ବିଜ୍ଞାପନ ପ୍ରକାଶ ନ ପାଇ ଟିଜିଟି ବିଜ୍ଞାନ ଶିକ୍ଷକ ନିଯୁକ୍ତି

ନବରଙ୍ଗପୁର,୧୮ା୧୨(ବି.ପ୍ର.): ନିଯୁକ୍ତି ପାଇଁ ଶିକ୍ଷିତ ଯୁବତୀ ଯୁବକ ଚାହିଁ ବସିଛନ୍ତି। ଜିଲାଭିତ୍ତିକ ନିଯୁକ୍ତି ନ ଥିବାରୁ ରାଜ୍ୟ ବାହାରକୁ ଶ୍ରମିକ ଭାବେ କାମ କରିବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ନବରଙ୍ଗପୁର ଜିଲାରେ ଦୁର୍ନୀତି କରାଯାଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି)ରେ ଜଣେ ମହିଳାଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି। ଡିଇଓ ଠିକା ଭିତ୍ତିକ ଟିଜିଟି ବିଜ୍ଞାନ ଶିକ୍ଷୟିତ୍ରୀ ପଦବୀରେ ଜଣେ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି। ଏଭଳି ପଦବୀ ପୂରଣ ନେଇ କୌଣସି ବିଜ୍ଞାପନ ପ୍ରକାଶ ନ ପାଇ ମଧ୍ୟ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ମିଳିଛି। ଏମିତିକି ଯୋଗ୍ୟତା ନ ଥାଇ ରାଜ୍ୟ ବାହାରେ ଶିକ୍ଷାଲାଭ କରିଥିବା ଜଣେ ଅବେଦନକାରୀଙ୍କୁ ବେନିୟମ ଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି। ଶିକ୍ଷୟିତ୍ରୀଙ୍କ ପ୍ରତି ଅନୁକମ୍ପା ପଛରେ କିଭଳି ସ୍ବାର୍ଥ ରହିଛି ତାହାର ତଦନ୍ତ ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।

ନବରଙ୍ଗପୁର ଜିଲା ଶିକ୍ଷା ବିଭାଗ ଦ୍ୱାରା ଜିଲାର ୧୦ ଆଦର୍ଶ ବିଦ୍ୟାଳୟରେ ବିଭିନ୍ନ ଶିକ୍ଷକ ପଦବୀ ପାଇଁ ୨୦୨୨ ମେ ୨୦ ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜୁନ୍‌ ୪ ମଧ୍ୟରେ ଆବେଦନ ଗ୍ରହଣ କରାଯିବ ବୋଲି ଏଥିରେ ଉଲ୍ଲେଖ ରହିଥିଲା। ତେବେ ଏଥିରେ ଟିଜିଟି ବିଜ୍ଞାନ ପାଇଁ କୌଣସି ପଦବୀ ସୃଷ୍ଟି କରାଯାଇ ନ ଥିଲା। ଜିଲାର ରାଇଘର ବ୍ଲକ ଗଞ୍ଜାପାରା ସ୍ଥିତ ଆଦର୍ଶ ବିଦ୍ୟାଳୟ ପାଇଁ ଜଣେ ପ୍ରିନ୍ସିପାଲ, ଟିଜିଟି ଇଂଲିଶ, ଟିଜିଟି ସଂସ୍କୃତ, ଓ ମ୍ୟୁଜିକ୍‌ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ହେଲେ ନବରଙ୍ଗପୁର ସହରର ତନୁ ଜୈନଙ୍କୁ ଡିସେମ୍ବର ୧ ରେ ଟିଜିଟି ବିଜ୍ଞାନ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି। ତନୁ ଜୈନ ତାଙ୍କ ଆବେଦନପତ୍ରରେ ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ପଦବୀ ପାଇଁ ବୋଲି ଉଲ୍ଲେଖ ରହିଛି। କେଉଁ ବର୍ଗର ଶିକ୍ଷକ ପାଇଁ ତହା କୌଣସି ସ୍ଥାନରେ ଉଲ୍ଲେଖ ମଧ୍ୟ କରି ନାହିଁ। ତନୁ ଏମ୍‌ଏ ବିଏଡ୍‌ ଡିଗ୍ରୀ ହାସଲ କରିଥିବା ବେଳେ ଟିଜିଟି ବିଜ୍ଞାନ ପଦବୀରେ କିଭଳି ନିଯୁକ୍ତି ପାଇଲେ ସେ ନେଇ ପ୍ରଶ୍ନ ଉଠିଛି। ତନୁ ରାଜସ୍ଥାନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିବେକାନନ୍ଦ କଲେଜରୁ ବିଏସ୍‌ସି ଓ ବିଏଡ୍‌ ଡିଗ୍ରୀ ହାସଲ କରିଛନ୍ତି। ସରକାରୀ କଲେଜରେ ଏମ୍‌ଏ ଏବଂ ପିଜିଡିସିଏ ଏସ୍‌.ଏନ୍‌. କଲେଜରେ ପଢ଼ିଥିବା ଦର୍ଶାଇଛନ୍ତି। ଓଡ଼ିଶାରେ ଚାକିରି କରିବା ପାଇଁ ଆବଶ୍ୟକ ଯୋଗ୍ୟତା ନ ଥାଇ ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁସିତ ତଥା ପଛୁଆ ଜିଲାରେ ରାଜସ୍ଥାନରେ ଶିକ୍ଷା ହାସଲ କରିଥିବା ଜଣେ ମହିଳାଙ୍କୁ ନିଯୁକ୍ତି ଦେବା ଡିଇଓଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପରବର୍ତ୍ତି ସମୟରେ ଅଗଷ୍ଟ ୩ ରୁ ୧୬ ମଧ୍ୟରେ ସାର୍ଟିଫିକେଟ ଯାଞ୍ଚ ପାଇଁ ଚିଠି କରାଯାଇଛି। ଅନ୍ୟପକ୍ଷରେ ଡିଇଓଙ୍କ ଚିଠି ସଂଖ୍ୟା ୫୮୨୬/ ୨୬/୦୯/୨୦୨୨ ଅନୁଯାୟୀ ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତାର ଅସଲି ସାର୍ଟିଫିକେଟ ଯାଞ୍ଚ ପାଇଁ ଡକାଯାଇଥିଲା। ସେଥିରେ ଟିଜିଟି ବିଜ୍ଞାନ ପଦବୀ ପାଇଁ ଉଲ୍ଲଖ କରାଯାଇଥିଲା। ଏଥିରେ ଡିଇଓଙ୍କ ଦସ୍ତଖତ ରହିଛି। ଏ ନେଇ ପ୍ରଥମେ ଅତିରିକ୍ତ ଜିଲାପାଳ ଭାଷ୍କର ରଇତୋଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେ ଘଟଣା ବିଷୟରେ ଅବଗତ ନ ଥିବା କହିବା ସହ ଏଡିଇଓ ବିଶ୍ୱନାଥ ସାହୁଙ୍କୁ ଏ ବିଷୟରେ ବୁଝିବା ପାଇଁ କହିଥିଲେ। ଅନ୍ୟପକ୍ଷରେ ଘଟଣା ନେଇ ଡିଇଓ ପ୍ରଦୀପ କୁମାର ନାଗଙ୍କୁ ପଚାରିବାରୁ ସେ ସିଧାସଳଖ ଫାଇଲ ମଗାଇ ଦେଖିଥିଲେ। ରାଇଘର ବ୍ଲକ ଗଞ୍ଜାପାରା ଆଦର୍ଶ ବିଦ୍ୟାଳୟ ପାଇଁ ଟିଜିଟି ବିଜ୍ଞାନ ଶିକ୍ଷକ ପଦବୀ ପାଇଁ ବିଜ୍ଞାପନ ହୋଇ ନ ଥିବା ସେ ଜାଣିବାକୁ ପାଇଥିଲେ। ନିଯୁକ୍ତି ପାଇଥିବା ତନୁ ମଧ୍ୟ କେବଳ ସାଧାରଣ ଭାବେ ଶିକ୍ଷକ ପଦବୀ ପାଇଁ ଆବେଦନ କରିଥିବା ଜାଣିବାକୁ ପାଇଥିଲେ। ଆବେଦନ ଫର୍ମରେ ୩୩୪ କ୍ରମିକ ନମ୍ବର ବୋଲି ମଧ୍ୟ ଉଲ୍ଲେଖ ରହିଛି। ଯାଞ୍ଚ ରିପୋର୍ଟ ଉକ୍ତ ଫାଇଲରେ ନ ଥିବା ସେ ଜାଣିବାକୁ ପାଇଥିଲେ। ତେବେ ବିଜ୍ଞାପନ ପ୍ରକାଶ ନ ପାଇଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ପଦବୀରେ କିଭଳି ନିଯୁକ୍ତି ଦିଆଯାଇଛି ବୋଲି କିରାଣୀଙ୍କୁ ପ୍ରଶ୍ନ କରିଥିଲେ। ଏଥିସହ ତୁରନ୍ତ ଏ ନେଇ ଗଞ୍ଜାପାରା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲଙ୍କୁ ଜଣାଇ ଠିକାଭିତ୍ତିକ ନିଯୁକ୍ତି ପାଇଥିବା ଟିଜିଟି ବିଜ୍ଞାନ ଶିକ୍ଷୟତ୍ରୀଙ୍କୁ ଅନୁମତି ନ ଦେବା ପାଇଁ କହିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାମଧ୍ୟରେ ତନୁ ଡିଇଓଙ୍କ ନିଯୁକ୍ତି ନିର୍ଦ୍ଦେଶ ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ତେଣୁ ଜିଲାପାଳଙ୍କ ଦୃଷ୍ଟିକୁ ନିଆଯାଇ ଉକ୍ତ ଶିକ୍ଷୟିତ୍ରୀଙ୍କ ନଯୁକ୍ତିକୁ ରଦ୍ଧ କରାଯିବ ବୋଲି ଡିଇଓ ନାଗ କହିଛନ୍ତି। ଏ ନେଇ ଜିଲାପାଳ କମଳ ଲୋଚନ ମିଶ୍ରଙ୍କୁ ପଚାରିବାରୁ, ଡିଇଓଙ୍କ ଠାରୁ ଏ ବିଷୟରେ କୌଣସି ରିପୋର୍ଟ ଆସିଲେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri