ଆମ ଜିଲା ଖବର

ଅସ୍ତିତ୍ୱ ହରାଇବାକୁ ବସିଛି ଦୋବଲ ହାଟ

ଧାମନଗର,୧୩।୧୧(ଡି.ଏନ.ଏ.): ଦିନକୁ ଦିନ ହାଟ ପରମ୍ପରା ଓ ସଂସ୍କୃତି ହଜିବାକୁ ବସିଲାଣି। ଯେଉଁଠି ଗୋଟେ ଗୋଟେ ହାଟ ରହିଛି, ତା’ର ରକ୍ଷଣାବେକ୍ଷଣ ପ୍ରତି ସରକାର ନଜର ଦେଉନାହାନ୍ତି। ଯାହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲା ଧାମନଗର ବ୍ଲକ ଅଞ୍ଚଳରେ।…

୨୪ ଘଣ୍ଟା ସମାଧି ନେବା ଇଚ୍ଛା ଫସର ଫାଟିଲା

କେନ୍ଦ୍ରାପଡ଼ା ଅଫିସ, ୧୩।୧୧: କେନ୍ଦ୍ରାପଡା ସହରରେ କ୍ରୀଡା ପ୍ରତିଭା ଦେଖାଉଥିବା କୋଲକତାର ସେକ୍‌ ଜୟିନୁଲ ୨୪ ଘଣ୍ଟା ଧରି ମାଟି ଭିତରେ ରହିବା ପ୍ରଚାର କରିଥିଲେ। ତେବେ ତାଙ୍କର ଏହି ଇଚ୍ଛା ଜିଲା ପ୍ରଶାସନର ହସ୍ତକ୍ଷେପ ପରେ ଫସର ଫାଟିଛି। ଉପଜିଲାପାଳ…

ଅବହେଳିତ ଅବସ୍ଥାରେ ଡେରାବିଶ ବ୍ଲକର ୧୪ ନଂ. ଜୋନ୍‌

ଡେରାବିଶ,୧୩।୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକ ୧୪ ନଂ. ଜିଲା ପରିଷଦ ଜୋନ୍‌ ଅବହେଳିତ ଅବସ୍ଥାରେ ଥିବା ଶନିବାର ଭାଜପା ନେତୃମଣ୍ଡଳୀଙ୍କ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଜିଲା ଭାଜପା ସଭାପତି କିଶୋର ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ…

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ମାରି ନୋଳା ବସାଇ ଦେଲେ

ଡେରାବିଶ,୧୩।୧୧ (ସ୍ବ.ପ୍ର.): ସରକାର ବିଭିନ୍ନ ଶିକ୍ଷାନୁଷ୍ଠାନ ପରିସରକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ହେଲେ ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ସ୍ବାମୀ ବାପା ଛେଉଣ୍ଡ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରି ତାଙ୍କ ଶରୀରର ବିଭିନ୍ନ…

୨୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ: ୨ ଗିରଫ

ବାଲେଶ୍ୱର ଅଫିସ,୧୩ା୧୧: ବାଲେଶ୍ୱର ସହରସ୍ଥିତ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଆରାଡବଜାର ଅଞ୍ଚଳରୁ ପୋଲିସ ଦୁଇ ଯୁବକଙ୍କଠାରୁ ୨୭ ଗ୍ରାମ ବାଉନସୁଗାର ଜବତ କରିଛି। ଏନେଇ ପୋଲିସ କେସ୍‌ ନଂ ୩୬୬/୨୨ରେ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।…

୧,୪୧,୮୯୯ ମାମଲା ଫଇସଲା

କଟକ ଅଫିସ,୧୪।୧୧: ରାଜ୍ୟର ୩୦ଟି ଜିଲାସ୍ତରରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଓ ବ୍ଲକ ସ୍ତରରେ ମୋଟ ୨,୯୦,୧୭୩ଟି ମାମଲା ବିଚାର ପାଇଁ ରଖାଯାଇଥିଲା। ସେଥିମଧ୍ୟରେ ପ୍ରି-ଲିଟିଗେସନ ମାମଲା ୮୪,୫୩୧ ଓ ବିଚାର ନ ହୋଇ…

ହାଇକୋର୍ଟରେ ଏକାଧିକ ମାମଲା

କଟକ ଅଫିସ,୧୩।୧୧: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍‌ଓ) ପରୀକ୍ଷା ଚୟନ ପ୍ରକ୍ରିୟରେ ବ୍ୟାପକ ତ୍ରୁଟି ଅଭିଯୋଗକୁ ନେଇ ହାଇକୋର୍ଟରେ ଏକାଧିକ ମାମଲା ଦାଏର ହୋଇଛି। ୨୦ରୁ ଊର୍ଦ୍ଧ୍ୱ ଏଏସ୍‌ଓ ଆଶାୟୀ ପ୍ରାୟ ୫ଟି ମାମଲାରେ…

ନଖକଟାରେ ନାଗସାପ ଦାନ୍ତ ଭାଙ୍ଗୁଥିଲେ

ବଲାଙ୍ଗୀର ଅଫିସ,୧୩।୧୧: ବଲାଙ୍ଗୀର ଜିଲା ପୁଇଁତଲା ଥାନା ବିଲେଇସର୍ଡା ଗ୍ରାମର ଜଣେ ଯୁବକ ନାଗସାପ ଧରିବା ପରେ ନଖକଟାରେ ସାପ ଦାନ୍ତ ଭାଙ୍ଗିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସମ୍ପୃକ୍ତ ଯୁବକ ହେଲେ ଗ୍ରାମର ବୀର ବିଶ୍ୱାଳ(୩୫)। ବିଭିନ୍ନ ସ୍ଥାନରୁ…

ପାଟପୁରରୁ ୬ ଅଷ୍ଟଧାତୁ ମୂର୍ତ୍ତି ଚୋରି

ଧର୍ମଶାଳା,୧୩।୧୧(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତର ବଳଦେବଜୀଉ ମନ୍ଦିରରୁ ଚୋରି ହୋଇଛି। ଶୁକ୍ରବାର ରାତିରେ ଦୁର୍ବୃତ୍ତମାନେ ମନ୍ଦିର ଗେଟ୍‌ ତାଲା ଭାଙ୍ଗି ରାମକୃଷ୍ଣ, ମଦନମୋହନ, ରାଧା, ଲକ୍ଷ୍ମୀ ଓ ସରସ୍ବତୀ ଆଦି ୬ଟି ବିରଳ ଅଷ୍ଟଧାତୁ ମୂର୍ତ୍ତିକୁ…

ବଳପାଉନି ନା ଧରୁନି

ରାଜ୍ୟର ମଠ, ମନ୍ଦିର, ଐତିହ୍ୟସମ୍ପନ୍ନ ଏବଂ କୀର୍ତ୍ତିରାଜିଭରା ଅଞ୍ଚଳରୁ ନିୟମିତ ବ୍ୟବଧାନରେ ମୂର୍ତ୍ତି ଚୋରି ହୋଇଆସୁଛି। ଦେଶ ବିଦେଶର ମାଫିଆମାନେ ର଼୍ୟାକେଟ୍‌ ଚଳାଇ ମୂଲ୍ୟବାନ୍‌ ମୂର୍ତ୍ତି ଚୋରି କରିନେଉଛନ୍ତି। କିନ୍ତୁ ରାଜ୍ୟର ପୋଲିସ ପ୍ରାୟତଃ ମୂର୍ତ୍ତିଚୋରମାନଙ୍କୁ ଧରିବାରେ ସକ୍ଷମ ହେଉନାହିଁ। ପ୍ରାଚୀନ…

ବିଦ୍ୟୁତତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟଣା: ୯ ଗିରଫ

ଦେବଗଡ଼,୧୨ା୧୧(ଡି.ଏନ୍‌.ଏ.): ରିଆମାଳ ଥାନା ତାରଙ୍ଗ ପଞ୍ଚାୟତ ଅନ୍ତର୍ଗତ ନିଶାବିରା ଗ୍ରାମରେ ବନ୍ୟ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ଜୀବନ୍ତ ବିଦ୍ୟୁତତାର ସଂସ୍ପର୍ଶରେ ଆସି ଗତ ସୋମବାର ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ କେସ୍‌ ନମ୍ବର ୫୦୭/୨୨ରେ ୯…

ତୀର ମାରି ଗର୍ଭିଣୀ ହାତୀକୁ ମାରିବା ଘଟଣା: ଫରେଷ୍ଟର ନିଲମ୍ବିତ,ରେଞ୍ଜ ଅଧିକାରୀ; ଫରେଷ୍ଟ ଗାର୍ଡଙ୍କୁ କାରଣ ଦର୍ଶାଅ ନୋଟିସ

କେନ୍ଦୁଝର,୧୨ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ଅନ୍ତର୍ଗତ ତାଳପଦା ସେକ୍ସନ ଅଧିନସ୍ଥ ଏସ୍‌ଏନ୍‌ପୁରଗୋଡ଼ା ବିଟ୍‌ ଅନ୍ତର୍ଗତ କଳାପାଟ ସଂରକ୍ଷିତ ଜଙ୍ଗଲରେ ଏକ ଗର୍ଭିଣୀ ହାତୀକୁ ତୀର ବିନ୍ଧି ମାରିଦେବା ଘଟଣାରେ କେନ୍ଦୁଝର ଡିଏଫ୍‌ଓ ଏଚ୍‌.ଡି.ଧନରାଜ ଉକ୍ତ ସେକ୍ସନର ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?