ମଣ୍ଡିରୁ ଉଠୁନି ଧାନ, ରାସ୍ତାକୁ ଓହ୍ଲାଇଲେ ଚାଷୀ

କୋଷାଗୁମୁଡ଼ା, ୨୧।୧୨(ଡି.ଏନ୍‌.ଏ.): ଚଳିତ ବର୍ଷ ଆରମ୍ଭରୁ ଦେଖାଦେଇଛି ଖରିଫ ଧାନମଣ୍ଡିରେ ଅବ୍ୟବସ୍ଥା। ପ୍ରଥମ ଦିନରୁ ଧାନମଣ୍ଡିରେ ଅଚଳାବସ୍ଥା। ଉଠିପାରିନାହିଁ ମଣ୍ଡିରୁ ଚାଷୀଙ୍କ ଧାନ। ବିଭାଗ ମିଲର୍ସଙ୍କୁ ସୁହାଇଲା ଭଳି ଧାନ ବିକ୍ରି ପାଇଁ ଚାଷୀଙ୍କୁ ବାଧ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ଚାଷୀ। କୁଇଣ୍ଟାଲ ପିଛା ୫ରୁ ୬ କି.ଗ୍ରା. କଟ୍‌ନିକୁ ବିରୋଧକରି ୨ଦିନ ହେବ ମଣ୍ଡିରେ ପଡ଼ିରହିଛି ଚାଷୀଙ୍କ ଧାନ। କଟ୍‌ନି ଛଟ୍‌ନିକୁ ନେଇ ଚାଷୀ ମିଲର୍ସ ମୀମାଂସା ନ ହୋଇ ଦେଖାଦେଇଛି ବିବାଦ। ଫଳ ସ୍ବରୂପ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ବଡ଼ଆମ୍ବଡ଼ା ଚାଷୀ।
କୋଷାଗୁମୁଡ଼ା ଲ୍ୟାମ୍ପ୍‌ସ ଅଧୀନ ବଡ଼ଆମ୍ବଡ଼ା ମଣ୍ଡିରେ ସପ୍ତାହର ସୋମବାର ଓ ମଙ୍ଗଳବାର ବଡ଼ଆମ୍ବଡ଼ା, ସାନଆମ୍ବଡ଼ା, ବିଞ୍ଜିଲି, ଉକିଆପାଲି ପଞ୍ଚାୟତର ଚାଷୀମାନଙ୍କ ଧାନ ବିକ୍ରି ପାଇଁ ଧାର୍ଯ୍ୟ କରାଯାଇଛି। ସୋମବାର ୧୭୧ ଚାଷୀଙ୍କ ମୋଟ ୧୫୨୫୦ ପ୍ୟାକେଟ ଧାନ ବିକ୍ରି ପାଇଁ ବଡ଼ଆମ୍ବଡ଼ା ମଣ୍ଡିରେ ପଡ଼ିଥିଲା। ଚାଷୀମାନଙ୍କୁ ମିଲର୍ସମାନେ ଧାନର ମାନ ଏଫ୍‌ଏକ୍ୟୁ ନ ଥିବା କହି କଟ୍‌ନି ଛଟ୍‌ନି ବାବଦରେ କୁଇଣ୍ଟାଲ ପିଛା ୫ରୁ ୬ କିଲୋ କାଟିବାକୁ କହିଥିଲେ। ଚାଷୀମାନେ ୨ କିଲୋ କଟ୍‌ନି ପାଇଁ ରାଜି ହୋଇଥିଲେ ମଧ୍ୟ ମିଲର୍ସମାନେ ଏଥିରେ ରାଜି ହୋଇ ନ ଥିଲେ। ଏନେଇ ଚାଷୀ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ମଧ୍ୟ ବିଭାଗୀୟ ଅଧିକାରୀ ଚାଷୀଙ୍କୁ ସହଯୋଗ କରିବା ପରିବର୍ତ୍ତେ ମିଲର୍ସଙ୍କୁ ସୁହାଇବା ଭଳି ପଦକ୍ଷେପ ଗ୍ରହଣ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଧାନବିକ୍ରି ପାଇଁ ମିଲର୍ସ ଓ ଚାଷୀଙ୍କ ମଧ୍ୟରେ କୌଣସି ମୀମାଂସା ହୋଇ ନ ପାରି ବାଧ୍ୟହୋଇ ସମସ୍ତ ଚାଷୀ କୋଷାଗୁମୁଡା-ବରଗାଁ ରାସ୍ତାକୁ ଓହ୍ଲାଇ ଦିନ ୧୧ଟାରୁ ଅବରୋଧ କରିଥିଲେ। ଅପରାହ୍ନରେ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଦୁର୍ଗା ମାଝି ଓ ବ୍ଲକ ଯୋଗାଣ ନିରୀକ୍ଷକ ରାଜେଶ ଶବର, ବଡ଼ଆମ୍ବଡା ଫାଣ୍ଡି ପୋଲିସ ଘଟଣାସ୍ଥଳକୁ ଯାଇ ଧାନର ମାନ ପ୍ରଥମେ ବିଶ୍ଳେଷଣ କରିବା ପରେ ବିକ୍ରି ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବହୁ ବୁଝାଶୁଝା କରିଥିଲେ। ପରେ ଚାଷୀମାନେ ରାସ୍ତାରୁ ହଟିଯାଇଥିଲେ। ପରେ ଚାଷୀମାନଙ୍କ ଧାନର ମାନ ମଧ୍ୟ ପରୀକ୍ଷା କରିଥିଲେ। ଏବେ ଯାଏ କିନ୍ତୁ ଧାନମଣ୍ଡିରେ ରହିଛି। ଚାଲିଥିବା ଅବ୍ୟବସ୍ଥା ଯଦି ଶୀଘ୍ର ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ଚାଷୀ ବଡ଼ଧରଣର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri