କୋର୍ଟ କାର୍ଯ୍ୟ ସ୍ବାଭାବିକ ପାଇଁ ପ୍ରୟାସ

ସମ୍ବଲପୁର,୧୭ା୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି। ଏଥିରେ କେନ୍ଦ୍ର ଉପରେ ଦୋଷ ଲଦି ନିଜେ ବଞ୍ଚିଯିବାକୁ ପ୍ରୟାସ କରାଯାଉଥିବା ସ୍ପଷ୍ଟ ହେଉଛି ବୋଲି ଐତିହାସିକ ଦୀପକ ପଣ୍ଡା କହିଛନ୍ତି। ସେ ଅଭିଯୋଗ କରିଛନ୍ତି, ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ନିୟମ ଓ ସର୍ତ୍ତାବଳୀ ରହିଛି। ନୂତନ ରାଜ୍ୟ ହେବା ସ୍ଥିତିରେ କେବଳ କେନ୍ଦ୍ର ସରକାର ସ୍ବୟଂ ଏକତରଫା ଭାବେ ବିଲ ଆଣି ହାଇକୋର୍ଟ କରିପାରିବେ। ସଂଘୀୟ ବ୍ୟବସ୍ଥା ମଧ୍ୟରେ ରାଜ୍ୟ ସରକାର ହିଁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ବିଚାରବିମର୍ଷ କରି ସ୍ଥାନ, ଭିତ୍ତିଭୂମି, ଅର୍ଥ ବ୍ୟବସ୍ଥା ସୂଚାଇ ସ୍ବୟଂସମ୍ପୂର୍ଣ୍ଣ ପ୍ରସ୍ତାବ ପଠାଇଲା ପରେ କେନ୍ଦ୍ର ସରକାର ପଦକ୍ଷେପ ନେଇପାରିବେ। ଦେଶସାରା ସ୍ଥାୟୀ ବେଞ୍ଚ ସ୍ଥାପନର ଧାରାକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହୋଇଯାଉଛି। ମଦୁରାଇରେ ବେଞ୍ଚ ସ୍ଥାପନ ହେବା ଘଟଣାକୁ ଉଦାହରଣ ଭାବେ ନିଆଯାଇପାରେ। କେନ୍ଦ୍ର ସରକାର ହାଇକୋର୍ଟ ବେଞ୍ଚ ସ୍ଥାପନ କରିପାରିବେ କହିବା ଦାୟିତ୍ୱହୀନତା, ସତ୍ୟର ଅପଳାପ ଅଟେ। ଦଶନ୍ଧି ଦଶନ୍ଧି ଧରି ଆନ୍ଦୋଳନ ଚାଲିଥିବା ଅବସ୍ଥାରେ ସାମ୍ବିଧାନିକ ବ୍ୟବସ୍ଥା, ପ୍ରଣାଳୀ ବାବଦରେ ସଚେତନ ଲୋକଙ୍କୁ ଠକିହେବ ନାହିଁ। ସମ୍ବଲପୁରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚର ପ୍ରକୃତ ତଥ୍ୟ ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟରେ ଉପସ୍ଥାପନ କରନ୍ତୁ ବୋଲି ପଣ୍ଡା ଅନୁରୋଧ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ

କୋକସରା,୨୮ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ଭାଲିଆଯୋର ଗ୍ରାମର ଜୟସିଂ ଧଙ୍ଗଡାମାଝୀ (୪୫) ପେଟପାଟଣା ପାଇଁ…

PoKରେ ବଡ଼ ନାଟକ: ନିର୍ବାଚନ ହାରିଥିବା ନେତା ହେଲେ ନୂଆ PM! ନୱାଜଙ୍କ ଏକଚାଟିଆ ନିଷ୍ପତ୍ତିକୁ ନେଇ ହଙ୍ଗାମା

ଇସଲାମାବାଦ,୨୮।୮: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ସାଧାରଣ ନିର୍ବାଚନ ପରେ ଏବେ ପ୍ରଧାନମନ୍ତ୍ରୀ ପଦକୁ ନେଇ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (PML-N) ଭିତରେ ଗୃହଯୁଦ୍ଧ ଓ ନାଟକୀୟ…

ଅଙ୍ଗନୱାଡ଼ି କର୍ମୀଙ୍କ ଅନଶନ ପ୍ରତ୍ୟାହୃତ

ଗୁଣପୁର, ୨୮/୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ୍‌ର ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ୍ ୱାର୍କର୍ସ ଆସୋସିଏଶନ୍ ପକ୍ଷରୁ ଦୀର୍ଘଦିନର ବିଭିନ୍ନ ଦାବି ନେଇ ପ୍ରଶାସନକୁ…

ଭାଜପା ମହିଳା ମୋର୍ଚ୍ଚାର ରକ୍ଷାବନ୍ଧନ

ହାଟଡିହୀ, ୨୮/୮ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ହାଟଡିହୀ ଭାଜପା କାର୍ଯ୍ୟାଳୟ ପରିସରରେ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

ଅନଲାଇନରେ ଠକେଇ ହେବାମାତ୍ରେ ଶୀଘ୍ର କରନ୍ତୁ ଏପରି: ପାଟପୁର ପୋଲିସ ପକ୍ଷରୁ…

ଦିଗପହଣ୍ଡି,୨୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ଶୁକ୍ରବାର ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ମାଧ୍ୟମିକ ବିଦ୍ୟାଳୟ ପରିସରରେ ସାଇବର କ୍ରାଇମ୍ ରୁ କିଭଳି ସୁରକ୍ଷିତ…

ବ୍ଲକ୍ ପଞ୍ଚାୟତ ବିକାଶ ଯୋଜନା ବୈଠକରେ ତାତିଲେ ନିର୍ବାଚିତ ସଦସ୍ୟ: କାର୍ଯ୍ୟଶୈଳୀ ନେଇ ଅସନ୍ତୋଷ ବ୍ୟକ୍ତ କଲେ…

ପାଟଣା, ୨୮୮ (ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ବ୍ଲକ୍ ସଭାଗୃହରେ ଶୁକ୍ରବାର ବ୍ଲକ୍ ପଞ୍ଚାୟତ ବିକାଶ ଯୋଜନାର ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri