ବର୍ଷେ ନ ପୂରୁଣୁ ଦବିଲା ବ୍ରିଜ୍‌

ନୂଆପଡ଼ା ଅଫିସ,୨୧।୧୨: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ପେଣ୍ଡରାବନ୍ଧଠାରେ ୩୫୩ ନମ୍ବର ଜାତୀୟ ରାଜପଥ ଉପରେ ନିର୍ମାଣାଧୀନ ବ୍ରିଜ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ବ୍ରିଜର ଉଭୟ ପାର୍ଶ୍ୱ ଦବିବାରେ ଲାଗିଛି। ଏହି ରାସ୍ତାରେ ଭାରିଯାନ ଚଳାଚଳ ବିପଦପୂର୍ଣ୍ଣ ହୋଇପଡିଛି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଜିଲା ପ୍ରଶାସନ ରାସ୍ତା ସିଲ କରି ଯୁଦ୍ଧକାଳୀନ ଭିତିରେ ମରାମତି କାର୍ଯ୍ୟ କରୁଛି। ଏହି ରାସ୍ତାରେ ଜରୁରୀକାଳୀନ ସେବା ଗାଡି ଓ ଦୁଇ ଚକିଆ ଗାଡି ଯାଉଛି। ଭାରିଯାନ ଗାଡି ଚଳାଚଳ ବନ୍ଦ ରହିଥିବା ବେଳେ ଅନ୍ୟ ରାସ୍ତା ଦେଇ ଯାତାୟାତ କରୁଛି। ପୋଲିସ ୨୪ ଘଣ୍ଟିଆ ପହଁରା ଦେଇ ୩ ସ୍ଥାନରେ କ୍ୟାମ୍ପ କରି ଗାଡି ଚାଳକଙ୍କୁ ରାସ୍ତା ଦେଖାଉଛି। ନୂଆପଡା-ଖଡିଆଳ ରାସ୍ତା ସିଲ କରିଥିବାରୁ ନୂଆପଡା ପଟୁ ଯାଉଥିବା ଭାରିଯାନକ ଘାଟିପଡାଠାରେ କିମ୍ବା କ୍ରିଷ୍ଣା ଛକରୁ ଭେଲା ଦେଇ ବିଜୁ ଏକ୍ସପ୍ରେସ ଫୋରୱେରେ ବୋଡେନ ବ୍ଲକ ଖଇରା ଦେଇ ଖଡ଼ିଆଳ ଯିବାକୁ ପଡୁଛି। ଖଡିଆଳ ପଟୁ ଆସୁଥିବା ଗାଡି ସେହି ରାସ୍ତା ଦେଇ ଆସିବାକୁ ପଡୁଛି। ୩୫୩ ନମ୍ବର ଜାତୀୟ ରାଜପଥ ଯାତାୟାତ ଠପ୍‌ ଥିବାରୁ ଅନ୍ୟ ଜିଲାକୁ ଯୋଗାଯୋଗ ବ୍ୟାହତ ହୋଇଛି। ବ୍ରିଜ ନିର୍ମାଣ କାମ ନିମ୍ନମାନର ହୋଇଥିବାରୁ ବର୍ଷେ ନ ପୂରୁଣୁ ବ୍ରିଜ ଦବିଯାଇଛି। ଏହି ରାସ୍ତା ଦେଇ ଓଡିଶାରୁ ଛତିଶଗଡ, ଆନ୍ଦ୍ରପ୍ରଦେଶ ସହ ଅନ୍ୟ ରାଜ୍ୟକୁ ସଂଯୋଗ କରୁଥିବା ବେଳେ ପ୍ରତିଦିନ ହଜାର ହଜାର ଗାଡି ଯାତାୟାତ କରୁଛି। ଏ ସମ୍ପର୍କରେ ଜିଲାପାଳ ହେମକାନ୍ତ ସାଏଙ୍କୁ ପଚାରିବାରୁ ଆମକୁ ଖବର ଆସିବା କ୍ଷଣି ସାଙ୍ଗେ ସାଙ୍ଗେ ଯାଇ ଅନୁଧ୍ୟାନ କରିଥିଲୁ। ସେମିତି ବଡ ବିପଦ ନାହିଁ। ବ୍ରିଜର ତଳରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଳିର ଗଛିତ ପାଣି ରହିଥିବାରୁ ମାଟି ଖାଇ ଦବିବା ଆରମ୍ଭ ହେଉଥିଲା। ୭ ଦିନ ଭିତରେ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ। ଯୁଦ୍ଧକାଳୀନ ଭିତିରେ ମରାମତି କାମ ଚାଲିଥିବାରୁ ଭାରିଯାନ ଉକ୍ତ ରାସ୍ତାରେ ନ ଯାଇ ଅନ୍ୟ ରାସ୍ତା ଦେଇ ଯାଉଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri