କଶ୍ମୀର ଲାଲ୍‌, ଅଷ୍ଟ୍ରେଲିଆନ ବରକୋଳି ଦେଇଛି ପରିଚୟ

ଉମରକୋଟ, ୧୭।୧୨(ସ୍ବ.ପ୍ର.): ଉମରକୋଟ ମାଟିରେ ବିଦେଶୀ ବରକୋଳି ଫଳାଇ ସଫଳ ଚାଷୀର ପରିଚୟ ସୃଷ୍ଟି କରିଛନ୍ତି ଖାଣ୍ଡା ଗ୍ରାମର ମାଖନ ମଣ୍ଡଳ। ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ। ୬୦ ବର୍ଷ ବୟସରେ ଚାଷକରି ଫଳ ଫଳାଇ ଅର୍ଥ ଉପାର୍ଜନ କରି ଯୁବଗୋଷ୍ଠୀଙ୍କ ପାଇଁ ପାଲଟିଛନ୍ତି ଉଦାହରଣ।
ପିଲାଟି ଦିନରୁ ଚାଷ ପ୍ରତି ତାଙ୍କର ଦୁର୍ବଳତା ଥିଲା। ପୂର୍ବରୁ ସେ ଆମ୍ବ,ପଣସ ଭଳି ଫଳ ବ୍ୟବସାୟ କରୁଥିଲେ। ବର୍ତ୍ତମାନ ସେ ବରକୋଳି ଚାଷ କରୁଛନ୍ତି। ଏଥିରୁ କଶ୍ମୀର ଲାଲ ଏବଂ ଅଷ୍ଟ୍ରେଲିୟାନ ବରକୋଳି ବାହାରୁଛି। ୟୁଟ୍ୟୁବରୁ ବରକୋଳି ଚାଷ ବିଷୟରେ ଜ୍ଞାନ ସଂଗ୍ରହ କରିଥିଲେ। ଜିଲାରେ ନିଜର ପରିଚୟ ସୃଷ୍ଟି କରିବାର ଲକ୍ଷ୍ୟ ନେଇ ଥାଇଲାଣ୍ଡ କମ୍ପାନୀର ଚାରାକୁ ପଶ୍ଚିମବଙ୍ଗରୁ ଆମଦାନୀ କରିଥିଲେ। ଗୋଟିଏ ଚାରାକୁ ପ୍ରାୟ ୮୦ ଟଙ୍କାରେ କିଣିଥିଲେ। ଗୋଟିଏ ଗଛରେ ପ୍ରାୟ ୧୦ବର୍ଷ ଯାଏ ବରକୋଳି ଫଳିବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ବରକୋଳି ବାହାରିବା ଆରମ୍ଭ ହୋଇଛି। ଗୋଟିଏ ସିଜନରେ ଗୋଟିଏ ଗଛରୁ ୧୦ ରୁ ୩୦ କିଲୋ ପର୍ଯ୍ୟନ୍ତ ବରକୋଳି ବାହାରିବ । ଗଛ ପୁରୁଣା ହେଲେ ଗୋଟିଏ ଗଛରୁ ୫୦ କିଲୋରୁ ଊଦ୍ଧର୍‌ବ ଫଳ ବାହାରିବ ବୋଲି ମାଖନ କହିଛନ୍ତି। ବର୍ତ୍ତମାନ ମାଖନ ୩ ଏକର ଜମିରେ ୧୨୦୦ ଚାରା ଲଗାଇଛନ୍ତି। କୋଳି ମିଠା ଥିବାରୁ ବଜାରରେ ଏହାର ଚାହିଦା ଭଲ ରହିଛି। ପ୍ରତିଦିନ ୧୦୦ କେଜି ବରକୋଳି ବିକ୍ରି ହେଉଛି। ସ୍ଥାନୀୟ ବେପାରୀ ଜମିକୁ ଆସି ଫଳ ନେଇଯାଉଛନ୍ତି। ବାର୍ଷିକ ୩ ରୁ ୪ ଲକ୍ଷ ଟଙ୍କା ଲାଭ କରିବାର ଲକ୍ଷ୍ୟ ରଖିଛି ବୋଲି ମାଖନ କହିଛନ୍ତି। ଏହି ବରକୋଳି ଚାଷ ପାଇଁ ସ୍ବତନ୍ତ୍ର ସାରର ଆବଶ୍ୟକତା ପଡୁନାହିଁ। ଯାହା ସାର ଆବଶ୍ୟକ ପଡୁଛି ତାହା ସ୍ଥାନୀୟ ବଜାରରେ ଉପଲବ୍ଧ ରହିଛି। କିନ୍ତୁ ଯଦି ଜୈବିକ ସାର ବ୍ୟବହାର କରାଯାଏ ତା’ହେଲେ ଆହୁରି ଭଲ ଉତ୍ପାଦନ ହୋଇପାରନ୍ତା, କିନ୍ତୁ ଆର୍ଥିକ ସ୍ଥିତି ଏତେଟା ଭଲ ନ ଥିବାରୁ ଜୈବିକ ସାର ଅଳ୍ପ ବ୍ୟବହାର କରିଛି। ତେଣୁ ଚଳିତ ବର୍ଷ କମ୍‌ ଲାଭ ହେବ ବୋଲି ମାଖନ କହିଛନ୍ତି। ଲୋକଙ୍କଠାରୁ ଧାରକରଜ କରି ଚାଷ କରିଛି। ଜିଲା ପ୍ରଶାସନ ବା କୃଷି ବିଭାଗ ସରକାରୀ ସହାୟତା ଯୋଗାଇଦେଲେ ଅଧିକ ଜମିରେ ଚାଷକରି ଜିଲାର ସମସ୍ତ ଫଳ ଦୋକାନୀଙ୍କୁ ବରକୋଳି ଯୋଗାଇପାରିବେ ବୋଲି ସେ କହିଛନ୍ତି। ଏହି ବରକୋଳିର ଚାହିଦା ଭଲ ରହିଛି। ଗ୍ରାହକ ଥରେ ନେଲେ ପୁଣି ଥରେ ନେବାପାଇଁ ମନ କରୁଛନ୍ତି। ବରକୋଳି ମିଠା ଥିବାରୁ ଲୋକେ ପସନ୍ଦ କରୁଛନ୍ତି। ପୂର୍ବରୁ ଆମେ ପଡ଼ୋଶୀ ରାଜ୍ୟରୁ ବରକୋଳି ଆଣୁଥିଲୁ। ବର୍ତ୍ତମାନ ଆମ ନିକଟରେ ମିଳୁଛି। ଆଉ ଏହାକୁ ବିକ୍ରିକରି ଆମେ ମଧ୍ୟ ଭଲ ଲାଭ ପାଇପାରୁଛି ବୋଲି ସ୍ଥାନୀୟ ଫଳଦୋକାନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri