦୁଃଖଦ ଅଘଟଣ ଘଟିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହିବା ସମୟରେ ଗଛର ଏକ ବଡ଼ ଡାଳ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଦିଗପହଣ୍ଡି ସହରର ବିକାଶ-ଡ୍ରେନେଜ୍‌ ବ୍ୟବସ୍ଥା: ୫୦ ବର୍ଷର ମାଷ୍ଟର ପ୍ଲାନ୍‌ ପାଇଁ ବ୍ରହ୍ମପୁର MPଙ୍କ ନିର୍ଦ୍ଦେଶ, ଗଠନ ହେଲା…

ଦିଗପହଣ୍ଡି, ୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆଗାମୀ ୫୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ସୁଚିନ୍ତିତ ମାଷ୍ଟର ପ୍ଲାନ୍ ଓ ସୁଦୃଢ଼…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଦିଗପହଣ୍ଡିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରସ୍ତୁତି ବୈଠକ: ବାର୍ଷିକ ସମ୍ମିଳନୀ ପାଇଁ ଗଠନ ହେଲା ୧୫ ଜଣିଆ କମିଟି

ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ସଭା ବୁଧବାର ଅନୁଷ୍ଠିତ ହୋଇଥିଲା। ସଂଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri