ଉଠୁନି ଅଳିଆ, ବଢୁଛି ମଶାଙ୍କ ପ୍ରାଦୁର୍ଭାବ

ଖୋର୍ଦ୍ଧା ଅଫିସ,୧୮ା୧୨: ଖୋର୍ଦ୍ଧା ସହରର ମୁଖ୍ୟ ସ୍ଥାନଗୁଡ଼ିକୁ ବାଦ୍‌ ଦେଲେ ସାହି ଗଳିକନ୍ଦିରୁ ଅଳିଆ ହଟୁନି। ଖାଦ୍ୟ ଲାଳସାରେ ଗୋରୁଗାଈ, କୁକୁର ଅଳିଆକୁ ରାସ୍ତାରେ ଖେଳାଇ ଦେଉଛନ୍ତି। କୁଢ଼ କୁଢ଼ ଅଳିଆ ଆବର୍ଜନା ମଧ୍ୟରେ ପୂତିଗନ୍ଧମୟ ପରିବେଶ ମଧ୍ୟରେ ନାକ ଫାଟିପଡୁଛି। ଉକ୍ତ ରାସ୍ତାରେ ଯାଉଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ଦୀର୍ଘ ସମୟ ଧରି ଡ୍ରେନ୍‌ ସଫା ନ ହେବାରୁ ଅଳିଆ ଆବର୍ଜନା ପଚି ଦୁର୍ଗନ୍ଧ ହେଉଛି। ଫଳରେ ମଶାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ସହରରେ ମଶାଧୂଅଁା ମେଶିନ ବୁଲୁ ନ ଥିବାରୁ ମଶା, ମାଛିଙ୍କ ବଂଶ ବଢୁଛି। ଘରେ, ବାହାରେ ଚାରିଆଡ଼େ ମଶାଙ୍କ ପ୍ରାଦୁର୍ଭାବ ରହିଛି। ଏପରି କି ମଶାରି ନ ଟାଙ୍ଗିଲେ ଶୋଇ ହେଉନାହିଁ। ସହରରେ ପରିମଳ ପ୍ରତି ଗୁରୁତ୍ୱ ଦିଆ ନ ଗଲେ ଆଗାମୀ ଦିନରେ ଭୁବନେଶ୍ୱର ପରି ଖୋର୍ଦ୍ଧାରେ ମଧ୍ୟ ସମାନ ଅବସ୍ଥା ହୋଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏଥିପ୍ରତି ଖୋର୍ଦ୍ଧା ପୌର ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି।

ସହରର ଜନସଂଖ୍ୟା ୫୦ ହଜାରରୁ ଊର୍ଦ୍ଧ୍ୱ ଟପିଲାଣି। ୨୨ ଓ୍ବାର୍ଡ ମଧ୍ୟରୁ ୨୦ଟି ଓ୍ବାର୍ଡର ଘରୋଇକରଣ କରାଯାଇଛି। ଏବାବଦକୁ ପୌର ପ୍ରଶାସନ ପକ୍ଷରୁ ମାସିକ ଲକ୍ଷାଧିକ ଟଙ୍କା ଠିକାସଂସ୍ଥାକୁ ଦିଆଯାଉଛି। ଦୈନିକ ଠିକାସଂସ୍ଥା ଦ୍ୱାରା ଅଳିଆ ଉଠୁଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି। ବିଭିନ୍ନ ସ୍ଥାନରେ ଅଳିଆ ପଡ଼ି ରହୁଛି। ଏନେଇ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ପୌର ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଗଣମାଧ୍ୟମ ଆଗରେ କହିଛନ୍ତି। ପୌର ପ୍ରଶାସନ ଅଧୀନରେ ୨୦୪ ଜଣ ଠିକା କର୍ମଚାରୀ, ୧୭ ଜଣ ସ୍ବଚ୍ଛ ସାଥୀ, ୨ ଜଣ ସୁପରଭାଇଜର କାର୍ଯ୍ୟରତ ଅଛନ୍ତି। ଠିକାସଂସ୍ଥା ଅଧୀନରେ ୧୭୪ ଜଣ କାର୍ଯ୍ୟରତ ଥିବା ବେଳେ ଅନ୍ୟମାନେ ପୌର ପ୍ରଶାସନ ଅଧୀନରେ କାର୍ଯ୍ୟ କରୁଛନ୍ତି। ସହରରୁ ଦୈନିକ ୧୪ରୁ ୧୬ ଟନ୍‌ ଓଦା ଓ ଶୁଖିଲା ଅଳିଆ ଆବର୍ଜନା ବାହାରୁଛି। ଅଳିଆ ଉଠାଇବା ଲାଗି ଏସ୍‌ଏଚ୍‌ଜି ଗ୍ରୁପ୍‌ ଜରିଆରେ ୬ଟି ବ୍ୟାଟେରିଚାଳିତ ଅଳିଆବୁହା ଗାଡ଼ି, ୩୦ଟି ଟ୍ରାଇସାଇକେଲ, ୪ ଟ୍ରାକ୍ଟର ନିୟୋଜିତ କରାଯାଇଥିବା ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାସତ୍ତ୍ୱେ ସହରରୁ ସକାଳ ୮ଟା ପର୍ଯ୍ୟନ୍ତ ଅଳିଆ ହଟୁନି। ଟ୍ରାଫିକ ଛକ, ସମବାୟ ଛକ, ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ, ରାଧାବଲ୍ଲଭ ସାହି ରାସ୍ତା, ନୂଆ ବସ୍‌ଷ୍ଟାଣ୍ଡ ରୋଡ୍‌ରେ ଥିବା ପରିତ୍ୟକ୍ତ ପୋଖରୀ ନିକଟରେ ଅଳିଆ ଗଦା ହୋଇ ରହୁଛି। ସମାନ ଦୃଶ୍ୟ ରହିଛି ନୂଆ ବସ୍‌ଷ୍ଟାଣ୍ଡର। ଅନେକ ଓ୍ବାର୍ଡରୁ ଅଳିଆ ଉଠାଯାଉ ନ ଥିବା ଅଭିଯୋଗ ହେଉଛି। ଗୁରୁଜଙ୍ଗ, ଶ୍ରୀରାମନଗର ହାଉସିଂବୋର୍ଡ, ନୂଆ ବସ୍‌ଷ୍ଟାଣ୍ଡ ପରିସର, କୋର୍ଟ ପାର୍ଶ୍ୱ, ଗୀତାଭବନ ପଡ଼ିଆ, ଖ୍ରୀଷ୍ଟିଆନ ସାହି, ମସ୍‌ଜିଦ୍‌ ସମ୍ମୁଖ ରାସ୍ତା, ମଧୁସୂଦନ ନଗରର ପରିତ୍ୟକ୍ତ ପୋଖରୀ ପାର୍ଶ୍ୱ ମୁକ୍ତ ଡମ୍ପିଂୟାର୍ଡ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri