୪ ଫୁଟ୍‌ ଉପରକୁ ଉଠିଲା ସର୍ପେଶ୍ୱର ମନ୍ଦିର

କଟକ ଅଫିସ,୧୮ା୧୨: କଟକ ଫ୍ରେଣ୍ଡସ୍‌ କଲୋନୀରେ ଥିବା ପ୍ରାୟ ୫୦ ବର୍ଷର ପ୍ରାଚୀନ ସର୍ପେଶ୍ୱର ଶିବ ମନ୍ଦିରକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗରେ ଭୂମିଠାରୁ ୪ ଫୁଟ୍‌ ଉପରକୁ ଉଠାଯାଇଛି। ଏହି ମନ୍ଦିର ଉଠାଇବା କାର୍ଯ୍ୟ ଓଡ଼ିଶାରେ ପ୍ରଥମ ଥର ପାଇଁ ହୋଇଛି ବୋଲି ଫ୍ରେଣ୍ଡସ୍‌ କଲୋନୀ ପୂଜା କମିଟି ସମ୍ପାଦକ ଚନ୍ଦନ କୁମାର ସିଂହ କହିଛନ୍ତି। ମନ୍ଦିର ଗର୍ଭଗୃହରେ ବର୍ଷାପାଣି ପଶିଯାଉଥିଲା। ଏହି ସମସ୍ୟାର ସମାଧାନ ପାଇଁ ଉକ୍ତ ମନ୍ଦିରକୁ ଭାଙ୍ଗି ନୂତନ ମନ୍ଦିର ନିର୍ମାଣ ପାଇଁ ଚିନ୍ତା କରାଯାଉଥିଲା। ଏ ମଧ୍ୟରେ ହରିୟାଣାର କୁରୁକ୍ଷେତ୍ର ଅଞ୍ଚଳରେ ଥିବା ଏକ ଘରୋଇ କମ୍ପାନୀ ସହ ଯୋଗାଯୋଗ କରାଯାଇଥିଲା। ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ ମନ୍ଦିରକୁ ନ ଭାଙ୍ଗି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗରେ ଭୂମିଠାରୁ ଉପରକୁ ଉଠାଇ ଦେଇପାରିବେ ବୋଲି କହିଥିଲେ। ୨ ମାସ ତଳେ କମ୍ପାନୀର ବୈଷୟିକ ଟିମ୍‌ ମନ୍ଦିର ପରିଦର୍ଶନ କରି ଯୋଜନା ପ୍ରସ୍ତୁତ କରିଥିଲା। ନଭେମ୍ବର ୨୨ରେ ମନ୍ଦିର ଉପରକୁ ଉଠାଇବା କାମ ଆରମ୍ଭ ହୋଇଥିଲା। ମନ୍ଦିରର ଆକାର ଛୋଟ ହୋଇଥିବାରୁ ଚତୁଃପାର୍ଶ୍ୱକୁ ୨ ଫୁଟ ଓସାରର ଖୋଳି ଅନେକ ଜଗ୍‌ ଲଗାଯାଇଥିଲା। ମନ୍ଦିର ଉପରକୁ ଉଠାଇବା କାର୍ଯ୍ୟ ଶେଷ ହୋଇଛି। ପରେ ଲୁହାରଡ୍‌ ଷ୍ଟ୍ରକ୍‌ଚର ତିଆରି କରି ସିମେଣ୍ଟ କଂକ୍ରିଟ, ଇଟା ଯୋଡ଼େଇ ଆଦି କାର୍ଯ୍ୟ କରାଯିବ। ଆସନ୍ତା ୩/୪ ଦିନ ମଧ୍ୟରେ ଏସବୁ କାର୍ଯ୍ୟ ଶେଷ ହେବ ବୋଲି ପୂଜା କମିଟି ସମ୍ପାଦକ ସିଂହ କହିଛନ୍ତି। ମନ୍ଦିର ପରିଚାଳନା କମିଟି ସମ୍ପାଦକ ଜ୍ୟୋତିରଞ୍ଜନ ରାଉତ, କୋଷାଧ୍ୟକ୍ଷ ଶାରଦାକାନ୍ତ ପରିଜା, ପୂଜା କମିଟି ସଭାପତି ପ୍ରେମାନନ୍ଦ ମିଶ୍ର ଓ ସମ୍ପାଦକ ସିଂହଙ୍କ ନେତୃତ୍ୱରେ ଏହି କାର୍ଯ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ା ଲିଙ୍ଗମଝୋଲା ଗାଁରେ ହାତୀ ଉପଦ୍ରବ: ଘର ଭାଙ୍ଗିଲେ, ଲେକେ ଦୌଡ଼ିଲେ

କଲ୍ୟାଣସିଂହପୁର, ୧୭।୫ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ପାର୍ସଲି ପଞ୍ଚାୟତର ଲିଙ୍ଗମଝୋଲା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ରାତି ଅଧରେ ଏକ ୧୦ଟିକିଆ…

ପୁରୀରୁ ଶଶୁର ଘରକୁ ଫେରୁଥିଲେ: ଟ୍ରଲର-କାର ମୁହାଁମୁହିଁ ଧକ୍କା, ୨ ମୃତ ୩ ଗୁରୁତର

ପାପଡ଼ାହାଣ୍ଡି, ୧୭।୫ (ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍ ଜିଟିକିଗୁଡ଼ା ଜାତୀୟ ରାଜପଥ ନିକଟରେ ଏକ ଟ୍ରଲର ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।…

ସକାଳୁ ସକାଳୁ ପୋଖରୀରେ ଭାସୁଛି କ୍ଷୁଦ୍ର ଜଳସେଚନ ବିଭଗ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତଦେହ

ଭବାନୀପାଟଣା,୧୭।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ପୁରୁଣା ପଡାସ୍ଥିତ ସାନବନ୍ଧରୁ ରବିବାର ସକାଳୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତାଙ୍କ ନାମ ପୂର୍ଣ୍ଣଚନ୍ଦ୍ର…

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ସର୍ବ ଭାରତୀୟ ସ୍ତର କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ବନ୍ଦ ଡାକରା : ୨୦ରେ ବନ୍ଦ ରହିବ ସମସ୍ତ ଔଷଧ ଦୋକାନ

ଦେବଗଡ଼,୧୭।୫ (ଶଶାଙ୍କ ଶେଖର ଝାଙ୍କର): ସର୍ବ ଭାରତୀୟ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଆହ୍ୱାନ କ୍ରମେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଡାକରେ ଦେବଗଡ଼ ଜିଲା…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri