ସିନେ ନିର୍ଦ୍ଦେଶକ ପ୍ରଦୀପ ଭୋଳଙ୍କ ପରଲୋକ

ସୁନ୍ଦରଗଡ଼,୧୮ା୧୨(ଡି.ଏନ୍‌.ଏ.): ପ୍ରଖ୍ୟାତ ନାଟ୍ୟକାର ତଥା ଓଡ଼ିଆ ସିନେ ନିର୍ଦ୍ଦେଶକ ପ୍ରଦୀପ୍ତ ଭୋଳଙ୍କ ରବିବାର ସକାଳେ ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ସ୍ବର୍ଗତଃ ଭୋଳ ଓଡ଼ିଆ ନାଟ୍ୟ ଓ ସିନେ ଜଗତର ଜଣେ ଜଣାଶୁଣା ନାଁ। ଅନେକ ଓଡ଼ିଆ ଓ ସମ୍ବଲପୁରୀ ମଞ୍ଚ ନାଟକର ନିର୍ଦ୍ଦେଶନା ଦେଇଥିବା ବେଳେ ଓଡ଼ିଆ ଚଳଚ୍ଚିତ୍ର ‘ସୁନା ଶଙ୍ଖାଳି’, ‘ପବିତ୍ର ବନ୍ଧନ’ ତାଙ୍କୁ ଜଣେ ସଫଳ ନିର୍ଦ୍ଦେଶକ ଭାବରେ ପରିଚୟ ଦେଇଥିଲା। ତାଙ୍କ ଦ୍ବାରା ଲିଖିତ ଓ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଚିନି“ରାଜ୍ୟ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥଲା। ତାଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ମଞ୍ଚ ନାଟକ ‘ମାଉ’ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛ। ତାଙ୍କ ପରଲୋକ ଖବର ପାଇ ବହୁ ନାଟ୍ୟ ଓ ସିନେ ପ୍ରେମୀ,କଳାକାର ଓ ମାନ୍ୟଗଣ୍ୟ ବ୍ୟକ୍ତି ସୁନ୍ଦରଗଡ଼ ଡାକ୍ତରଖାନା ଓ ମହାନ୍ତିପଡ଼ାସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ତାଙ୍କ ବିୟୋଗରେ ନାଟ୍ୟ ପ୍ରେମୀ,କଳାକାର, ସାଧାରଣରେ ଗଭୀର ଶୋକ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ଅବକାରୀ ଏସ୍‌ଆଇଙ୍କ ୪ ପଦକ ହାସଲ

ପାରଳାଖେମୁଣ୍ଡି,୧୬।୫(ଡି.ଏନ୍‌.ଏ.): କର୍ନାଟକର ବେଙ୍ଗଲୁରୁଠାରେ ଅନୁଷ୍ଠିତ ପ୍ରଥମ ଜାତୀୟ ପ୍ୟାନ ଇଣ୍ଡିଆ ମାଷ୍ଟର ଗେମ୍ସରେ ଗଜପତି ଜିଲା ଅବକାରୀ ବିଭାଗର ଏସ୍‌ଆଇ କିଶୋର ଚନ୍ଦ୍ର ରଥ ଭାଗ ନେଇ...

ଆଧାର ନ ଥିବାରୁ ଚାଉଳ ବନ୍ଦ

କେନ୍ଦୁଝର, ୪।୫ (ସ୍ବ.ପ୍ର.)-ଆଦିବାସୀ ବହୁଳ ବାଂଶପାଳ ବ୍ଲକର ଗୋନାସିକା ଗ୍ରାମରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କ ଆଧାର କାର୍ଡ ନ ଥିବାରୁ ୩ ବର୍ଷ ହେଲା ସରକାରଙ୍କ...

କରୋନା ସଂକ୍ରମଣ ରୋକିବାକୁ ରଜ ଉତ୍ସବ ପାଳନରେ କଟକଣା: ସରପଞ୍ଚଙ୍କ ସହ କଥା ହେଲେ ଜିଲାପାଳ

କେନ୍ଦୁଝର,୧୩ା୬ (ସ୍ବ.ପ୍ର.) ଚଳିତ ବର୍ଷ ରଜ ପର୍ବ ପାଳନ ଅବସରରେ ମହାମାରୀ କରୋନା ଭାଇରସ୍‌ର ସଂକ୍ରମଣକୁ ପ୍ରତିରୋଧ କରିବା ସମ୍ପର୍କରେ ଜିଲାପାଳ ଆଶିଷ ଠାକରେ ଜିଲାର...

ଓଡ଼ିଶା ‘ଶ୍ରେଷ୍ଠ ରାଜ୍ୟ’

ଭୁବନେଶ୍ୱର, ୮।୧୨(ବ୍ୟୁରୋ): ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଡୋମେଷ୍ଟିକ ଡେଷ୍ଟିନେଶନ୍‌ କାଟାଗୋରୀରେ ଭାରତରେ ଓଡ଼ିଶାକୁ ‘ଶ୍ରେଷ୍ଠ ରାଜ୍ୟ’ ଭାବେ ବିଚାର କରାଯାଇଛି। ଜାତୀୟ ପତ୍ରିକା ‘ଟ୍ରାଭେଲ-ଲିଜର ଇଣ୍ଡିଆ’...

ଯୁବକଙ୍କ ମୃତଦେହ ଉଦ୍ଧାର

ସଜନାଗଡ଼,୧୦।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବିଇଓ କାର୍ଯ୍ୟାଳୟ ନିକଟରୁ ଶୁକ୍ରବାର ପୂର୍ବାହ୍ନରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ଆମ୍ବଡିହା ଗ୍ରାମର...

କୁଷ୍ଠ ଆକ୍ରାନ୍ତଙ୍କୁ ମିଳିଲାନି କାନ୍ଧ

କାମାକ୍ଷାନଗର, ୧୫।୧୨(ଡି.ଏନ୍‌.ଏ.): କୁଷ୍ଠ ଆକ୍ରାନ୍ତ ବୋଲି ପର କରିଦେଲା ପରିବାର। ଛଟପଟ ହୋଇ ଜୀବନ ଚାଲିଗଲା ସିନା କେହି ଆହା କଲେନି। କେବଳ ଏତିକି ନୁହେଁ,...

ସ୍କୁଲ ରୂପାନ୍ତରୀକରଣ କାମରେ ଦୁର୍ନୀତି

ଡେରାବିଶ,୩।୭(ସ୍ବ.ପ୍ର.): ଛାତ୍ରୀଛାତ୍ରଙ୍କ ଉନ୍ନତ ଶିକ୍ଷାଦାନ ପାଇଁ ରାଜ୍ୟ ସରକାର ୫-ଟି ଯୋଜନାରେ ବିଦ୍ୟାଳୟଗୁଡ଼ିକର ରୁପାନ୍ତରିକରଣ କାମ କରୁଛନ୍ତି ା ତେବେ ଡେରାବିଶ ବ୍ଳକ ଅଧୀନରେ ସମୁଦାୟ...

ବଳରାମପ୍ରସାଦ ପୂର୍ବପାଟଣା ଗ୍ରାମରେ ଅଗ୍ନିକାଣ୍ଡ: ଜଳିଗଲା ଝିଅ ବାହାଘର ପାଇଁ ଥିବା ସୁନାଗହଣା

ବଅଁରପାଳ,୨୫।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ପୂର୍ବପାଟଣା ଗ୍ରାମରେ ଶନିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଜାନକୀ ବେହେରା, ଚିନ୍ତାମଣି...

Advertisement
Archives

Model This Week