ଯନ୍ତ୍ରୀ, ଜନ୍ତାବାଇରେ ବିଏସ୍‌ଏଫ୍‌ ଏଡିଜି

ଚିତ୍ରକୋଣ୍ଡା,୨୧ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ଯନ୍ତ୍ରୀ ଓ ଯୋଡ଼ାମ୍ବ ପଞ୍ଚାୟତକୁ ବିଏସ୍‌ଏଫ୍‌ ଏଡ଼ିଜି ଅନୁରାଗ ଗର୍ଜ ଗସ୍ତ କରି ମାଓବାଦୀ ଦମନ ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରି ସମୀକ୍ଷା କରିଛନ୍ତି। ଏଡିଜି ଗର୍ଜଙ୍କ ଏହା ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ପ୍ରଥମ ଗସ୍ତ। ମଙ୍ଗଳବାର ପୂର୍ବାହ୍ନ ସାଢେ ୧୧ଟାରେ ସେ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଯନ୍ତ୍ରୀଠାରେ ଥିବା ବିଏସ୍‌ଏଫ୍‌ କ୍ୟାମ୍ପ ହେଲିପ୍ୟାଡରେ ପହଞ୍ଚତ୍ଥିଲେ। ସେଠାରେ ନବମ ବାଟାଲିୟନ ପକ୍ଷରୁ ଏଡିଜିଙ୍କୁ ସ୍ବାଗତ କରାଯାଇଥିଲା। ମାଓବାଦୀ ଦମନ ନେଇ ଏଡିଜି ଗର୍ଗ ଯନ୍ତ୍ରୀ ବିଏସ୍‌ଏଫ୍‌ କ୍ୟାମ୍ପରେ ରଣନୀତି ପ୍ରସ୍ତୁତ କରିବା ସହ ବିଏସ୍‌ଏଫ୍‌ର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ବିଏସ୍‌ଏଫ ଆଇଜି ଡିକେ ଶରଣ, ଡିଆଇଜି (ଅପରେଶନ) ଆଖିଲେଶ୍ୱର ସିଂ, ଡିଆଇଜି ଗୋଇନ୍ଦା ବିପୁଳ ବୀର ଗୁସେନ, ବିଏସ୍‌ଏଫ୍‌ ଆଇଜି ଏସ.କେ. ସିହ୍ନା ଅଂଶଗ୍ରହଣ କରିଥିଲେ। ପରେ ଏଡିଜି ଯନ୍ତ୍ରୀ ଓ ଜନ୍ତାବାଇ କ୍ୟାମ୍ପରେ କାର୍ଯ୍ୟରତ ଯବାନଙ୍କ ସହ ମିଶି ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ପଞ୍ଚାୟତର ଲୋକଙ୍କ ସହ ମଧ୍ୟ ଏହି ଅବସରରେ ସେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଳରେ ବୁଡ଼ି ଶିଶୁପୁତ୍ରର ଜୀବନ ଗଲା

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଶୁଆକାଟି ମୁଣ୍ତାସାହିର ଲିଟୁ ମୁଣ୍ତାଙ୍କ ଏକମାତ୍ର ପୁଅ ବାଦଲ(୪)ର ନାଳରେ ବୁଡ଼ି ମୃତ୍ୟୁ ହୋଇଛି। ଶନିବାର...

ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ

କୋରାପୁଟ/ନାରାୟଣପାଟଣା,୨୦ା୪(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକର ଡିମିଟିଗୁଡ଼ାରେ ଶନିବାର ଅପରାହ୍ନରେ ବଜ୍ରପାତ ଘଟି ଗ୍ରାମର ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ଜଣାଯାଇଛି।...

ଭୋଟ୍‌ ଲାଳସାରେ ରାଜନୈତିକ ଚାପ, ଛୁଟିଦିନରେ ବି ସ୍କୁଲରେ ଚାଲିଛି ଭୋଜିଭାତ

ସରଣ୍ଡା,୨୦ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନରେ ନିର୍ବାଚନ ଆଉ ମାସେ ରହିଲା। ଆସନ୍ତା ମେ’  ୨୦ରେ ଏଠାରେ ନିର୍ବାଚନ...

ମୋହନଙ୍କ ପ୍ରାର୍ଥିତ୍ୱ ରଦ୍ଦ, ବିନୋଦ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଘୋଷଣା ହେବାର କିଛି ଦିନ ପରେ ଶନିବାର ଏଆଇସିସି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ନାମ ପରିବର୍ତ୍ତନ କରି...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

ଜଙ୍ଗଲରେ ନିଆଁ: ସହରମୁହାଁ ଭାଲୁ, ଧରିବା ପାଇଁ ବନ ବିଭାଗ ନାକେଦମ୍‌

କୋରାପୁଟ,୨୦ା୪(ଅମିତାଭ ବେହେରା): ବର୍ତ୍ତମାନ କୋରାପୁଟର ବିଭିନ୍ନ ଜଙ୍ଗଲରେ ଲୋକେ ନିଆଁ ଲଗାଇଥିବା ବେଳେ ଏଥିଯୋଗୁ ଜଙ୍ଗଲରେ ଥିବା ବନ୍ୟପ୍ରାଣୀ ଏବେ ଖାଦ୍ୟ ଅନ୍ବେଷଣରେ ସହରମୁହାଁ ହେଉଥିବା...

ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri