ଜମିବାଡ଼ି ଲୋଭରେ ଖୁଡ଼ୀଙ୍କୁ ହତ୍ୟା କରିଥିଲେ ପୁତୁରା

ଟେନସା,୨୧ା୧୨(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ଶଗଡ଼ଭଙ୍ଗା ଜଙ୍ଗଲରୁ ଗତ ୧୨ ତାରିଖ ଦିନ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୋଲିସ ଜବତ କରିଥିଲା। ମଙ୍ଗଳବାର ଦିନ ଏହି ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି କୋଇଡା ପୋଲିସ। ନିହତ ମହିଳା ହେଲେ ସୁନ୍ଦରଗଡ ଜିଲା ସୀମାନ୍ତ କେନ୍ଦୁଝର ଜିଲା ରୁଗୁଡିହି ଥାନା ଅନ୍ତର୍ଗତ ପାରମସାହି ନୂଆଗାଁ ଗୁଆଲି ଅଞ୍ଚଳର ମାଙ୍ଗିରି ମୁଣ୍ଡା (୪୧)। ବଣାଇଁ ଉପଖଣ୍ଡ ପୋଲିସ ଅଧିକାରୀ ସ୍ବରାଜ ଦେବତା ଓ କୋଇଡା ଥାନା ଅଧିକାରୀ ଲୋକେଶ୍ୱର ସାହୁ ଏକ ଖବରଦାତା ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ା ଜମିବାଡି ଲୋଭରେ ପୁତୁରା ସୁବାସ ମୁଣ୍ଡା(୩୦) ନିଜ ସାଥୀଙ୍କ ସହ ମିଶି ମହିଳାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ତଦନ୍ତରୁ ଜଣାପଡିଛି। ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ା
ପ୍ରକାଶ ଯେ, ମାଙ୍ଗିରି ସ୍ବାମୀ ମରିବା ପରଠାରୁ ଘରେ ଏକୁଟିଆ ରହି ଆସୁଥିଲେ। ରବିବାର ଗାଁରେ ପୂଜା ଥିବାରୁ ସାମଗ୍ରୀ କିଣିବାକୁ ଶନିବାର ସାପ୍ତାହିକ ହାଟ କୋଇଡାକୁ ଯାଇଥିଲେ। କିନ୍ତୁ ସେ ଘରକୁ ଫେରି ନ ଥିଲେ ା ପରେ ଜଙ୍ଗଲରୁ ତାଙ୍କ ମୃତଦେହ ଓ ରକ୍ତ ଲଗା ପଥର ଜବତ କରି ମହିଳାଙ୍କ ପରିଚୟ ଜାଣିବା ପାଇଁ ତଦନ୍ତ ଜାରି ରଖିଥିଲା। ଏପରି କି ସନ୍ଧାନୀ କୁକୁର ସାହାଯ୍ୟ ନିଆଯାଇଥିଲେ ହେଁ କୌଣସି ସୁୁଫଳ ମିଳି ନ ଥିଲା । କୋଇଡା ଥାନା କିମ୍ବା ନିକଟସ୍ଥ ଥାନାରେ ମହିଳା ନିରୁର୍ଦ୍ଦିଷ୍ଟ ନେଇ କେହି ଏତଲା ମଧ୍ୟ ଦେଇ ନ ଥିଲେ ା ଶେଷରେ ଜଙ୍ଗଲ ନିକଟବର୍ତ୍ତୀ ରାସ୍ତା ପାର୍ଶ୍ୱରେ ଲାଗିଥିବା ସିସି ଟଭି ଫୁଟେଜରୁ ପୋଲିସ ଜଣେ ମହିଳା ଯିବାର ଦେଖିବାକୁ ପାଇଥିଲେ। ଏହାକୁ ଆଧାର କରି ଶେଷରେ ମୃତା ମହିଳାଙ୍କ ପରିଚୟ ଖୋଜି ବାହାର କରିଥିଲା କୋଇଡା ପୋଲିସ।
ସନ୍ଦେହରେ ପଚରାଉଚରା କରୁ କରୁ ପୋଲିସ ମହିଳାଙ୍କ ନିଜ ପୁତୁରା ସୁବାସଙ୍କୁ ନଜର ରଖିଥିଲା। ପରେ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ତଦନ୍ତରୁ ଜଣାପଡିଛି ଯେ, ନିଜ ଖୁଡୀଙ୍କ ଦୁଇ ଏକର ଜମି ହାତେଇବା ଲୋଭରେ ପୁତୁରା ସୁବାସ ଓ ତାଙ୍କ ସାଥୀ ସେହି ଗ୍ରାମର ବଳରାମ ମୁଣ୍ଡା(୨୧) ମାଙ୍ଗିରିଙ୍କ ପଛେ ପଛେ ଯାଇଥିଲେ। ଫେରିବା ବାଟରେ ଏକୁଟିଆ ପାଇ ପଥର ସାହାଯ୍ୟରେ ହତ୍ୟା କରି ଫେରାର ମାରିଥିଲେ। ଏହି ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାରେ ବ୍ୟବହୃତ ବାଇକ୍‌ (ଓଡି୦୯୯୨୧୪ )ଜବତ କରିଛି। ଧାରା ୩୦୨ରେ ହତ୍ୟା ମାମଲା ନଂ ୧୧୪/୨୦୨୨ ରୁଜୁ କରି ଅଭିଯୁକ୍ତଙ୍କୁ ବଣାଇ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri