ବେଆଇନ ପାର୍କିଂ ଫି’ ଆଦାୟକୁ ନେଇ ଅସନ୍ତୋଷ

ଖୋର୍ଦ୍ଧା ଅଫିସ,୧୮।୧୨: ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ହାବେଳି ପଡ଼ିଆରେ ନିଉ ଥିଙ୍କିଙ୍ଗ୍‌ ଫୋରମ୍‌ ପକ୍ଷରୁ ଖୋର୍ଦ୍ଧା ମହୋତ୍ସବ ଆୟୋଜନ କରାଯାଇଛି। ଦୁଇ ବର୍ଷ ପରେ ମହୋତ୍ସବ ଆୟୋଜନ ହୋଇଥିବାରୁ ଖୋର୍ଦ୍ଧା ସମେତ ଆଖପାଖ ଅଞ୍ଚଳରୁ ଶତାଧିକ ଲୋକଙ୍କ ସମାଗମ ହେଉଛି। ମହୋତ୍ସବ ପଡ଼ିଆରେ ସାଂସ୍କୃତିକ ମଞ୍ଚକୁ ବାଦ୍‌ ଦେଲେ ଏକାଧିକ ବାଣିଜି୍ୟକ ଓ ଖାଦ୍ୟ ଷ୍ଟଲ୍‌ ଖୋଲାଯାଇଛି। ମହୋତ୍ସବରେ ପସରା ଖୋଲିଥିବା ଦୋକାନ ମାଲିକଙ୍କଠାରୁ ମନଇଚ୍ଛା ଟଙ୍କା ଆଦାୟ କରାଯାଉଛି। ଏପରି କି ମହୋତ୍ସବ ବାହାରେ ରାସ୍ତାକଡ଼ରେ ବେଲୁନ, ଝାଲ୍‌ମୁଢ଼ି, ଆଇସ୍‌କ୍ରିମ୍‌ ଆଦି ଦୋକାନ ଖୋଲିଥିବା ଛୋଟ ଛୋଟ ବ୍ୟବସାୟୀ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ସାମନ୍ତପୁର ଠେଙ୍ଗାହାଟ ମେଲଣ ପଡ଼ିଆ, ମହିଳା ମହାବିଦ୍ୟାଳୟ ସମ୍ମୁଖ, ନବୀନାବାଗ ଗଣେଶ ପୂଜା ମଣ୍ଡପ, ଗାନ୍ଧୀପଡ଼ିଆ ଆଦି ଅଞ୍ଚଳରେ ଗାଡ଼ି ପାର୍କିଂ କରାଯାଇଛି। ଏତଦ୍‌ବ୍ୟତୀତ ଏସ୍‌ବିଆଇ ଛକରୁ ନୂଆ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ସ୍ଥାନୀୟ ଯୁବକମାନେ ବାଇକ୍‌ ଚାଳକଙ୍କଠାରୁ ଜୋରଜବରଦସ୍ତ ବାଇକ ପାର୍କିଂ ଫି ଆଦାୟ କରୁଛନ୍ତି। ଜିଲା କୃଷି କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆ, ଆର୍‌ଆଇ ଅଫିସ୍‌ଠାରୁ ହାବେଳି ପଡ଼ିଆ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ବାଇକ୍‌ ଓ ଚାରଚକିଆ ଯାନ ପାର୍କିଂ ଫି’ ଆଦାୟ କରାଯାଉଛି। ମହୋତ୍ସବ କମିଟି ପାର୍କିଂ ଲାଗି ଅନୁମତି ଦେଇଥିବା କେତେଜଣ ଗଣମାଧ୍ୟମ ଆଗରେ କହିଛନ୍ତି। ମହୋତ୍ସବ ଚାରିପଟ ଅଞ୍ଚଳକୁ ପାର୍କିଂ ଦାୟିତ୍ୱରେ ଥିବା ଯୁବକମାନେ ବ୍ଲକିଂ କରି ରଖୁଛନ୍ତି। ସେହି ରାସ୍ତା ଦେଇ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ଯାତାୟାତ କରିବାକୁ ଦେଉନାହାନ୍ତି। ସାମନ୍ତରାପୁର ଠେଙ୍ଗାହାଟ ଠାରୁ ନବୀନାବାଗ ଦେଇ ପଲ୍ଲା ନୂଆ ବସ୍‌ଷ୍ଟାଣ୍ଡକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାକୁ ଅବରୋଧ କରି ରଖିଛନ୍ତି। ଲୋକେ ପ୍ରତିବାଦ କଲେ ମହୋତ୍ସବ କମିଟିଠାରୁ ଟେଣ୍ଡର ନେଇଛୁ, ତେଣୁୁ ବାଇକ୍‌ ଫି ଆଦାୟ କରିବୁ। ବାଇକ୍‌ ପାର୍କିଂରେ ନ ରଖିଲେ, ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା କେତେଜଣ ବାଇକ୍‌ ଆରୋହୀ ଗଣମାଧ୍ୟମ ଆଗରେ କହିଛନ୍ତି। ଏ ନେଇ ବକ୍ସିଲେନ୍‌ର ସୁଶାନ୍ତ ପଟ୍ଟନାୟକ କୁହନ୍ତି, ପଲ୍ଲାରେ ମୋର ଦୋକାନ ରହିଛି। ଦୋକାନକୁ ଯିବା ଲାଗି ବାଇକ୍‌ ଛାଡୁନାହାନ୍ତି। ପାର୍କିଂରେ ରଖି ଚାଲିଯିବାକୁ ବାଧ୍ୟ କରୁଛନ୍ତି। ଖୋର୍ଦ୍ଧା ସଚେତନ ନାଗରିକ ମଞ୍ଚ ଆବାହକ ଶୋଭନ ଘୋଷ୍‌ କୁହନ୍ତି, ମହୋତ୍ସବ ଆଳରେ ଏସ୍‌ବିଆଇ ଛକଠାରୁ ନୂଆ ବସ୍‌ଷ୍ଟାଣ୍ଡର ଉଭୟ ପାର୍ଶ୍ୱ ଏବଂ ଅନ୍ୟ ସ୍ଥାନରେ ମହୋତ୍ସବକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ଜୋରଜବରଦସ୍ତ ବନ୍ଦ କରି ପାର୍କିଂ ଫି’ ଆଦାୟ କରାଯାଉଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଆୟୋଜକ କମିଟି ସଭାପତି ଦିଲୀପ ଶ୍ରୀଚନ୍ଦନ, କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର ପୃଷ୍ଟି ଏବଂ ସମ୍ପାଦକ ସଞ୍ଜୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପଟେ ତହସିଲଦାର ତଥା ପୌର ନିର୍ବାହୀ ଅଧିକାରୀ ଈପ୍‌ସିତ ସାହୁ କୁହନ୍ତି, ମହୋତ୍ସବରେ ବେଆଇନ ଭାବେ ମୌତ୍‌ କା କୂଆଁ ଚାଲିଥିବା ଅଭିଯୋଗ ଆସିବା ପରେ ତୁରନ୍ତ ଏହାକୁ ବନ୍ଦ କରାଯାଇଛି। ମହୋତ୍ସବରେ କେତୋଟି ଷ୍ଟଲ୍‌ ପଡ଼ିଛି, ଏଥିଲାଗି ଷ୍ଟଲ୍‌ ପିଛା କେତେ ଟଙ୍କା ଆଦାୟ କରାଯାଇଛି ତାହାର ସମ୍ପୂର୍ଣ୍ଣ ବିବରଣୀ ଦାଖଲ ଲାଗି କୁହାଯାଇଛି। ମହୋତ୍ସବରେ ପାର୍କିଂ ଲାଗି କମିଟି ପୌର ପ୍ରଶାସନ ପକ୍ଷରୁ କୌଣସି ଅନୁମତି ଦିଆଯାଇନାହିଁ। ପୌର ପ୍ରଶାସନର ୪ଟି ପାର୍କିଂ ସ୍ଥାନ ରହିଛି। ସେଠାରେ ଯାନବାହନ ପାର୍କିଂ ଲାଗି କୁହାଯାଇଥିଲା। ତେବେ ମହିଳା ମହାବିଦ୍ୟାଳୟଠାରୁ ନବୀନାବାଗ ପର୍ଯ୍ୟନ୍ତ ମୁଖ୍ୟରାସ୍ତାକୁ ଅବରୋଧ କରାଯାଇଥିବା ଏବଂ ନୂଆ ବସ୍‌ଷ୍ଟାଣ୍ଡର ଉଭୟ ପାର୍ଶ୍ୱ ରାସ୍ତାରେ ବେଆଇନ ଭାବେ ପାର୍କିଂ କରି ଫି’ ଆଦାୟ କରାଯାଉଥିବା ନେଇ ଅଭିଯୋଗ ଆସିଛି। ଏହାକୁ ଅନୁଧ୍ୟାନ ଲାଗି ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ପୌର ପ୍ରଶାସନ ବିନା ଅନୁମତିରେ ମହୋତ୍ସବ ଆଳରେ ବେଆଇନ ପାର୍କିଂ ଫି’ ଆଦାୟ କରାଯିବା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri