ଛ’ଦେଶରେ ପଡୁନାହିଁ ବିକାଶ ଛାଇ

ଢେଙ୍କାନାଳ ଅଫିସ, ୨୧।୧୨: ବିଧାନସଭା କ୍ଷେତ୍ର ପୁନଃ ନିର୍ଦ୍ଧାରଣ ପରେ ଢେଙ୍କାନାଳ ଜିଲାର ଛ’ଦେଶ ଅଞ୍ଚଳକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ନିର୍ବାଚିତ ଜନପ୍ରତିନିଧିମାନେ ପ୍ରଶାସନ ନିକଟରେ ଠିକ୍‌ ଭାବେ ସମସ୍ୟା ଉପସ୍ଥାପନ କରିପାରୁନାହାନ୍ତି। ଫଳରେ ୧୬ ପଞ୍ଚାୟତର ବହୁ ଲକ୍ଷ ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ସଦର ଉପଖଣ୍ଡ ଛ’ଦେଶ ଆଇନଜୀବୀ ଫୋରମ୍‌ ପକ୍ଷରୁ କୁହାଯାଇଛି। ଏପରି ଅବହେଳାକୁ ବରଦାସ୍ତ କରାଯିବନାହିଁ। ଏଥିପ୍ରତି ଗୁରୁତ୍ୱ ନ ଦେଲେ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ସଦର ବ୍ଲକର ୧୨ ଏବଂ ଓଡ଼ାପଡ଼ା ବ୍ଲକର ୪ ପଞ୍ଚାୟତକୁ ନେଇ ପରିବ୍ୟାପ୍ତ ଛ’ଦେଶ ଜିଲାର ଅନ୍ୟତମ ଜନବହୁଳ ଏହି ଅଞ୍ଚଳ। ତେବେ ବିଧାନସଭା କ୍ଷେତ୍ର ପୁନର୍ଗଠନ ପରଠାରୁ ଏହା ଅଣଦେଖାର ଶିକାର ହୋଇରହିଛି। ଏ ଦିଗରେ ରାଜନୈତିକ ଦଳ କିମ୍ବା ନିର୍ବାଚିତ ପ୍ରତିନିଧି ଦୃଷ୍ଟି ଦେଉ ନ ଥିବାରୁ ବିକାଶ କାର୍ଯ୍ୟ ଧିମେଇଯାଇଥିବା ଆଇନଜୀବୀମାନେ କହିଛନ୍ତି। ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଅଞ୍ଚଳବାସୀ ସ୍ବାସ୍ଥ୍ୟଗତ, ପ୍ରଶାସନିକ କାର୍ଯ୍ୟ ପାଇଁ ସଦର ଓ ଓଡ଼ାପଡ଼ା ବ୍ଲକ ଉପରେ ନିର୍ଭରଶୀଳ। ଭାପୁରଠାରେ ପ୍ରାକ୍‌ ସ୍ବାଧୀନତା ସମୟରୁ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଥିବା ଚିକିତ୍ସାଳୟକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ମିଳୁନାହିଁ। ଲୋକମାନେ ଜନ୍ମମୃତ୍ୟୁ ପ୍ରମାଣପତ୍ର ପାଇଁ ବେଲଟିକିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଓଡ଼ାପଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ଅଞ୍ଚଳର ଜୀବନରେଖା ସାପୁଆ ନଦୀ ପୋତି ହୋଇଗଲାଣି। ଏହା ଉପରେ ନିର୍ଭରଶୀଳ ଚାଷୀ ଜୀବିକା ହରାଇବାକୁ ବସିଲେଣି। ବ୍ୟସ୍ତବହୁଳ ପୁରୁଣା କଟକ-ସମ୍ବଲପୁର ରାସ୍ତା ଏହି ଅଞ୍ଚଳ ଦେଇ ଯାଇଥିବାବେଳେ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ପୁରାତନ ଫାଣ୍ଡିର ହାତଗଣତି କର୍ମଚାରୀଙ୍କ ପକ୍ଷେ ଆଇନଶୃଙ୍ଖଳା ଜଗିବା କାଠିକର ପାଠ ହେଉଛି। ତଥାପି ଉକ୍ତ ଫାଣ୍ଡିକୁ ଥାନା ମାନ୍ୟତା ଦିଆଯାଉନାହିଁ। ୧୬ ପଞ୍ଚାୟତବାସୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଛ’ଦେଶକୁ ବ୍ଲକ ମାନ୍ୟତା ଦେବାକୁ ବିଭିନ୍ନ ସମୟରେ ଦାବି ହେଉଛି। ହେଲେ ସ୍ଥାନୀୟ ଜନପ୍ରତିନିଧିଙ୍କ ଅଣଦେଖା ଯୋଗୁ ଏହି ଦାବି ସରକାରଙ୍କ ନିକଟରେ ଠିକ୍‌ ଭାବେ ପହଞ୍ଚତ୍ପାରୁନାହିଁ। ଏଭଳି ଏକାଧିକ ସମସ୍ୟା ବିଷୟରେ ଛଦେଶ ଆଇନଜୀବୀ ପରିଷଦ ପକ୍ଷରୁ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଏହାର ପ୍ରତିବାଦରେ ଜନଆନ୍ଦୋଳନ କରାଯିବ। ଏଥିସହିତ ଆଗାମୀ ସାଧାରଣ ନିର୍ବାଚନରେ ଅଞ୍ଚଳରୁ ଉପଯୁକ୍ତ ପ୍ରାର୍ଥୀ ଚୟନ କରାଯିବ ବୋଲି ଗତ ରବିବାର ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି।
ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାରମ୍ଭରେ ଦିବଂଗତ ଆଇନଜୀବୀ ପଦ୍ମଚରଣ ଧଳ, ବଳରାମ ପଣ୍ଡାଙ୍କ ସ୍ମୃତିଚାରଣ କରାଯାଇଥିଲା। ଏଥିସହ ଛଦେଶ ଆଇନଜୀବୀ ଫୋରମ୍‌ର ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଥିଲା। ନୂତନ ସଭାପତି ଭାବେ ଆଇନଜୀବୀ ଭାବଗ୍ରାହୀ ପଣ୍ଡା, ଉପସଭାପତି ବିଶ୍ୱଜିତ୍‌ ଆର୍ଯ୍ୟେନ୍ଦୁ ଜେନା, ବିନୟ ସାହୁ, ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା, ସହକାରୀ ସମ୍ପାଦକ ହରେକୃଷ୍ଣ ଦାସ, କୋଷାଧ୍ୟକ୍ଷ ଭାବେ ସ୍ବଦେଶ ରଞ୍ଜନ ଖୁଣ୍ଟିଆଙ୍କୁ ଚୟନ କରାଯାଇଛି। ଉପଦେଷ୍ଟା ମଣ୍ଡଳୀରେ ପତିତପାବନ ମହାପାତ୍ର, ଗୋକୁଳକୃଷ୍ଣ ମହାପାତ୍ର, ଅର୍ଜୁନ ମୋହନ ସାହୁ ସ୍ଥାନ ପାଇଛନ୍ତି। ସେହିପରି କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଦୁର୍ଗାଚରଣ ମାଝି, ଚକ୍ରଧର ପଣ୍ଡା, ହରିହର ପଣ୍ଡା, ଲକ୍ଷ୍ମୀଧର ପଣ୍ଡାଙ୍କୁ ମନୋନୀତ କରାଯାଇଛି। ନୂତନ କର୍ମକର୍ତ୍ତାମାନେ ସମସ୍ୟାର ସମାଧାନ କରିବା ଲାଗି ଉଦ୍ୟମ କରିବେ ବୋଲି ପ୍ରତିଜ୍ଞାବଦ୍ଧ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri