ବିସ୍ଥାପିତଙ୍କ ପୁନର୍ବାସ ଥଇଥାନ ନେଇ ଗ୍ରାମସଭା

ଝାରସୁଗୁଡ଼ା ଅଫିସ,୧୭ା୧୨: ଏନ୍‌ଏଲ୍‌ସି ଇଣ୍ଡିଆ ଲିଃର ତଲାବିରା ଦ୍ୱିତୀୟ ଓ ତୃତୀୟ କୋଇଲା ଖଣି ଦ୍ୱାରା ବିସ୍ଥାପିତ ପରିବାରଙ୍କ ପୁନର୍ବାସ ଓ ଥଇଥାନ ନେଇ ଜିଲା ପ୍ରଶାସନ ତରଫରୁ ପତ୍ରାପାଲି ଗ୍ରାମରେ ଶୁକ୍ରବାର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଉପଜିଲାପାଳ ଦୟାମୟ ପାଢୀ ଅଧ୍ୟକ୍ଷତା କରିଥିବାବେଳେ ତହସିଲଦାର ବସନ୍ତ ହାତୀ, ଏସିଏଫ୍‌ ସସ୍ମିତା ସାହୁ, ରେଞ୍ଜର ରମେଶ ଚନ୍ଦ୍ର ନାଥ, ଏବିଡିଓ ଭଜ ମୋହନ କିଷାନ, ଏସ୍‌ଡିପିଓ ନିର୍ମଳ ମହାପାତ୍ର, ଆଇଆଇସି ଅମିତାଭ ପଣ୍ଡା, ସରପଞ୍ଚ ଖଗେଶ୍ୱର ନାୟକ, ସମିତି ସଭ୍ୟ ଗଣେଶ୍ୱର ରାଉତ, ଏନ୍‌ଏଲ୍‌ସି କମ୍ପାନୀର ସିଜିଏମ୍‌ ହେମନ୍ତ କୁମାର ପ୍ରମୁଖ ଯୋଗଦେଇଥିଲେ।
ପ୍ରାରମ୍ଭରେ ଉପଜିଲାପାଳ ପାଢୀ ସୂଚନା ଦେଇ କହିଥିଲେ, ୨ୟ ଓ ୩ୟ ଖଣି ଉତ୍ତୋଳନ ପାଇଁ ୨୦୧୩ ମସିହା ଗଣନା ଅନୁଯାୟୀ ଝାରସୁଗୁଡା ବନଖଣ୍ଡ ଅନ୍ତର୍ଗତ ପତ୍ରାପାଲି ଓ ମଲଦା ପଞ୍ଚାୟତର ୮୪୫ ହେକ୍ଟର ଜଙ୍ଗଲରୁ ୧ଲକ୍ଷ ୨୦ହଜାର ଗଛ କଟିବ। ପ୍ରଥମ ପର୍ଯ୍ୟାୟରେ ୧୩ ହେକ୍ଟର ଜଙ୍ଗଲରୁ ୧,୫୨୮ବଡ ଓ ୨ହଜାରରୁ ଊର୍ଦ୍ଧ୍ୱ ଛୋଟ ଗଛ କଟାଯିବ। ବିସ୍ଥାପିତ ପରିବାରଙ୍କ ପୁନର୍ବାସ ଓ ପୁନଃ ଥଇଥାନକୁ ନେଇ ଗ୍ରାମସଭାର ଆୟୋଜନ କରାଯାଇଛି ବୋଲି ସେ କହିଥିଲେ। ଏହା ଶୁଣିବାପରେ ୯ଜଣ ଗ୍ରାମବାସୀ ସେମାନଙ୍କ ମତ ରଖିଥିଲେ। ସେମାନେ ଅଭିଯୋଗ କରିଥିଲେ, ଗ୍ରାମର ୨୪୦ପରିବାର ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହୋଇଥିବାବେଳେ ଦୀର୍ଘ ୬ଦଶନ୍ଦି ହେଲାଣି ଅଦ୍ୟାବଧି ସେମାନଙ୍କୁ ୧୦ ଡେସିମିଲ୍‌ ଘର ଡିହ ଯୋଗାଇ ଦିଆଯାଇନାହିଁ ା ଏଦିଗରେ ପୁନଃ ସର୍ଭେ କରାଯାଇ ଘରଡିହ ଜମି ସହ ଉପଯୁକ୍ତ କ୍ଷତିପୂରଣ ଦିଆଯିବବୋଲି ଉପଜିଲାପାଳ ପାଢୀ କହିଥିଲେ। ଏହାଛଡା କମ୍ପାନୀ ଦ୍ୱାରା ବିସ୍ଥାପିତ ହେବାକୁଥିବା ଲୋକଙ୍କୁ ଏକକାଳୀନ କ୍ଷତିପୂରଣ ପ୍ରଦାନ, ଗ୍ରାମର ବିକାଶପାଇଁ କମ୍ପାନୀ ଓ ଗ୍ରାମବାସୀଙ୍କୁ ନେଇ ଉନ୍ନୟନ କମିଟି ଗଠନ, କାଇଲା ଉତ୍ତୋଳନ ପରେ ଗର୍ତ୍ତକୁ ମାଟି ଭର୍ତ୍ତିକରି ବୃକ୍ଷରୋପଣ କରିବା, ବେକାର ଯୁବତୀ ଯୁବକଙ୍କୁ ପ୍ରଶିକ୍ଷଣ ଦିଆଯାଇ ଯୋଗ୍ୟତା ଭିତ୍ତିକ ନିଯୁକ୍ତି, ଜଙ୍ଗଲ କାଟିବା ପରେ ଗଛର ମୂଲ୍ୟରୁ କିଛି ଅର୍ଥ ଗ୍ରାମବାସୀଙ୍କୁ ପ୍ରଦାନ, କମ୍ପାନୀ ତରଫରୁ ରୋଜଗାରର ବ୍ୟବସ୍ଥା ଆଦି ଦାବି ହୋଇଥିଲା ା ଏହିସବୁ ଦାବି ପୂରଣ ନ ହେଲେ ଗଛ କାଟିବାକୁ ଦିଆଯିବ ନାହିଁ ବୋଲି ଗ୍ରାମବାସୀ ଜଣାଇଥିଲେ ା ଏ ନେଇ ଉପଜିଲାପାଳ ପାଢୀ କହିଛନ୍ତି, ଗ୍ରାମସଭାରେ ସକରାମତ୍କ ଆଲୋଚନା ହୋଇଛି। ଆଗକୁ ଏହି ପ୍ରକ୍ରିୟା ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର

ଲାଞ୍ଜିଗଡ଼, ୨୮ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ନର୍ଲା ଥାନା ଅନ୍ତର୍ଗତ ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-ଛତିକୁଡ଼ା ରାସ୍ତାର ବଞ୍ଜାରୀ…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ

କୋକସରା,୨୮ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ଭାଲିଆଯୋର ଗ୍ରାମର ଜୟସିଂ ଧଙ୍ଗଡାମାଝୀ (୪୫) ପେଟପାଟଣା ପାଇଁ…

ଗଞ୍ଜେଇ ମାମଲାରେ ଯୁବକଙ୍କୁ ମୋହନାରୁ ଗିରଫ କଲା ତାମିଲନାଡୁ ପୋଲିସ

ମୋହନା, ୨୮।୮ (ମନ୍ମଥ ମିଶ୍ର): ତାମିଲନାଡୁରେ ଗଞ୍ଜେଇ ଜବତ ଘଟଣାର ତଦନ୍ତ କରି ଓଡ଼ିଶାର ଗଜପତି ଜିଲାରେ ପହଞ୍ଚିଛି ତାମିଲନାଡୁ ପୋଲିସ। ଗଞ୍ଜେଇ ଚାଲାଣ ମାମଲାରେ ମୋହନା…

PoKରେ ବଡ଼ ନାଟକ: ନିର୍ବାଚନ ହାରିଥିବା ନେତା ହେଲେ ନୂଆ PM! ନୱାଜଙ୍କ ଏକଚାଟିଆ ନିଷ୍ପତ୍ତିକୁ ନେଇ ହଙ୍ଗାମା

ଇସଲାମାବାଦ,୨୮।୮: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ସାଧାରଣ ନିର୍ବାଚନ ପରେ ଏବେ ପ୍ରଧାନମନ୍ତ୍ରୀ ପଦକୁ ନେଇ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (PML-N) ଭିତରେ ଗୃହଯୁଦ୍ଧ ଓ ନାଟକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri