ଟଙ୍କିକିଆ ଚାଉଳ ପାଇଁ ଖର୍ଚ୍ଚ ୧୦ରୁ ଊର୍ଦ୍ଧ୍ୱ ଟଙ୍କା

ନୂଆପଡ଼ା ଅଫିସ,୧୭।୧୨: ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟ ଭିତରେ ବାସ କରୁଥିବା ଆଦିବାସୀଙ୍କ ସମସ୍ୟା ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଯାଥା ପୂର୍ବଂ ତଥା ପରଂ। ସୁନାବେଡା ପଞ୍ଚାୟତ ଅଧୀନ ଶିବ ନାରାୟଣପୁର, ଝରଲାଆମ, ଉପକାପାଣି ଓ ସୋସେଙ୍ଗ ପଞ୍ଚାୟତ ଅଧୀନ ଭାଓସିଲ ଓ ରଜାକେନ୍ଦୁ ଗ୍ରାମ ଲୋକଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ଏବେ ବି ଭଲ ରାସ୍ତା ନାହିଁ। ଫଳରେ ସେମାନଙ୍କୁ ପିଡିଏସ୍‌ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ଆଣିବାରେ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ପାହାଡିଆ ରାସ୍ତା ହୋଇଥିବାରୁ ପ୍ରତି ମାସରେ ନ ଯାଇ ୩/୪ ମାସରେ ଥରେ ଗାଡି କରି ନୂଆପଡା ଦେଇ ବୁଲି ୧୦୦ କି.ମି. ଦୂର ପଞ୍ଚାୟତକୁ ଯାଉଛନ୍ତି। ପାହାଡିଆ ରାସ୍ତା ଦେଇ ଗଲେ ପଞ୍ଚାୟତ କାର୍ଯ୍ୟାଳୟ ୩୦ କି.ମି. ହେବ। ହେଲେ ବୃଦ୍ଧାବୃଦ୍ଧ, ବିଦ୍ୟାଙ୍ଗମାନେ ପାହାଡିଆ ରାସ୍ତାରେ ଚାଲିି ଯିବା ସମ୍ଭବ ନୁହେଁ। ପାହାଡିଆ ରାସ୍ତା ଦେଇ ଚାଉଳ ବୋହି ଆଣିବା କଷ୍ଟକର ବୋଲି ୩/୪ ମାସରେ ଥରେ ଏକ ଗାଡି ଭଡ଼ାକରି ଧରମବନ୍ଧା, ନୂଆପଡା ଦେଇ ୧୦୦ କି.ମି. ଯାଇ ଚାଉଳ ଓ ଭତ୍ତା ଆଣୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ସରକାର କିଲୋଗ୍ରାମ ଏକ ଟଙ୍କାରେ ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦେଉଥିବା ବେଳେ ସୁନାବେଡା ଅଭୟାରଣ୍ୟ ଭିତରେ ବାସ କରୁଥିବା ଆଦିବାସୀଙ୍କ ପାଇଁ କିଲୋଗ୍ରାମ ପ୍ରତି ୧୦ ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିବାକୁ ପଡୁଛି। ଗ୍ରାମବାସୀଙ୍କ କହିବା ଅନୁସାରେ ପାହାଡିଆ ରାସ୍ତା ହୋଇଥିବାରୁ ଆମେ ସୁବିଧାରେ ଯାଇପାରୁ ନାହୁଁ। ପାହାଡ ରାସ୍ତା ଦେଇ ଚାଲି କରି ଗଲେ ଆମକୁ ୨ ଦିନରେ ଗାଁକୁ ଫେରିବାକୁ ପଡ଼ୁଛି। ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି, ଏଣୁ ଏହି ତିନି ଚାରିଟି ଗାଁ ମଧ୍ୟ ଭାଗରେ କ୍ୟାମ୍ପ କରି ପ୍ରତି ମାସରେ ଭତ୍ତା ଟଙ୍କା ଓ ରାଶନ ସାମଗ୍ରୀ ଦିଆଗଲେ ଆମେ ସୁବିଧାରେ ପାଇପାରିବୁ ଲୋକାମାନେ କହିଛନ୍ତି। ଏ ସମ୍ପର୍କରେ କୋମନା ବିଡିଓ ସୁଶାନ୍ତ କୁମାର ରଣାଙ୍କୁ ପଚାରିବାରୁ ସର୍ବେ ସରିଛି। ସମସ୍ୟା ସମାଧାନ କରାଯିବ ବୋଲି କହିଥିଲେ। ଏହି ସମସ୍ୟା ସମାଧାନ ଶୀଘ୍ର କରାଯାଉ ବୋଲି କମଲ ସିଂ ଧରୁଆ, ଦେଓରାଜ ଧରୁଆ, ଧର୍ମୁ ମାଝି, କୁଶୁ ଧରୁଆ, କୁନ୍ତି ଧରୁଆ, ତଳସି ଧରୁଆ, ଭାଗବତି ଧରୁଆ, ସରଦି ମାଝି ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri