ବିଗୁଡୁଛି ଗହୀରମଥା ପରିବେଶ: ବନ୍ଦ ହେଉନାହିଁ ହୁଇଲର ଦ୍ୱୀପରୁ ମିଶାଇଲ ପରୀକ୍ଷା

କେନ୍ଦ୍ରାପଡ଼ା ଅଫିସ, ୧୮ା୧୨: ବିଶ୍ୱ ପ୍ରସିଦ୍ଧ ଗହିରମଥା ସାମୁଦ୍ରିକ ଅଞ୍ଚଳରେ ବିରଳ ଅଲିଭ ରିଡଲେ କଇଁଛ ଠୁଳ ହୋଇଛନ୍ତି । ଆଇୟୁସିଏନ୍‌ର ରେଡ ଡାଟା ବୁକ୍‌ରେ ଥିବା ଏହି ବିରଳ ପ୍ରଜାତିଙ୍କ ପ୍ରଜନନ ସ୍ଥଳ ତଟକ୍ଷୟ ଯୋଗୁ କମିବାରେ ଲାଗିଛି । କଟକଣା ସତ୍ତ୍ୱେ ଏହି ସାମୁଦ୍ରିକ ଅଞ୍ଚଳରେ ବୋଟ୍‌, ଟ୍ରଲର ଚଳାଚଳ ହେଉଛି । ଏହି ସମୟରେ ପ୍ରତିରକ୍ଷା ବିଭାଗ ପାଇଁ ଅନ୍ତଃଦେଶୀୟ ବାଲିଷ୍ଟିକ ମିଶାଇଲ ଅଗ୍ନି ୫ର ରାତ୍ରୀକାଳୀନ ପରୀକ୍ଷଣ ଗତ ୧୫ ତାରିଖରେ ହୁଇଲର ଦ୍ୱୀପରୁ କରାଯାଇଛି । ଡିସେମ୍ବରରେ ଏହି ପରୀକ୍ଷା ବ୍ୟତୀତ ଦି ଡିଫେନସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେଶନ (ଡିଆରଡିଓ) ପକ୍ଷରୁ ଗତ ଦୁଇମାସ ମଧ୍ୟରେ ଏଠାରେ ଲଗାତାର ମିସାଇଲ ପରୀକ୍ଷଣ ଜାରି ରହିଛିି । ଏହି ପରୀକ୍ଷଣ ଜାତୀୟ ଉଦ୍ୟାନ ଭିତରକନିକା ନିକଟ ହୁଇଲର ଦ୍ୱୀପ (ଡ. ଅବଦୁଲ କାଲାମ ଦ୍ୱୀପ)ରେ କରାଯାଉଛି । ନିୟୁକ୍ଲିୟର ପରିବହନ କ୍ଷମତାଧାରୀ ମିସାଇଲ ପରୀକ୍ଷଣ ସମୟରେ ଉପତ୍ନ୍ନ ଆଲୋକ ଓ ଧୁଅଁାର ପ୍ରଭାବ ବିରଳ ଅଲିଭରିଡଲେଙ୍କ ଅନୁଡିଶାଳ ଭାବେ ପରିଚିତ ଗହୀରମଥା ଉପରେ ପଡୁଛି । ଫଳରେ ଚଳିତବର୍ଷ ଆସିଥିବା କଇଁଛଙ୍କ ଉପରେ ପ୍ରଭାବ ପକାଇବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ଏସମ୍ପର୍କରେ ବନ୍ୟଜନ୍ତୁ ସୁରକ୍ଷା ସମିତି ସଭାପତି ବିଶ୍ୱଜିତ୍‌ ମହାନ୍ତି କୁହନ୍ତି, ଜାତୀୟ ଉଦ୍ୟାନ ଭିତରକନିକାର ପରିବେଶ ଏବେ ବିଗିଡିବାରେ ଲାଗିଛି । ପ୍ରାକୃତିକ ବିପର୍ଯ୍ୟୟ ସହିତ ତାଳ ଦେଇ ମନୁଷ୍ୟକୃତ କ୍ଷତି ବଢ଼ିଚାଲିଛି । ଗତ ୧ ତାରିଖରେ ଇକୋ ରିଟ୍ରିଟ ପେଣ୍ଠ ବେଳାଭୂମିରେ ଆରମ୍ଭ ହୋଇଛି । ଉତ୍ସବ ଶେଷରେ କୁଢ଼କୁଢ଼ ପଲିଥିନ ଗଦା ହେବା ସ୍ବାଭାବିକ । ଏହି ପଲିଥିନ ଅଲିଭରିଡଲେଙ୍କ ପାଇଁ ବିପଦ ସାଜୁଥିବା ବେଳେ ଏବେ ନିକଟସ୍ଥ ହୁଇଲର ଦ୍ୱୀପରୁ ଲଗାତର ମିଜାଇଲ ଟେଷ୍ଟିଂ ହେଉଛି । ପ୍ରତିବର୍ଷ ଏହି ସମୟରେ ଲକ୍ଷାଧିକ ଅଲିଭରିଡଲେ କଇଁଛଙ୍କ ଆଗମନ ହୋଇଥାଏ । ଏଥିପାଇଁ ଗହୀରମଥା ଅଞ୍ଚଳରେ ନଭେମ୍ବର ପହିଲାରୁ ମେ ୩୧ ଯାଏ ମତ୍ସ୍ୟଜୀବୀଙ୍କ ପାଇଁ କଟକଣା ଥାଏ । ତେବେ ମିସାଇଲ ପରୀକ୍ଷଣ ସମୟରେ ଆଲୋକ ଓ ଧୁଅଁା ଏହି ବିରଳ ସାମୁଦ୍ରିକ ଜୀବଙ୍କୁ ପଥଭ୍ରଷ୍ଟ କରିବ । ସେ କହିଛନ୍ତି, ଅଲିଭରିଡଲେଙ୍କ ପ୍ରଜନନ ସମୟରେ ଟେଷ୍ଟ ଫାଇରିଂ ନ କରିବାକୁ ତତ୍କାଳୀଳ ଡିଆରଡିଓ ମୁଖ୍ୟ ଡ. ଅବଦୁଲ କାଲାମଙ୍କୁ ପରିବେଶବିତ୍‌ ବାଙ୍କବିହାରୀ ଦାସ ଅନୁରୋଧ କରିଥିଲେ ା ଏଥିସହିତ ହୁଇଲର ଦ୍ୱୀପର ଆଲୋକ କଇଁଛଙ୍କୁ ଦିଗଭ୍ରଷ୍ଟ୍ର କରୁଥିବା ତଥ୍ୟ ତାଙ୍କ ସମ୍ମୁଖରେ ରଖିଥିଲେ। ଏନେଇ ଆଲୋଚନା ପରେ କଇଁଛଙ୍କ ଆଗମନ ଠାରୁ ଶାବକଙ୍କ ପ୍ରସ୍ଥାନ ପର୍ଯ୍ୟନ୍ତ ସାମରିକ କର୍ତ୍ତୃପକ୍ଷ ସୁରକ୍ଷା ପ୍ରଦାନ ପାଇଁ ଦିଆଯିବ ବୋଲି ଡ. କାଲାମ ଆଶ୍ୱାସନା ଦେଇଥିଲେ । ତେବେ ତାଙ୍କ ମୃତ୍ୟୁ ପରେ ମିଜାଇଲ ଟେଷ୍ଟ ଫାଇରିଂ ଜାରି ରହିଛି । ସାମୁଦ୍ରିକ ଜୀବ ଓ ଅଲିଭରିଡଲେ କଇଁଛ ସୁରକ୍ଷା ସମିତି ସଭାପତି ହେମନ୍ତ କୁମାର ରାଉତ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ଭିତରକନିକାର ପରିବେଶକୁ ବିଗାଡି ଦେଇଛି । ସାମୁଦ୍ରିକ ଝଡ଼ ଓ ଉଚ୍ଚ ଜୁଆର ସ୍ଥାନୀୟ ସାମୁଦ୍ରିକ ଅଞ୍ଚଳକୁ ନଷ୍ଟ କରୁଛି। ତଟକ୍ଷୟ ଯୋଗୁ ଅଲିଭ ରିଡଲେଙ୍କ ଅନ୍ତୁଡିଶାଳ ସଙ୍କୁଚିତ ହୋଇଛି । ତଟକ୍ଷୟ ସହିତ ହୁଇଲର ଦ୍ୱୀପରୁ ଲଗାତର କ୍ଷେପଣାସ୍ତ୍ର ପରୀକ୍ଷା କଇଁଛଙ୍କ ଆଗମନ ଉପରେ ପ୍ରଭାବ ପକାଇବ । ପରିବେଶବିତ୍‌ ଜଗନ୍ନାଥ ଦାସ କହିଛନ୍ତି, ତଟାଞ୍ଚଳରେ ଚିଙ୍ଗୁଡି ଘେରି ପରିବେଶକୁ ନଷ୍ଟ କରୁଥିବା ବେଳେ କ୍ଷେପଣାସ୍ତ୍ର ପରୀକ୍ଷା ଏହି ବିରଳ ଜୀବଙ୍କ ସୁରକ୍ଷା ପ୍ରତି ଶୁଭଙ୍କର ନୁହେଁ । ସେହିପରି ଗତ ଦେଢ଼ ମାସ ମଧ୍ୟରେ ବନ ବିଭାଗ ପକ୍ଷରୁ ୧୨ଟି ବୋଟ୍‌, ଟ୍ରଲରକୁ ନିଷିର୍ଦ୍ଧାଞ୍ଚଳରେ ଯାତାୟତ ଅଭିଯୋଗରେ ଜବତ ହୋଇଥିବାରୁ ଅଦ୍ୟାବଧି ଅବାଧ ଚଳାଚଳ ରହିଥିବା ସୂଚନା ମିଳୁଛି । ମିଶାଇଲ ଟେଷ୍ଟକୁ ନେଇ ବନବିଭାଗ ଓ ଡିଆରଡିଓ କର୍ତୁପକ୍ଷଙ୍କ ମଧ୍ୟରେ ଆଲୋଚନା ହେବା ଜରୁରୀ । ଗହୀରମଥା ରେଞ୍ଜ ଅଧିକାରୀ ମାନସ ଚନ୍ଦ୍ର ଦାସଙ୍କୁ ଏସମ୍ପର୍କରେ ପଚାରିବାରେ ସେ କୁହନ୍ତି କଇଁଛଙ୍କ ଆଗମନ ସମ୍ପର୍କରେ ଡିଆରଡିଓକୁ ଚିଠି ଦ୍ୱାରା ସୂଚନା ଦିଆଯାଇଛି। ଖୁବ୍‌ଶୀଘ୍ର ଏନେଇ ଅଧିକ ଆଲୋଚନା ହେବ ବୋଲି ସେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri