ନିର୍ଯାତିତ ୪ ଶ୍ରମିକ ପରିବାର ତେଲଙ୍ଗାନାରୁ ଉଦ୍ଧାର

ଲାଠୋର,୧୭ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ମସିଣା ଏବଂ ଭରୁଆମୁଣ୍ଡା ଗ୍ରାମର ୪ ଦାଦନ ଶ୍ରମିକ ପରିବାରକୁ ଗୁରୁବାର ତେଲେଙ୍ଗାନାରୁ ଉଦ୍ଧାର କରାଯାଇଛି। ପ୍ରକାଶ ଯେ,ତେଲେଙ୍ଗାନା ରାଜ୍ୟର ଏକ ଇଟାଭାଟିରେ କାମ କରୁଥିବା ଏହି ଦାଦନ ପରିବାରଙ୍କୁ ନିର୍ଯାତନା ଦିଆଯିବା ସହ ସେମାନଙ୍କ ମଧ୍ୟରୁ ଜଣେ ନିଖୋଜ ଥିବା ନେଇ ମସିଣା ଗ୍ରାମର ନବିନ ବାରିକ ଏକ ଅଭିଯୋଗପତ୍ର ହ୍ବାଟସ ଆପ୍‌ ଯୋଗେ ଗୁରବାର ଶ୍ରମ ବିଭାଗ, ବଲାଙ୍ଗୀର ଜିଲାପାଳ, ଜିଲା ଶ୍ରମ ଅଧିକାରୀ, ପାଟଣାଗଡ ଉପ-ଜିଲାାପାଳଙ୍କ ନିକଟଙ୍କୁ ପଠାଇ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ନିବେଦନ କରିଥିଲେ। ଅଭିଯୋଗ ପରେ ସଂପୃକ୍ତ ଶ୍ରମିକମାନେ ଶ୍ରମ ବିଭାଗ ସହାୟତାରେ ସେଠାରୁ ଉଦ୍ଧାର ହୋଇ ସୁରକ୍ଷିତ ଭାବେ ଘରକୁ ଫେରୁଥିବା ବେଳେ ଜଣେ ଶ୍ରମିକ ନିଖୋଜ ରହିଥିବା ନେଇ ଅଭିଯୋଗକାରୀ ସୂଚନା ଦେଇଛନ୍ତି। ଲାଠୋର ଥାନା ଅଧୀନ ଭୁରୁଆମୁଣ୍ଡା ଗ୍ରାମର ଜଣେ ଦାଦନ ଶ୍ରମିକ ସର୍ଦ୍ଦାର ଅଗ୍ରୀମ ଟଙ୍କା ଦେଇ ଜଗବନ୍ଧୁ ବାରିକ(୫୦), ଉଦୟ ବାରିକ(୪୦), ନାରଙ୍ଗି ମହାନନ୍ଦ(୪୫), ଉର୍ମିଲା ବାରିକ(୩୩), ବିଶ୍ୱନାଥ ମହାନନ୍ଦ (୩୩), ଗୀତା ମହାନନ୍ଦ(୩୦), ଯେହେରୁ ଆଡ଼ବଙ୍ଗ(୩୦), ସରସ୍ବତୀ ଆଡ଼ବଙ୍ଗ(୨୭), ଆମତ୍ା ବାରିକ(୨୨), ରବି ବାରିକ(୧୯) ଏବଂ ୭ ଜଣ ନାବାଳିକା ନାବାଳକଙ୍କୁ ୨ ମାସ ତଳେ ତେଲେଙ୍ଗାନା ରାଜ୍ୟ ମଙ୍ଗଲାପେଲି ଅଞ୍ଚଳର ସାଇଗୁଡାଠାରେ ଥିବା ଏକ ଇଟା ଭାଟିକୁ କାମ କରିବା ପାଇଁ ନେଇଥିଲେ। ଶ୍ରମିକମାନଙ୍କୁ ସେଠାରେ ଦିନ ରାତି କାମରେ ଖଟାଯାଉଥିଲା। ଟିକିଏ ବିଶ୍ରାମ ନେଲେ ମାଲିକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରି ନିର୍ଯାତନା ଦେଉଥିଲେ। ଶ୍ରମିକମାନେ ମାଡ ଭୟରେ ଚୁପ ରହୁଥିଲେ। ଏପରି ସ୍ଥିତିରେ ରହିଥିବା ଶ୍ରମିକମାନଙ୍କ ମଧ୍ୟରୁ ଶ୍ରମିକ ବିଶ୍ୱନାଥ ମହାନନ୍ଦ ଗତ ୩ ତାରିଖଠାରୁ ନିଖୋଜ ରହିଛନ୍ତି। ସେ ନିଖୋଜ ହେଲା ପରେ ତାଙ୍କ ସ୍ତ୍ରୀଙ୍କୁ ମାଲିକ କୁଆଡ଼େ ଧମକ ଚମକ ଦେଇଥିବା ଅଭିଯୋଗପତ୍ରରେ ଦର୍ଶା ଯାଇଛି। ଅଭିଯୋଗପତ୍ର ପାଇ ଶ୍ରମ କମିଶନର ତେଲେଙ୍ଗାନା ରାଜ୍ୟ ଦାୟିତ୍ୱରେ ଥିବା ଯୋଗସୂତ୍ର ଅଧିକାରୀ ଟାମଡ଼ି ରମେଶଙ୍କୁ ଯୋଗାଯୋଗ କରି ତୁରନ୍ତ ସଂପୃକ୍ତ ଶ୍ରମିକ ମାନଙ୍କୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ନିର୍ଦ୍ଦେଶ ଅନୁସାରେ ଅଧିକାରୀ ଜଣକ ଗୁରବାର ସମସ୍ତ ଶ୍ରମିକଙ୍କୁ ଇଟା ଭାଟିରୁ ଉଦ୍ଧାର କରି ବଲାଙ୍ଗୀର ଶ୍ରମ କାର୍ଯ୍ୟାଳୟକୁ ପଠାଇଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ଶ୍ରମିକମାନେ ବଲାଙ୍ଗୀରରେ ପହଞ୍ଚତ୍ ନ ଥିବା ନେଇ ଉଦ୍ଧାର ଶ୍ରମିକ ଉଦୟ ବାରିକ ସୂଚନା ଦେଇଛନ୍ତି। ତେବେ ଏହି ଘଟଣାର ତଦନ୍ତ କରି ଏଥିରେ ଯେଉଁମାନଙ୍କର ସଂପୃକ୍ତି ରହିଛି ତାଙ୍କ ନାମରେ ମାମଲା ରୁଜୁ କରିବାକୁ ଶ୍ରମିକମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri