କଶ୍ମୀର ଲାଲ୍‌, ଅଷ୍ଟ୍ରେଲିଆନ ବରକୋଳି ଦେଇଛି ପରିଚୟ

ଉମରକୋଟ, ୧୭।୧୨(ସ୍ବ.ପ୍ର.): ଉମରକୋଟ ମାଟିରେ ବିଦେଶୀ ବରକୋଳି ଫଳାଇ ସଫଳ ଚାଷୀର ପରିଚୟ ସୃଷ୍ଟି କରିଛନ୍ତି ଖାଣ୍ଡା ଗ୍ରାମର ମାଖନ ମଣ୍ଡଳ। ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ। ୬୦ ବର୍ଷ ବୟସରେ ଚାଷକରି ଫଳ ଫଳାଇ ଅର୍ଥ ଉପାର୍ଜନ କରି ଯୁବଗୋଷ୍ଠୀଙ୍କ ପାଇଁ ପାଲଟିଛନ୍ତି ଉଦାହରଣ।
ପିଲାଟି ଦିନରୁ ଚାଷ ପ୍ରତି ତାଙ୍କର ଦୁର୍ବଳତା ଥିଲା। ପୂର୍ବରୁ ସେ ଆମ୍ବ,ପଣସ ଭଳି ଫଳ ବ୍ୟବସାୟ କରୁଥିଲେ। ବର୍ତ୍ତମାନ ସେ ବରକୋଳି ଚାଷ କରୁଛନ୍ତି। ଏଥିରୁ କଶ୍ମୀର ଲାଲ ଏବଂ ଅଷ୍ଟ୍ରେଲିୟାନ ବରକୋଳି ବାହାରୁଛି। ୟୁଟ୍ୟୁବରୁ ବରକୋଳି ଚାଷ ବିଷୟରେ ଜ୍ଞାନ ସଂଗ୍ରହ କରିଥିଲେ। ଜିଲାରେ ନିଜର ପରିଚୟ ସୃଷ୍ଟି କରିବାର ଲକ୍ଷ୍ୟ ନେଇ ଥାଇଲାଣ୍ଡ କମ୍ପାନୀର ଚାରାକୁ ପଶ୍ଚିମବଙ୍ଗରୁ ଆମଦାନୀ କରିଥିଲେ। ଗୋଟିଏ ଚାରାକୁ ପ୍ରାୟ ୮୦ ଟଙ୍କାରେ କିଣିଥିଲେ। ଗୋଟିଏ ଗଛରେ ପ୍ରାୟ ୧୦ବର୍ଷ ଯାଏ ବରକୋଳି ଫଳିବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ବରକୋଳି ବାହାରିବା ଆରମ୍ଭ ହୋଇଛି। ଗୋଟିଏ ସିଜନରେ ଗୋଟିଏ ଗଛରୁ ୧୦ ରୁ ୩୦ କିଲୋ ପର୍ଯ୍ୟନ୍ତ ବରକୋଳି ବାହାରିବ । ଗଛ ପୁରୁଣା ହେଲେ ଗୋଟିଏ ଗଛରୁ ୫୦ କିଲୋରୁ ଊଦ୍ଧର୍‌ବ ଫଳ ବାହାରିବ ବୋଲି ମାଖନ କହିଛନ୍ତି। ବର୍ତ୍ତମାନ ମାଖନ ୩ ଏକର ଜମିରେ ୧୨୦୦ ଚାରା ଲଗାଇଛନ୍ତି। କୋଳି ମିଠା ଥିବାରୁ ବଜାରରେ ଏହାର ଚାହିଦା ଭଲ ରହିଛି। ପ୍ରତିଦିନ ୧୦୦ କେଜି ବରକୋଳି ବିକ୍ରି ହେଉଛି। ସ୍ଥାନୀୟ ବେପାରୀ ଜମିକୁ ଆସି ଫଳ ନେଇଯାଉଛନ୍ତି। ବାର୍ଷିକ ୩ ରୁ ୪ ଲକ୍ଷ ଟଙ୍କା ଲାଭ କରିବାର ଲକ୍ଷ୍ୟ ରଖିଛି ବୋଲି ମାଖନ କହିଛନ୍ତି। ଏହି ବରକୋଳି ଚାଷ ପାଇଁ ସ୍ବତନ୍ତ୍ର ସାରର ଆବଶ୍ୟକତା ପଡୁନାହିଁ। ଯାହା ସାର ଆବଶ୍ୟକ ପଡୁଛି ତାହା ସ୍ଥାନୀୟ ବଜାରରେ ଉପଲବ୍ଧ ରହିଛି। କିନ୍ତୁ ଯଦି ଜୈବିକ ସାର ବ୍ୟବହାର କରାଯାଏ ତା’ହେଲେ ଆହୁରି ଭଲ ଉତ୍ପାଦନ ହୋଇପାରନ୍ତା, କିନ୍ତୁ ଆର୍ଥିକ ସ୍ଥିତି ଏତେଟା ଭଲ ନ ଥିବାରୁ ଜୈବିକ ସାର ଅଳ୍ପ ବ୍ୟବହାର କରିଛି। ତେଣୁ ଚଳିତ ବର୍ଷ କମ୍‌ ଲାଭ ହେବ ବୋଲି ମାଖନ କହିଛନ୍ତି। ଲୋକଙ୍କଠାରୁ ଧାରକରଜ କରି ଚାଷ କରିଛି। ଜିଲା ପ୍ରଶାସନ ବା କୃଷି ବିଭାଗ ସରକାରୀ ସହାୟତା ଯୋଗାଇଦେଲେ ଅଧିକ ଜମିରେ ଚାଷକରି ଜିଲାର ସମସ୍ତ ଫଳ ଦୋକାନୀଙ୍କୁ ବରକୋଳି ଯୋଗାଇପାରିବେ ବୋଲି ସେ କହିଛନ୍ତି। ଏହି ବରକୋଳିର ଚାହିଦା ଭଲ ରହିଛି। ଗ୍ରାହକ ଥରେ ନେଲେ ପୁଣି ଥରେ ନେବାପାଇଁ ମନ କରୁଛନ୍ତି। ବରକୋଳି ମିଠା ଥିବାରୁ ଲୋକେ ପସନ୍ଦ କରୁଛନ୍ତି। ପୂର୍ବରୁ ଆମେ ପଡ଼ୋଶୀ ରାଜ୍ୟରୁ ବରକୋଳି ଆଣୁଥିଲୁ। ବର୍ତ୍ତମାନ ଆମ ନିକଟରେ ମିଳୁଛି। ଆଉ ଏହାକୁ ବିକ୍ରିକରି ଆମେ ମଧ୍ୟ ଭଲ ଲାଭ ପାଇପାରୁଛି ବୋଲି ସ୍ଥାନୀୟ ଫଳଦୋକାନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ବର୍ଷାରେ ସୃଷ୍ଟି ହେଲା ବନ୍ୟା ଆଶଙ୍କା: ଭଞ୍ଜନଗରରେ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର, ସ୍ଥିତି ଉପରେ ନଜର ରଖିଛନ୍ତି ବିଧାୟକ

ଭଞ୍ଜନଗର, ୨୩।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି। ଫଳରେ…

ନାଳ ପାର ହେବା ବେଳେ ପ୍ରଖର ସ୍ରୋତରେ ଭାସିଗଲେ ଚାଷୀ, ସ୍ତ୍ରୀଙ୍କ ସାହସିକତା-ପ୍ରଶାସନର ତତ୍ପରତାରୁ ବଞ୍ଚିଲା ଜୀବନ

ପାରଳାଖେମୁଣ୍ଡି, ୨୩।୯ (ଗିରିଧାରୀ ପରିଛା): ଅବପାତଜନିତ ଲଗାଣ ବର୍ଷା ଯୋଗୁ ନାଳର ପ୍ରଖର ସ୍ରୋତରେ ଭାସିଯାଇଥିବା ଜଣେ ଚାଷୀଙ୍କୁ ପ୍ରଶାସନ ଓ ଅଗ୍ନିଶମ ବାହିନୀର ତତ୍ପରତା ଯୋଗୁ…

ସ୍କୁଟିରେ ବ୍ରହ୍ମପୁର ଷ୍ଟେଶନ୍ ଚାଲାଣ ହେଉଥିଲା ଗଞ୍ଜେଇ! ପାଟ୍ରୋଲିଂ ବେଳେ ମାଡ଼ିବସିଲା ଅବକାରୀ ଟିମ୍

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ…

ଗାତରେ ରାସ୍ତା ନା ରାସ୍ତାରେ ଗାତ? ଲଗାଣ ବର୍ଷାରେ ମରଣଯନ୍ତା ପାଲଟିଛି ଗୁଡ଼ାରି-ବିର୍ସା ନାଳ ରାସ୍ତା; ଅଭିଯୋଗ ପରେ ବି…

ଗୁଡ଼ାରି, ୨୩।୯(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ନିକଟସ୍ଥ ବିର୍ସା ନାଳ ବ୍ରିଜ୍‌ରୁ ସହରକୁ ସଂଯୋଗ କରୁଥିବା ପ୍ରାୟ ୨ କିଲୋମିଟର ଦୀର୍ଘ ପ୍ରମୁଖ ରାସ୍ତାର…

ଲଗାଣ ବର୍ଷାରେ ବେହାଲ ଦିଗପହଣ୍ଡି: ମୁଖ୍ୟ ରାସ୍ତାରେ ୨ ଫୁଟର ପାଣି, ଦୋକାନ-ବ୍ୟାଙ୍କରେ ନର୍ଦ୍ଦମା ଜଳ, ଜଳବନ୍ଦୀ ବସଷ୍ଟାଣ୍ଡ ବାସିନ୍ଦା

ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘନୀଭୂତ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ଲଗାଣ ବର୍ଷା ଯୋଗୁ ବୁଧବାର ଦିଗପହଣ୍ଡି ସହର ସମ୍ପୂର୍ଣ୍ଣ ଉବୁଟୁବୁ ହୋଇପଡ଼ିଛି।…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?