ଭିଜିଲାନ୍ସ ବିଭାଗର ତଦନ୍ତ ଆରମ୍ଭ

ଭାପୁର, ୨୧ା୧୨ (ଡି.ଏନ.ଏ.): ନୟାଗଡ଼ ଜିଲା ଭାପୁର ବ୍ଲକ ଅଧୀନ ବଡସହରା ପଞ୍ଚାୟତରେ ଗୋଟିଏ ରାସ୍ତାକୁ ୨୧ ଥର ଫଲସ୍‌ ବିଲ୍‌ ଘଟଣା ରାଜ୍ୟରେ ଚର୍ଚ୍ଚିତ ଥିବାବେଳେ ଏବେ ପୁଣିଥରେ ଭିଜିଲାନ୍ସ ତନାଘନା ଆରମ୍ଭ କରିଛି। ମଙ୍ଗଳବାର ପୂର୍ବାହ୍ନରେ ନୟାଗଡ଼ ଭିଜିଲାନ୍ସ ବିଭାଗର ଏକ ଟିମ୍‌ ଭାପୁର ବ୍ଲକ ବଡସହରା ଅଧୀନ ଗୋପାଳପ୍ରସାଦ ଗଁାରେ ପହଞ୍ଚତ୍ ତଦନ୍ତ କରିଥିଲା। ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଅଭିଯୋଗ ହୋଇଥିବା ବିବାଦୀୟ ରାସ୍ତାକୁ ମାପଚୁପ କରିବା ସହ ସ୍ଥାନୀୟ ଗ୍ରାମବାସୀ ତଥା ଭାପୁର ବ୍ଲକ ପ୍ରଶାସନର ଅଧିକାରୀମାନଙ୍କ ସହ ସବିଶେଷ ଆଲୋଚନା କରିଥିଲେ। ବିଶେଷକରି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ଉକ୍ତ ରାସ୍ତା କେବେ ନିର୍ମାଣ ହୋଇଥିଲା, ଏଥିନିମନ୍ତେ ସରକାରୀ ସ୍ତରରେ କେତେ ଅନୁଦାନ ଆସିଥିଲା, ସେସବୁ ପଚାରି ବୁଝିଥିଲେ। ପରେ ଉକ୍ତ ଟିମ୍‌ ଫେରି ଯାଇଛନ୍ତି। ଏ ନେଇ ଭିଜିଲାନ୍ସ ବିଭାଗ ସହ ଆମ ପ୍ରତିନିଧି ଯୋଗାଯୋଗ କରିବାର ଅଧିକାରୀ କହିଥିଲେ, ୨୦୨୧ରେ ଏକ ଅଭିଯୋଗ ଆଧାରରେ ତଦନ୍ତ କରାଯାଉଛି। ରାସ୍ତା ମାପଚୁପ କରିବା ସହ କେତେ ରାସ୍ତା ନିର୍ମାଣ ହୋଇଛି, କେଉଁ ବିଭାଗରୁ ଅର୍ଥ ଖର୍ଚ୍ଚ ହୋଇଛି ଏହାର କାଗଜପତ୍ର ତଦନ୍ତ କରାଯାଉଛି। ଦରକାର ପଡିଲେ ପୁଣି ସେ ସ୍ଥାନ ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ମାର୍ଚ୍ଚରେ ଗୋପାଳପ୍ରସାଦ ଗ୍ରାମରେ ଏମ୍‌ଜିଏନ୍‌ ଆରଇଜିଏସ୍‌ ଯୋଜନାରେ ଗୋଟିଏ ରାସ୍ତାକୁ ଦେଖାଇ ୨୧ ଥର ଫଲସ୍‌ ବିଲ୍‌ ସହ ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ପୂର୍ବରୁ ଜିଲାପାଳ ତଦନ୍ତ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେବେ ଦୀର୍ଘଦିନର ନୀରବତା ପରେ ଭିଜିଲାନ୍ସ ବିଭାଗ ଏହାର ତଦନ୍ତ ଦାୟିତ୍ୱ ନେଇଥିବାରୁ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋହେଲାରୁ ମିଳିଲା ପୁଳାପୁଳା ଟଙ୍କା: ଚାଲିଛି ତନାଘନା, ଜଣେ ଅଟକ

ସୋହେଲା,୩ା୫(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ଛକରେ ଯାଞ୍ଚବେଳେ ପୋଲିସ ଏକ ଟାଟା ସୁମୋ ଗାଡ଼ି(ନମ୍ବର- ସିଜି୦୪ଏଚପି ୭୯୫୯)ରୁ ସାଢ଼େ ୭ଲକ୍ଷ ଟଙ୍କା...

ପ୍ରାର୍ଥୀ ବଦଳ ପରମ୍ପରା ବଜାୟ ରହିଲା

ଯାଜପୁର/ରସୁଲପୁର(ହର୍ଷବର୍ଦ୍ଧନ ବେହେରା/ରଞ୍ଜିତ ରାଉତ),୩ା୫:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ବଦଳ ପରମ୍ପରାକୁ ବଜାୟ ରଖିଛନ୍ତି। ଏହାବାଦ ଗୁରୁବାର ଏହି ଆସନ...

ମତଦାନ ପୂର୍ବରୁ ବଢୁଛି ନାମାଙ୍କନ ତାତି

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୦ତାରିଖ ମତଦାନ ଗ୍ରହଣ ହେବ। ବର୍ତ୍ତମାନ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ପ୍ରାର୍ଥିଙ୍କ ନାମାଙ୍କନ ଦାଖଲ...

୩ ସୂଚନା ଅଧିକାରୀଙ୍କ ଆଗୁଆ ଜାମିନ ଖାରଜ

କଟକ,୩ା୫ (କାର୍ତ୍ତିକ ସାହୁ): ସୂଚନା ଅଧିକାରର ମିଥ୍ୟା ତଥ୍ୟ ପ୍ରଘଟ କରିବା ମହଙ୍ଗା ପଡ଼ିଲା। ୩ ସୂଚନା ଅଧିକାର କର୍ମୀଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ...

ଓଭରହେଡ୍‌ କେବୁଲ ତାର ମୁକ୍ତ ଅଭିଯାନ ବାଟବଣା

ରାଉରକେଲା,୩ା୫(ବିପ୍ଲବ ରଞ୍ଜନ ଦାଶ): ସ୍ମାର୍ଟ ସିଟି ରାଉରକେଲା ଓଭରହେଡ୍‌ କେବୁଳ ମୁକ୍ତ ସହର ହେବ ବୋଲି ନିଷ୍ପତ୍ତି ନିଆଗଲା। ମାତ୍ରା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ...

ଜରାଜୀର୍ଣ୍ଣ ଅବସ୍ଥାରେ ପାନ୍ଥଶାଳା

ଧାମନଗର,୩।୫(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଏନ୍‌ଏସି ଅଧୀନ ଜୟନଗର ଛକଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାନ୍ଥଶାଳା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କୌଣସି ପର୍ଯ୍ୟଟକଙ୍କ...

ମାଡ଼ି ଚାଲିଛି ଶିମିଳିପାଳ ନିଆଁ

ବାରିପଦା,୩ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ପାରଦ ସୀମା ଲଂଘୁଥିବା ବେଳେ ଅଣାୟତ୍ତ ହୋଇପଡ଼ିଛି ଶିମିଳିପାଳ ନିଆଁ। ପ୍ରତିଦିନ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଓ ଦକ୍ଷିଣ...

ଶୁକ୍ରବାର ରାହୁଲ, ଶନିବାର ନବୀନଙ୍କ ପ୍ରଚାର

ରାୟଗଡ଼ା,୩।୫(ଆଶିଷ ରଞ୍ଜନ ପଣ୍ଡା):କଂଗ୍ରେସ ନିଜ ଗଡ଼କୁ ଫେରିପାଇବା ପାଇଁ ଲାଗିଥିବାବେଳେ ବିଜେଡି ଗଡ଼ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି। ତେବେ ୨୦୧୯ ସାଧାରଣ ନିର୍ବାଚନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri