ବିଗୁଡୁଛି ଗହୀରମଥା ପରିବେଶ: ବନ୍ଦ ହେଉନାହିଁ ହୁଇଲର ଦ୍ୱୀପରୁ ମିଶାଇଲ ପରୀକ୍ଷା

କେନ୍ଦ୍ରାପଡ଼ା ଅଫିସ, ୧୮ା୧୨: ବିଶ୍ୱ ପ୍ରସିଦ୍ଧ ଗହିରମଥା ସାମୁଦ୍ରିକ ଅଞ୍ଚଳରେ ବିରଳ ଅଲିଭ ରିଡଲେ କଇଁଛ ଠୁଳ ହୋଇଛନ୍ତି । ଆଇୟୁସିଏନ୍‌ର ରେଡ ଡାଟା ବୁକ୍‌ରେ ଥିବା ଏହି ବିରଳ ପ୍ରଜାତିଙ୍କ ପ୍ରଜନନ ସ୍ଥଳ ତଟକ୍ଷୟ ଯୋଗୁ କମିବାରେ ଲାଗିଛି । କଟକଣା ସତ୍ତ୍ୱେ ଏହି ସାମୁଦ୍ରିକ ଅଞ୍ଚଳରେ ବୋଟ୍‌, ଟ୍ରଲର ଚଳାଚଳ ହେଉଛି । ଏହି ସମୟରେ ପ୍ରତିରକ୍ଷା ବିଭାଗ ପାଇଁ ଅନ୍ତଃଦେଶୀୟ ବାଲିଷ୍ଟିକ ମିଶାଇଲ ଅଗ୍ନି ୫ର ରାତ୍ରୀକାଳୀନ ପରୀକ୍ଷଣ ଗତ ୧୫ ତାରିଖରେ ହୁଇଲର ଦ୍ୱୀପରୁ କରାଯାଇଛି । ଡିସେମ୍ବରରେ ଏହି ପରୀକ୍ଷା ବ୍ୟତୀତ ଦି ଡିଫେନସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେଶନ (ଡିଆରଡିଓ) ପକ୍ଷରୁ ଗତ ଦୁଇମାସ ମଧ୍ୟରେ ଏଠାରେ ଲଗାତାର ମିସାଇଲ ପରୀକ୍ଷଣ ଜାରି ରହିଛିି । ଏହି ପରୀକ୍ଷଣ ଜାତୀୟ ଉଦ୍ୟାନ ଭିତରକନିକା ନିକଟ ହୁଇଲର ଦ୍ୱୀପ (ଡ. ଅବଦୁଲ କାଲାମ ଦ୍ୱୀପ)ରେ କରାଯାଉଛି । ନିୟୁକ୍ଲିୟର ପରିବହନ କ୍ଷମତାଧାରୀ ମିସାଇଲ ପରୀକ୍ଷଣ ସମୟରେ ଉପତ୍ନ୍ନ ଆଲୋକ ଓ ଧୁଅଁାର ପ୍ରଭାବ ବିରଳ ଅଲିଭରିଡଲେଙ୍କ ଅନୁଡିଶାଳ ଭାବେ ପରିଚିତ ଗହୀରମଥା ଉପରେ ପଡୁଛି । ଫଳରେ ଚଳିତବର୍ଷ ଆସିଥିବା କଇଁଛଙ୍କ ଉପରେ ପ୍ରଭାବ ପକାଇବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ଏସମ୍ପର୍କରେ ବନ୍ୟଜନ୍ତୁ ସୁରକ୍ଷା ସମିତି ସଭାପତି ବିଶ୍ୱଜିତ୍‌ ମହାନ୍ତି କୁହନ୍ତି, ଜାତୀୟ ଉଦ୍ୟାନ ଭିତରକନିକାର ପରିବେଶ ଏବେ ବିଗିଡିବାରେ ଲାଗିଛି । ପ୍ରାକୃତିକ ବିପର୍ଯ୍ୟୟ ସହିତ ତାଳ ଦେଇ ମନୁଷ୍ୟକୃତ କ୍ଷତି ବଢ଼ିଚାଲିଛି । ଗତ ୧ ତାରିଖରେ ଇକୋ ରିଟ୍ରିଟ ପେଣ୍ଠ ବେଳାଭୂମିରେ ଆରମ୍ଭ ହୋଇଛି । ଉତ୍ସବ ଶେଷରେ କୁଢ଼କୁଢ଼ ପଲିଥିନ ଗଦା ହେବା ସ୍ବାଭାବିକ । ଏହି ପଲିଥିନ ଅଲିଭରିଡଲେଙ୍କ ପାଇଁ ବିପଦ ସାଜୁଥିବା ବେଳେ ଏବେ ନିକଟସ୍ଥ ହୁଇଲର ଦ୍ୱୀପରୁ ଲଗାତର ମିଜାଇଲ ଟେଷ୍ଟିଂ ହେଉଛି । ପ୍ରତିବର୍ଷ ଏହି ସମୟରେ ଲକ୍ଷାଧିକ ଅଲିଭରିଡଲେ କଇଁଛଙ୍କ ଆଗମନ ହୋଇଥାଏ । ଏଥିପାଇଁ ଗହୀରମଥା ଅଞ୍ଚଳରେ ନଭେମ୍ବର ପହିଲାରୁ ମେ ୩୧ ଯାଏ ମତ୍ସ୍ୟଜୀବୀଙ୍କ ପାଇଁ କଟକଣା ଥାଏ । ତେବେ ମିସାଇଲ ପରୀକ୍ଷଣ ସମୟରେ ଆଲୋକ ଓ ଧୁଅଁା ଏହି ବିରଳ ସାମୁଦ୍ରିକ ଜୀବଙ୍କୁ ପଥଭ୍ରଷ୍ଟ କରିବ । ସେ କହିଛନ୍ତି, ଅଲିଭରିଡଲେଙ୍କ ପ୍ରଜନନ ସମୟରେ ଟେଷ୍ଟ ଫାଇରିଂ ନ କରିବାକୁ ତତ୍କାଳୀଳ ଡିଆରଡିଓ ମୁଖ୍ୟ ଡ. ଅବଦୁଲ କାଲାମଙ୍କୁ ପରିବେଶବିତ୍‌ ବାଙ୍କବିହାରୀ ଦାସ ଅନୁରୋଧ କରିଥିଲେ ା ଏଥିସହିତ ହୁଇଲର ଦ୍ୱୀପର ଆଲୋକ କଇଁଛଙ୍କୁ ଦିଗଭ୍ରଷ୍ଟ୍ର କରୁଥିବା ତଥ୍ୟ ତାଙ୍କ ସମ୍ମୁଖରେ ରଖିଥିଲେ। ଏନେଇ ଆଲୋଚନା ପରେ କଇଁଛଙ୍କ ଆଗମନ ଠାରୁ ଶାବକଙ୍କ ପ୍ରସ୍ଥାନ ପର୍ଯ୍ୟନ୍ତ ସାମରିକ କର୍ତ୍ତୃପକ୍ଷ ସୁରକ୍ଷା ପ୍ରଦାନ ପାଇଁ ଦିଆଯିବ ବୋଲି ଡ. କାଲାମ ଆଶ୍ୱାସନା ଦେଇଥିଲେ । ତେବେ ତାଙ୍କ ମୃତ୍ୟୁ ପରେ ମିଜାଇଲ ଟେଷ୍ଟ ଫାଇରିଂ ଜାରି ରହିଛି । ସାମୁଦ୍ରିକ ଜୀବ ଓ ଅଲିଭରିଡଲେ କଇଁଛ ସୁରକ୍ଷା ସମିତି ସଭାପତି ହେମନ୍ତ କୁମାର ରାଉତ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ଭିତରକନିକାର ପରିବେଶକୁ ବିଗାଡି ଦେଇଛି । ସାମୁଦ୍ରିକ ଝଡ଼ ଓ ଉଚ୍ଚ ଜୁଆର ସ୍ଥାନୀୟ ସାମୁଦ୍ରିକ ଅଞ୍ଚଳକୁ ନଷ୍ଟ କରୁଛି। ତଟକ୍ଷୟ ଯୋଗୁ ଅଲିଭ ରିଡଲେଙ୍କ ଅନ୍ତୁଡିଶାଳ ସଙ୍କୁଚିତ ହୋଇଛି । ତଟକ୍ଷୟ ସହିତ ହୁଇଲର ଦ୍ୱୀପରୁ ଲଗାତର କ୍ଷେପଣାସ୍ତ୍ର ପରୀକ୍ଷା କଇଁଛଙ୍କ ଆଗମନ ଉପରେ ପ୍ରଭାବ ପକାଇବ । ପରିବେଶବିତ୍‌ ଜଗନ୍ନାଥ ଦାସ କହିଛନ୍ତି, ତଟାଞ୍ଚଳରେ ଚିଙ୍ଗୁଡି ଘେରି ପରିବେଶକୁ ନଷ୍ଟ କରୁଥିବା ବେଳେ କ୍ଷେପଣାସ୍ତ୍ର ପରୀକ୍ଷା ଏହି ବିରଳ ଜୀବଙ୍କ ସୁରକ୍ଷା ପ୍ରତି ଶୁଭଙ୍କର ନୁହେଁ । ସେହିପରି ଗତ ଦେଢ଼ ମାସ ମଧ୍ୟରେ ବନ ବିଭାଗ ପକ୍ଷରୁ ୧୨ଟି ବୋଟ୍‌, ଟ୍ରଲରକୁ ନିଷିର୍ଦ୍ଧାଞ୍ଚଳରେ ଯାତାୟତ ଅଭିଯୋଗରେ ଜବତ ହୋଇଥିବାରୁ ଅଦ୍ୟାବଧି ଅବାଧ ଚଳାଚଳ ରହିଥିବା ସୂଚନା ମିଳୁଛି । ମିଶାଇଲ ଟେଷ୍ଟକୁ ନେଇ ବନବିଭାଗ ଓ ଡିଆରଡିଓ କର୍ତୁପକ୍ଷଙ୍କ ମଧ୍ୟରେ ଆଲୋଚନା ହେବା ଜରୁରୀ । ଗହୀରମଥା ରେଞ୍ଜ ଅଧିକାରୀ ମାନସ ଚନ୍ଦ୍ର ଦାସଙ୍କୁ ଏସମ୍ପର୍କରେ ପଚାରିବାରେ ସେ କୁହନ୍ତି କଇଁଛଙ୍କ ଆଗମନ ସମ୍ପର୍କରେ ଡିଆରଡିଓକୁ ଚିଠି ଦ୍ୱାରା ସୂଚନା ଦିଆଯାଇଛି। ଖୁବ୍‌ଶୀଘ୍ର ଏନେଇ ଅଧିକ ଆଲୋଚନା ହେବ ବୋଲି ସେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri