ଆମ ଜିଲା ଖବର

ପୃଥକ୍‌ ଦୁର୍ଘଟଣାରେ ୩ ଗୁରୁତର

ଦିଗପହଣ୍ଡି,୯ା୧୧(ଡି.ଏନ୍‌.ଏ.): ବୁଧବାର ପୃଥକ୍‌ ଦୁର୍ଘଟଣାରେ ୩ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରମାନେ ହେଲେ ପାଟପୁର ଥାନା ତଥା ମୌଳାଭଣଞ୍ଜା ପଞ୍ଚାୟତ ଅନ୍ତର୍ଗତ ଖୁଲୁଡ଼ି ଗ୍ରାମର ଜେ.ଯୁଧିଷ୍ଠିର, ଦିଗପହଣ୍ଡି ସାନଦାଣ୍ଡ ସାହିର ଏମ୍‌.ପଞ୍ଚୁ ଏବଂ ଅନ୍ୟ ଜଣେ ବି.କାଳିଆ ରେଡ୍ଡୀ। ଘଟଣାସ୍ଥଳରୁ ଗୁରୁତରମାନଙ୍କୁ…

୨୭ କ୍ରୋମାଇଟ ଭର୍ତ୍ତି ଗାଡ଼ି ଅଟକ

ଆନନ୍ଦପୁର,୯ା୧୧(ସ୍ବ.ପ୍ର.): ଆନନ୍ଦପୁର ପୋଲିସ ଦ୍ୱାରା ୨୭ଟି କ୍ରୋମାଇଟ୍‌ ଭର୍ତ୍ତି ୬ ଚକିଆ ଯାନ ଅଟକ ରଖାଯାଇଛି। ଗାଡ଼ିଗୁଡ଼ିକ ମଙ୍ଗଳବାର ବିଳମ୍ବିତ ରାତିରେ କାଳିଆପାଣି ଅଞ୍ଚଳରୁ କ୍ରୋମାଇଟ୍‌ ଧରି ସୋସୋସ୍ଥିତ ମହାରାଜା ମିନେରାଲସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନିକଟକୁ ଆସୁଥିବା ସମୟରେ ଆନନ୍ଦପୁର କଲେଜ…

ସର୍ଭର ସମସ୍ୟା: ଜୀବନ ପ୍ରମାଣପତ୍ର ନ ପାଇ ନିରାଶରେ ଫେରୁଛନ୍ତି ପେନ୍‌ସନ୍‌ ଭୋଗୀ

ସୋରଡ଼ା,୯ା୧୧(ଡି.ଏନ୍‌.ଏ.): ନଭେମ୍ବର ମାସରେ ରାଜ୍ୟ ଓ କେନ୍ଦ୍ର ସରକାର ଓ ଅନ୍ୟ ସଂସ୍ଥା ଅଧୀନ ପେନ୍‌ସନ୍‌ ଭୋଗୀମାନେ ନିଜ ନିଜ କୋଷାଗାର ଓ ବ୍ୟାଙ୍କମାନଙ୍କୁ ଜୀବନ ପ୍ରମାଣପତ୍ର ପ୍ରଦାନ ପାଇଁ ପୂର୍ବରୁ ସ୍ଥିରୀକୃତ ହୋଇଛି। ସେହି କ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ…

ମନ୍ଦିର ଯିବା ବେଳେ ଦୁର୍ଘଟଣା: ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ, ଝିଅ ଗୁରୁତର

କେନ୍ଦୁଝର,୯ା୧୧(ସ୍ବ.ପ୍ର.): ଝୁମ୍ପୁରା ଥାନା ଅନ୍ତର୍ଗତ ଘଣ୍ଟିପଶି ଗ୍ରାମ ମୁଣ୍ଡାସାହି ନିକଟସ୍ଥ ଏକ ବୁଲାଣି ରାସ୍ତାରେ ଡାଲା ଅଟୋ ଓ ବାଇକ୍‌ ଧକ୍କା ହେବା ଫଳରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ-ଝିଅ ଗୁରୁତର ଅବସ୍ଥାରେ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ଥିବା…

ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନେଇ ତହସିଲଦାରଙ୍କୁ ଦାବିପତ୍ର

କୋକସରା,୯ା୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ କୃଷି ଓ କୃଷକ ସମିତି ସଂଗଠନର ଆବାହକ ଲକ୍ଷ୍ମୀକାନ୍ତ ବାଗ୍‌ଙ୍କ ନେତୃତ୍ୱରେ ବ୍ଲକ ବିଭିନ୍ନ ପଞ୍ଚାୟତର ଚକଡ଼ା କ୍ଷତିଗ୍ରସ୍ତ ଚାଷୀ ସମୂହ ବୁଧବାର କୋକସରା ତହସିଲଦାରଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କ୍ଷତିପୂରଣ ଦାବିରେ…

ନଦୀକୁ ଡେଇଁ ଯୁବକ ନିଖୋଜ

ଆରଡ଼ି,୯ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ସାହୁସାହିଠାରେ ବୈତରଣୀ ନଦୀକୁ ବୁଧବାର ମଧ୍ୟାହ୍ନ୍‌ରେ ଜଣେ ଅଜଣା ଯୁବକ ଡେଇଁ ପଡ଼ି ନିଖୋଜ ଅଛନ୍ତି। ନଦୀକୂଳରେ ଥିବା ୨ ଜଣ ଯୁବକ ଗ୍ରାମବାସୀଙ୍କୁ ଡାକ ପକାଇଥିଲେ। ପ୍ରଥମେ ଏକ ଦେଶୀ ଡଙ୍ଗାରେ…

ଏସ୍‌ଏଚ୍‌ଜି ମହିଳାଙ୍କୁ ଚାଉଳ ବଣ୍ଟନ ଦାୟିତ୍ୱରୁ ବନ୍ଦ ଦାବିରେ ଜାତୀୟ ରାଜପଥ ଅବରୋଧ

ପାପଡ଼ାହାଣ୍ଡି,୯ା୧୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ତୁମ୍ବର୍ଲା ପଞ୍ଚାୟତରେ ଏସ୍‌ଏଚ୍‌ଜି ମହିଳାଙ୍କୁ ଚାଉଳ ବଣ୍ଟନ ପ୍ରତିବାଦରେ ବୁଧବାର ପଞ୍ଚାୟତବାସୀ ୨୬ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ପଞ୍ଚାୟତକୁ ଚାଉଳ ବଣ୍ଟନ ଦାୟିତ୍ୱ ଦିଆ ନ ଯିବା ଲାଗି ଜିଦ୍‌ରେ ଅଟଳ…

କାଜୁ ବଗିଚାରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ

ପାଟଣା,୯ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଶବରଣୀ ବେଡ଼ା କାଜୁ ବଗିଚାରୁ ବୁଧବାର ଜଣେ ୩୭ ବର୍ଷୀୟା ମହିଳାଙ୍କ ଝୁଲନ୍ତା ମୃତଦେହକୁ ସାହାରପଡ଼ା ଫାଣ୍ଡି ଏଏସ୍‌ଆଇ ଶିବ ପ୍ରସାଦ ଆଇଚ ଜବତ କରିଛନ୍ତି। ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର କାଶୀନାଥ…

ପାରିବାରିକ କଳହର କରୁଣ ପରିଣତି: ବାପାଙ୍କୁ ମାରି ଶ୍ମଶାନରେ ଫିଙ୍ଗିଦେଲେ ଦୁଇ ପୁଅ-ମା’

ଖଲ୍ଲିକୋଟ,୯ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ତୋଟାଗାଁରେ ପାରିବାରିକ କଳହରୁ ବାପାକୁ ମାରିଦେଇଛନ୍ତି ଦୁଇ ପୁଅ ଆଉ ମା’। ଘଟଣାରୁ ପ୍ରକାଶ, ମଙ୍ଗଳବାର ବିଳମ୍ବିତ ରାତିରେ ତୋଟାଗାଁ ଶ୍ମଶାନରେ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡ଼ିଥିବା ଖବର…

କୁଷ୍ଠାଶ୍ରମ ଅନ୍ତେବାସୀଙ୍କ ପୁଇଁତଲା ବ୍ଳକ ଘେରାଉ

ବଲାଙ୍ଗୀର ଅଫିସ,୯।୧୧: କୁଷ୍ଠାଶ୍ରମ ଅନ୍ତେବାସୀମାନେ ବୁଧବାର ପୁଇଁତଲା ବ୍ଳକ ଘେରାଉ କରିଛନ୍ତି। କୁଷ୍ଠ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ କଲୋନୀରେ ବାହାର ଲୋକଙ୍କ ରହିବାକୁ ବିରୋଧ କରି କୁଷ୍ଠାଶ୍ରମ ଅନ୍ତେବାସୀମାନେ ବ୍ଳକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣାରେ ବସିଛନ୍ତି ।…

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି : ୫ଟାରୁ ରାତି ୯ଟା ଯାଏ ଦର୍ଶନ ବନ୍ଦ

ପୁରୀ ଅଫିସ,୯।୧୧: ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା…

ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା : ୨ ମୃତ, ୪ ଆହତ

ଖୋର୍ଦ୍ଧା ଅଫିସ,୯।୧୧: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଭୂଇଁପୁର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଟୋ ଏବଂ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?