ଜମିବାଡ଼ି ଲୋଭରେ ଖୁଡ଼ୀଙ୍କୁ ହତ୍ୟା କରିଥିଲେ ପୁତୁରା

ଟେନସା,୨୧ା୧୨(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ଶଗଡ଼ଭଙ୍ଗା ଜଙ୍ଗଲରୁ ଗତ ୧୨ ତାରିଖ ଦିନ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୋଲିସ ଜବତ କରିଥିଲା। ମଙ୍ଗଳବାର ଦିନ ଏହି ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି କୋଇଡା ପୋଲିସ। ନିହତ ମହିଳା ହେଲେ ସୁନ୍ଦରଗଡ ଜିଲା ସୀମାନ୍ତ କେନ୍ଦୁଝର ଜିଲା ରୁଗୁଡିହି ଥାନା ଅନ୍ତର୍ଗତ ପାରମସାହି ନୂଆଗାଁ ଗୁଆଲି ଅଞ୍ଚଳର ମାଙ୍ଗିରି ମୁଣ୍ଡା (୪୧)। ବଣାଇଁ ଉପଖଣ୍ଡ ପୋଲିସ ଅଧିକାରୀ ସ୍ବରାଜ ଦେବତା ଓ କୋଇଡା ଥାନା ଅଧିକାରୀ ଲୋକେଶ୍ୱର ସାହୁ ଏକ ଖବରଦାତା ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ା ଜମିବାଡି ଲୋଭରେ ପୁତୁରା ସୁବାସ ମୁଣ୍ଡା(୩୦) ନିଜ ସାଥୀଙ୍କ ସହ ମିଶି ମହିଳାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ତଦନ୍ତରୁ ଜଣାପଡିଛି। ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ା
ପ୍ରକାଶ ଯେ, ମାଙ୍ଗିରି ସ୍ବାମୀ ମରିବା ପରଠାରୁ ଘରେ ଏକୁଟିଆ ରହି ଆସୁଥିଲେ। ରବିବାର ଗାଁରେ ପୂଜା ଥିବାରୁ ସାମଗ୍ରୀ କିଣିବାକୁ ଶନିବାର ସାପ୍ତାହିକ ହାଟ କୋଇଡାକୁ ଯାଇଥିଲେ। କିନ୍ତୁ ସେ ଘରକୁ ଫେରି ନ ଥିଲେ ା ପରେ ଜଙ୍ଗଲରୁ ତାଙ୍କ ମୃତଦେହ ଓ ରକ୍ତ ଲଗା ପଥର ଜବତ କରି ମହିଳାଙ୍କ ପରିଚୟ ଜାଣିବା ପାଇଁ ତଦନ୍ତ ଜାରି ରଖିଥିଲା। ଏପରି କି ସନ୍ଧାନୀ କୁକୁର ସାହାଯ୍ୟ ନିଆଯାଇଥିଲେ ହେଁ କୌଣସି ସୁୁଫଳ ମିଳି ନ ଥିଲା । କୋଇଡା ଥାନା କିମ୍ବା ନିକଟସ୍ଥ ଥାନାରେ ମହିଳା ନିରୁର୍ଦ୍ଦିଷ୍ଟ ନେଇ କେହି ଏତଲା ମଧ୍ୟ ଦେଇ ନ ଥିଲେ ା ଶେଷରେ ଜଙ୍ଗଲ ନିକଟବର୍ତ୍ତୀ ରାସ୍ତା ପାର୍ଶ୍ୱରେ ଲାଗିଥିବା ସିସି ଟଭି ଫୁଟେଜରୁ ପୋଲିସ ଜଣେ ମହିଳା ଯିବାର ଦେଖିବାକୁ ପାଇଥିଲେ। ଏହାକୁ ଆଧାର କରି ଶେଷରେ ମୃତା ମହିଳାଙ୍କ ପରିଚୟ ଖୋଜି ବାହାର କରିଥିଲା କୋଇଡା ପୋଲିସ।
ସନ୍ଦେହରେ ପଚରାଉଚରା କରୁ କରୁ ପୋଲିସ ମହିଳାଙ୍କ ନିଜ ପୁତୁରା ସୁବାସଙ୍କୁ ନଜର ରଖିଥିଲା। ପରେ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ତଦନ୍ତରୁ ଜଣାପଡିଛି ଯେ, ନିଜ ଖୁଡୀଙ୍କ ଦୁଇ ଏକର ଜମି ହାତେଇବା ଲୋଭରେ ପୁତୁରା ସୁବାସ ଓ ତାଙ୍କ ସାଥୀ ସେହି ଗ୍ରାମର ବଳରାମ ମୁଣ୍ଡା(୨୧) ମାଙ୍ଗିରିଙ୍କ ପଛେ ପଛେ ଯାଇଥିଲେ। ଫେରିବା ବାଟରେ ଏକୁଟିଆ ପାଇ ପଥର ସାହାଯ୍ୟରେ ହତ୍ୟା କରି ଫେରାର ମାରିଥିଲେ। ଏହି ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାରେ ବ୍ୟବହୃତ ବାଇକ୍‌ (ଓଡି୦୯୯୨୧୪ )ଜବତ କରିଛି। ଧାରା ୩୦୨ରେ ହତ୍ୟା ମାମଲା ନଂ ୧୧୪/୨୦୨୨ ରୁଜୁ କରି ଅଭିଯୁକ୍ତଙ୍କୁ ବଣାଇ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?