ଚିତ୍ରୋତ୍ପଳା, ପାଇକା, ଲୁଣାନଦୀରେ ବନ୍ୟା ପରିସ୍ଥିତି
ପାଟକୁରା,୧୭ା୮ (ଡି.ଏନ.ଏ.): ମହାନଦୀରେ ବନ୍ୟା ଯୋଗୁ ଜଳସ୍ତର ବୃଦ୍ଧି ପାଉଥିବାରୁ ଶାଖା ନଦୀ ଚିତ୍ରୋତ୍ପଳା, ପାଇକା, ଲୁଣା ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଫଳରେ ନଦୀ କୁଳିଆ ଅଧିବାସୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଚିତ୍ରୋତ୍ପଳା ନଦୀର ଦକ୍ଷିଣ ପାର୍ଶ୍ୱ ଗରଦପୁର ବ୍ଲକର ଭଦାଳ…
କାଣୀ ନଦୀବନ୍ଧରେ ଶହେ ଫୁଟର ଘାଇ
ଯାଜପୁର ଅଫିସ/ଦଶରଥପୁର/ଝୁମ୍ପୁରୀ,୧୭ା୮(ଡି.ଏନ.ଏ.): ବୈତରଣୀ ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଏହାର ଶାଖା ନଦୀ କାଣୀରେ ୧ଶହ ଫୁଟ ଲମ୍ବର ଏକ ଘାଇ ସୃଷ୍ଟି ହୋଇଛି। ଏଥିରେ ଯାଜପୁର ଜିଲା ଦଶରଥପୁର ବ୍ଲକର ୧୦ ପଞ୍ଚାୟତର ୨୪ ଗ୍ରାମର ପ୍ରାୟ…
ଶ୍ରୀମନ୍ଦିରରେ ରାହୁରେଖା ଲାଗି ନୀତି ସମ୍ପନ୍ନ
ପୁରୀ ଅଫିସ,୧୭।୮: ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀତିଥି ମଙ୍ଗଳବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ସୁନା ରାହୁରେଖା ଲାଗି ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତନୀତି ମଧ୍ୟରେ ଏହି ନୀତି ଅନ୍ୟତମ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ରାହୁରେଖା ଲାଗି…
ବନ୍ୟାଜଳ ଘେରରେ କଣାସ ଅଞ୍ଚଳବାସୀ
କଣାସ,୧୭ା୮(ସ୍ବ.ପ୍ର.): ରାଜ୍ୟରେ ଲଘୁଚାପଜନିତ ବର୍ଷା ଯୋଗୁ ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପରୁ ମୁଣ୍ଡରେ ବନ୍ୟାଜଳ ସମେତ ଲଗାଣ ବର୍ଷା ଯୋଗୁ ପୁରୀ ଜିଲା କଣାସ ବ୍ଲକର ଅଧିକାଂଶ ସ୍ଥାନରେ ଘାଇ ସୃଷ୍ଟି ହୋଇଯାଇଛି। ଫଳରେ ଗ୍ରାମର ରାସ୍ତାଗୁଡ଼ିକ…
କମିଶନରେଟ୍ ପୋଲିସର ଗଣେଶ ପୂଜା ପ୍ରସ୍ତୁତି ବୈଠକ
କଟକ ଅଫିସ,୧୭ା୮: କଟକ ସହରର ବିଭିନ୍ନ ମଣ୍ଡପରେ ଆସନ୍ତା ୩୧ ତାରିଖରେ ଗଣେଶ ପୂଜା ଅନୁଷ୍ଠିତ ହେବ। ଏହାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଟକ ସାରଳା ଭବନଠାରେ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
ମହାନଦୀରେ ବନ୍ୟା: ବହୁ ଗ୍ରାମ ଜଳବନ୍ଦୀ
ବାଙ୍କୀ/ଆଠଗଡ଼/ବଡ଼ମ୍ବା/ତିଗିରିଆ, ୧୭ା୮(ସ୍ବ.ପ୍ର./ଡି.ଏନ୍.ଏ): ମହାନଦୀରେ ବନ୍ୟା ଯୋଗୁ କଟକ ଜିଲାର ବିଭିନ୍ନ ଗ୍ରାମ ଜଳାର୍ଣ୍ଣବ ହୋଇଯାଇଛି। ବହୁ ଗ୍ରାମରେ ଯାତାୟାତ ଠପ୍ ହୋଇଯାଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ଗ୍ରାମରେ ସହାୟତା ଯୋଗାଇ ଦିଆଯାଉଛି। ବାଙ୍କୀ-କଟକ ମୁଖ୍ୟ ରାସ୍ତାର କଇଁମୁଣ୍ଡି ଠାରୁ ପାଥପୁର ପର୍ଯ୍ୟନ୍ତ…
ମା’ ସମ୍ମୁଖରେ ପୁଅକୁ ହାଣିଦେଲେ
ବଲାଙ୍ଗୀର ଅଫିସ,୧୭ା୮: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ଭିତରେ ମଙ୍ଗଳବାର ସକାଳୁ ଏକ ହତ୍ୟାକାଣ୍ଡ ଘଟିଛି। ମା’ ସମ୍ମୁଖରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ୨ ଦୁର୍ବୃତ୍ତ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ମୃତକ ହେଲେ ସୁଦପଡା…
ବଙ୍ଗଳାଗୁଡ଼ା ପୋଲ ଭୁଶୁଡ଼ିଲା
କୋରାପୁଟ,୧୭ା୮(ସ୍ବ.ପ୍ର.): କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ମଙ୍ଗଳବାର ଅପରାହ୍ନରେ କୋରାପୁଟ-ରାୟଗଡ଼ା ୩୨୬ ନଂ. ଜାତୀୟ ରାଜପଥର ବଙ୍ଗଳାଗୁଡ଼ା-ଲେନ୍ଦିରିମାଳିଗୁଡା ମଧ୍ୟରେ ଥିବା ଏକ ପୁରୁଣା ପୋଲ ଭୁଶୁଡିପଡିଛି। ଏଥିଯୋଗୁ କୋରାପୁଟ ଓ ପୋଡାଗଡ଼ ମଧ୍ୟରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। କାକିରିଗୁମ୍ମା-ଲକ୍ଷ୍ମୀପୁର-ରାୟଗଡା…
ମୁଣ୍ଡଳୀରେ ୧୨ଲକ୍ଷ କ୍ୟୁସେକ ଜଳ ପ୍ରବାହିତ
କଟକ ଅଫିସ, ୧୭ା୮: ଲଘୁଚାପ ଜନିତ ବର୍ଷା ଓ ହୀରାକୁଦ ଜଳ ଭଣ୍ଡାରର ୩୪ଟି ଗେଟ୍ ଦେଇ ଜଳ ନିସ୍କାସନ ପରେ ତଳମୁଣ୍ଡରେ ବନ୍ୟାସ୍ଥିତି ଦେଖାଦେଇଛି। ମଙ୍ଗଳବାର ମଧ୍ୟାହ୍ନରୁ ମୁଣ୍ଡଳୀଠାରେ ୧୨ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଛି। ମୁଣ୍ଡଳୀ ଠାରେ…
ଭିଜିଲାନ୍ସ ଜାଲରେ ବାରକୋଟ ତହସିଲର ମୁଖ୍ୟ କିରାଣୀ
ଦେବଗଡ଼, ୧୬।୮(ଡି.ଏନ୍.ଏ.): ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଗିରଫ ହେଲେ ତହସିଲ ଅଫିସର ମୁଖ୍ୟ କିରାଣୀ। ଦେବଗଡ଼ ଜିଲା ବାରକୋଟ ତହସିଲର ମୁଖ୍ୟ କିରାଣୀ ରାଜ କିଶୋର କାଲୋ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ…
ପୁଣି ସମୁଦ୍ର ଆଁରେ ଲୀନ ହେଲେ ପୋଡମପେଟା ଗ୍ରାମର ଆଉ ୩ ଘର
ଗଞ୍ଜାମ,୧୬।୮(ଡି.ଏନ୍.ଏ.): ପୁଣି ସମୁଦ୍ରର ଆଁରେ ଲୀନ ହୋଇଛି ପୋଡମପେଟା ଗ୍ରାମର ଆଉ ୩ ଘର। ଲଘୁଚାପ ଯୋଗୁ ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବାରୁ ଘରଗୁଡ଼ିକ ସମୁଦ୍ରଗର୍ଭକୁ ଚାଲିଯାଇଛି। ଫଳରେ ଘର ନ ପାଇ ଉକ୍ତ ଗ୍ରାମରେ ରହୁଥିବା ଲୋକେ ଆତଙ୍କିତ ହୋଇପଡିଛନ୍ତି…
ଜମିକୁ ଯାଉଥିବା ବେଳେ ଭାଲୁ ଆକ୍ରମଣ: ମହିଳା ଗୁରୁତର
କୋକସରା,୧୬।୮(ଡି.ଏନ୍.ଏ.): ଭାଲୁ ଆକ୍ରମଣରେ ମହିଳା ଗୁରୁତର। କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ପାତ୍ରବସା ଗାଁ ର ମହିଳା କ୍ଷୀର ଚଳାନ ମଙ୍ଗଳବାର ସକାଳେ ନିଜ ଚାଷଜମିକୁ ଯାଉଥିବା ସମୟରେ ହଠାତ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କ ଚିତ୍କାର…
Archives


