୨୦ ବର୍ଷ ପରେ ପୁରୀକୁ ପୁଣି ଚାଲିଲା ବସ୍‌

ଟିଟିଲାଗଡ଼,୧୭।୧୨(ନି.ପ୍ର): ଦୀର୍ଘ ୨୦ ବର୍ଷ ପରେ ବଲାଙ୍ଗୀର ଜିଲାର କଣ୍ଟାବାଞ୍ଜିରୁ ପୁରୀକୁ ସରକାରୀ ବସ ସେବାର ଶୁଭାରମ୍ଭ ହୋଇଛି ା ଶୁକ୍ରବାର ରାଜ୍ୟ ପରିବହନ ବିଭାଗ ମନ୍ତ୍ରୀ ଟୁକୁନୀ ସାହୁ ଏହାର ଶୁଭାରମ୍ଭ କରିଛନ୍ତି। କଣ୍ଟାବାଞ୍ଜି ଠାରୁ ପ୍ରତ୍ୟହ ସନ୍ଧ୍ୟା ୬ଟାରେ ବସଟି ବଙ୍ଗୋମୁଣ୍ଡା, ସିନ୍ଧେକେଲା, ଟିଟିଲାଗଡ, ବଡମାଲ, ବଲାଙ୍ଗୀର, ସୋନପୁର, ନୟାଗଡ ଦେଇ ପୁରୀ ପର୍ଯ୍ୟନ୍ତ ଯିବ। ପୁରୀ ପଟରୁ ରାତି ୮ଟା ୧୬ରେ ଯାତ୍ରା ଆରମ୍ଭ କରି ଉପରୋକ୍ତ ମାର୍ଗ ଦେଇ ପରିବହନ ବିଭାଗର ଏସି ଡିଲକ୍ସ ବସ କଣ୍ଟାବାଞ୍ଜି ପ୍ରତ୍ୟାବର୍ତ୍ତନ କରିବ। ଏନେଇ ଟିିଟିଲାଗଡ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଏକ ସମାରୋହରେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ, ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣା, ଭାରପ୍ରାପ୍ତ ଉପଜିଲାପାଳ ନବିନ ଚନ୍ଦ୍ର ନାୟକ, ତହସିଲଦାର ପ୍ରେମଲାଲ ହିଆଲ, ପୌର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ପୌର ଉପାଧ୍ୟକ୍ଷା ପୁଷ୍ପାମଞ୍ଜରୀ ଜାଲ ପ୍ରମୁଖ ଉପସ୍ଥିତ ଥିଲେ। ପରେ ରାଜ୍ୟ ପରିବହନ କମିଶନର ବିଶିକେଶନ ଦେହୁରୀ ପତକା ପ୍ରଦର୍ଶନ ସହ ବସକୁ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ ମିଶ୍ର, ବରିଷ୍ଠ ବିଜେଡି ନେତା ପ୍ରେମ ଜୈନ, ଶ୍ୟାମାପ୍ରସାଦ ଗରିଆ, ରଣଜିତ ପୃଷ୍ଟି, ଚନ୍ଦ୍ରବଦନ ପୁରୋହିତ, ରାଜକିଶୋର ଡାଙ୍ଗ, ରାଜୁ ସିଂ ପାତ୍ର, କାଉନସିଲର ଚନ୍ଦ୍ରକାନ୍ତି ନାଗ, ସଞ୍ଜୁ ଗୋୟଲ, ସାବିତ୍ରୀ ବାରିକ, ସୁନିଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଟିଟିଲାଗଡରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ସରକାରୀ ବସ ସେବା ରହିଥିଲା। ଏନେଇ ଏଠାରେ ସରକାରୀ ବସଷ୍ଟାଣ୍ଡ, କୋଠା ଏବେ ମଧ୍ୟ ରହିଛି। ହେଲେ ପ୍ରାୟ ୨୦ ବର୍ଷ ହେଲା ସରକାରୀ ବସ ସେବା ବନ୍ଦ ଥିଲା। ଏଣୁ ଟିିଟିଲାଗଡ ଅଞ୍ଚଳରୁ ବିଭିନ୍ନ ସ୍ଥାନକୁ ବସ ସେବା ଯୋଗାଇ ଦେବା ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri