ପ୍ରଦୀପ୍ତ ପାଇଲେ ନୟାଗଡ଼ ଗୌରବ ସମ୍ମାନ

ନୟାଗଡ଼ ଅଫିସ,୧୮।୧୨: ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଜ୍ୟୋର୍ତିବିଜ୍ଞାନୀ ପଠାଣି ସାମନ୍ତଙ୍କ ୧୮୮ ତମ ଜନ୍ମ ସ୍ମାରକୀ ନୟାଗଡ଼ ପୁରୁଣା ସହରର ଶ୍ରୀଜଗନ୍ନାଥ ମନ୍ଦିର ନିକଟସ୍ଥ ଯଦୁମଣି ମଣ୍ଡପରେ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଭାରତ ସରକାରଙ୍କ ଡାକସେବା ମନ୍ତ୍ରଣାଳୟର ପୂର୍ବତନ ସଚିବ ତଥା ନୟାଗଡ ବ୍ଲକ ନବଘନପୁର ପଞ୍ଚାୟତ ହରିହରପୁର ଗଁାର ପ୍ରଦୀପ୍ତ କୁମାର ବିଶୋଇଙ୍କୁ ନୟାଗଡ଼ ଗୌରବ ସମ୍ମାନ ପ୍ରଦାନ କରାଯାଇଛି। ସେହିପରି ନୟାଗଡର ପୂର୍ବତନ ଉପଜିଲାପାଳ ଲଗ୍ନଜିତ ରାଉତଙ୍କୁ ନୟାଗଡ଼ ବନ୍ଧୁ ସମ୍ମାନ, ପ୍ରାଧ୍ୟାପକ ଗୋବିନ୍ଦ ଦାଶଙ୍କୁ ଦାଶିଆ ଅଜା ସାହିତ୍ୟ ସମ୍ମାନ, ପ୍ରଫେସର ସୁଧାଂଶୁ ଶେଖର ମିଶ୍ରଙ୍କୁ ପଠାଣୀ ସାମନ୍ତ ପ୍ରତିଭା ସମ୍ମାନ, କବି ଚନ୍ଦ୍ର ବିଜୟୀ ମିଶ୍ରଙ୍କୁ ପଠାଣି ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଛି । ପୁଣି ଲବ୍ଧ ପ୍ରତିଷ୍ଠିତ ଆଇନଜୀବୀ ରମେଶ ଚନ୍ଦ୍ର ଶତପଥୀଙ୍କୁ ପଠାଣୀ ସାମନ୍ତ ଆଇନ ସମ୍ମାନ, କଣ୍ଠଶିଳ୍ପୀ ଜଗଦୀଶ ପ୍ରସାଦ ରଥଙ୍କୁ ପଠାଣୀ ସାମନ୍ତ ସଙ୍ଗୀତ ପ୍ରତିଭା ସମ୍ମାନ, ସମାଜସେବୀ ଦାମୋଦର ସାହୁଙ୍କୁ ପଠାଣୀ ସାମନ୍ତ ସେବା ସମ୍ମାନ, ଯୁବ ସମାଜସେବୀ ବିଭୂତି ଭୂଷଣ ପଟ୍ଟନାୟକଙ୍କୁ ପଠାଣୀ ସାମନ୍ତ ଯୁବ ସେବା ସମ୍ମାନ ଓ କ୍ରିକେଟିୟର ରାଜେଶ କୁମାର ମହାନ୍ତିଙ୍କୁ ପଠାଣୀ ସାମନ୍ତ କ୍ରୀଡା ସମ୍ମାନ ଅନୁରୂପ ଭାବେ ପ୍ରଦାନ କରାଯାଇଛି ।

ଏ ଅବସରରେ ଶୁକ୍ରବାର ପ୍ରତ୍ୟୁଷରେ ପ୍ରଥମେ ପଠାଣି ସାମନ୍ତ ଅଡିଟୋରିୟମ ସାମନାରେ ଥିବା ପଠାଣି ସାମନ୍ତଙ୍କ ପ୍ରତିମୂର୍ତ୍ତିରେ ଧୂପ, ମାଲ୍ୟାର୍ପଣ ଏବଂ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମାଲ୍ୟାର୍ପଣ କାଯର୍‌ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲାପାଳ ରବିନ୍ଦ୍ରନାଥ ସାହୁ ଯୋଗଦାନ କରିଥିଲେ ା ସେହିପରି ସନ୍ଧ୍ୟାରେ ଶ୍ରୀଜଗନ୍ନାଥ ମନ୍ଦିର ସାମନାରେ ଅନୁଷ୍ଠିତ ଭଜନ ସମାରୋହରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ କୁମାର ବାପି ଏବଂ ରବିନ୍ଦ୍ର ମହାପାତ୍ର ଭଜନ ପରିବେଷଣ କରିଥିବା ବେଳେ ଉପସ୍ଥିତ ଦର୍ଶକମାନେ ବେଶ ବିମୋହିତ ହୋଇଥିଲେ ା ପ୍ରଥମେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ଜୟନ୍ତୀ ସମାରୋହକୁ ଜିଲାପାଳ ରବୀନ୍ଦ୍ରନାଥ ସାହୁ ଯୋଗଦାନ କରି ଉଦଘାଟନ କରିଥିବା ବେଳେ ମୁଖ୍ୟଅତିଥି ଭାବେ ପୂର୍ବତନ ଆୟକର କମିଶନର ଶରତ ଚନ୍ଦ୍ର ଦାଶ ଏବଂ ବିଶିଷ୍ଟ ଅତିଥି ଭାବେ ଜିଲା ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି, ଖବରଦାତା କିଶୋର ଦ୍ୱିବେଦୀ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ସୁରେଶ ଚନ୍ଦ୍ର ମନ୍ତ୍ରୀ ଏବଂ ଦୂରଦର୍ଶନ ବିଚାରକ ମଣ୍ଡଳୀ ସଦସ୍ୟା ଶୁଚିସ୍ମିତା ପୃଷ୍ଟି ପ୍ରମୁଖ ଯୋଗଦାନ କରିଥିଲେ। ଅନୁଷ୍ଠାନର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟ କରିଥିଲେ। ପରବର୍ତ୍ତି ପର୍ଯ୍ୟାୟରେ ଅନୁଷ୍ଠିତ ଭଜନ ସମାରୋହ କାର୍ଯ୍ୟକ୍ରମକୁ ବେତାର ଓ ଦୂରଦର୍ଶନ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ପରିଚାଳନା କରିଥିବା ବେଳେ ଏଥିରେ ଓଡ଼ିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀ କୁମାର ବାପି, ରବିନ୍ଦ୍ର ମହାପାତ୍ରଙ୍କ ସମେତ ସ୍ଥାନୀୟ କଳାକାର ସୁରଗନ୍ଧର୍ବ ନବକିଶୋର ମିଶ୍ର, ଜଗଦୀଶ ରଥ, ପ୍ରଭାତ ମିଶ୍ର, ଡ.ଆଶୁତୋଷ ମିଶ୍ର, ପ୍ରାଣକୃଷ୍ଣ ମହାରଣା, ପ୍ରଶାନ୍ତ କୁମାର ଦାଶ, ଜୟଶ୍ରୀ ଦେବୀ, ରୋଜାଲିନ ବସନ୍ତରା ପ୍ରମୁଖ ଭଜନ ପରିବେଶଣ କରିଥିଲେ ା ଶେଷରେ ଅନୁଷ୍ଠାନର ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିବାବେଳେ କମିଟି ସଦସ୍ୟ ଲକ୍ଷ୍ମୀଧର ସାହୁ,ଅଶୋକ ମଲ୍ଲ, ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?