ଆମ ଜିଲା ଖବର

ପଦ୍ମଶ୍ରୀ ରଞ୍ଜନା ଗୌହରଙ୍କୁ ‘ସପ୍ତଶଯ୍ୟା ସମ୍ମାନ’

ଢେଙ୍କାନାଳ ଅଫିସ, ୨୫।୧୨: ସାଂସ୍କୃତିକ ଅନୁଷ୍ଠାନ ‘ଦେବାଂଶୀ ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମରେ ଶନିବାରଠାରୁ ଆରମ୍ଭ ହୋଇଛି ‘ସପ୍ତଶଯ୍ୟା ମହୋତ୍ସବ’। ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂଦେଓ, ରାଣୀ ସାବିତ୍ରୀ ଦେବୀ ଅତିଥି ଭାବେ ଯୋଗଦେଇ ଏହାକୁ…

ଖତଖାଉଛି ଏଲ୍‌ଆଇ ପଏଣ୍ଟ

ପାରଳାଖେମୁଣ୍ଡି,୨୫ା୧୨(ଡି.ଏନ୍‌.ଏ.): ଗଜପତି ଜିଲାରେ ଉଠା ଜଳସେଚନ ବିଭାଗର ବେପରୁଆ ପଣର ବହୁ ଦୃଷ୍ଟାନ୍ତ ଦେଖିବାକୁ ମିଳୁଥିବା ବେଳେ ଏହାର ନମୂନା ଗୋଷାଣୀ ବ୍ଲକ ଜଙ୍ଗଲପାଡୁ ଗ୍ରାମଠାରେ ମଧ୍ୟ ଦେଖିବାକୁ ମିଳିଛି। ଚାଷୀ ତଥା ଗ୍ରାମବାସୀଙ୍କ କହିବା ମୁତାବକ ଚାଷ ଜମିରେ ଜଳ…

ଜମିିରେ ପଚୁଛି ବିଲାତି: ଶାଗମାଛ ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି ଚାଷୀ

କେନ୍ଦୁଝର,୨୫ା୧୨: କେନ୍ଦୁଝର ଜିଲାରେ ବିଲାତିର ଅଭାବୀ ବିକ୍ରି ଦେଖାଯାଇଛି। ଚାଷୀ ଉଚିତ ମୂଲ୍ୟ ପାଉ ନ ଥିବାରୁ ଚିନ୍ତାରେ ରହିଛନ୍ତି। ଚାଷ ଭଲ ହୋଇଥିଲେ ମଧ୍ୟ ଚାଷୀ ସକାଳୁ ବେପାରୀଙ୍କୁ ଅପେକ୍ଷା କରି ଜମିରେ ବସି ରହୁଛନ୍ତି। ମାତ୍ର କମ୍‌ ଦରରେ…

ମଣ୍ଡି ଖୋଲିବାରେ ବିଳମ୍ବ,ଦଲାଲ ହେଉଛନ୍ତି ମାଲାମାଲ

ଧାମନଗର, ୨୫।୧୨(ସ୍ବ.ପ୍ର.): ଚଳିତ ବର୍ଷ ଧାନ ଅମଳ ସରିବାକୁ ବସିଥିଲେ ମଧ୍ୟ ପ୍ରଶାସନ ମଣ୍ଡି ଖୋଲିବାକୁ ନେଇ ଅହେତୁକ ବିଳମ୍ବ କରି ଚାଲିଛି। ଫଳରେ ଚାଷୀମାନେ ଦଲାଲମାନଙ୍କୁ କମ୍‌ ଦରରେ ଧାନ ବିକ୍ରି କରି ଆର୍ଥିକ କ୍ଷତି ସହୁଛନ୍ତି। ଯେ, ଚଳିତବର୍ଷ…

ହାତୀ ଉପଦ୍ରବ: ସହାୟତା ଦାବି କଲେ ଅଧ୍ୟକ୍ଷା

କେନ୍ଦୁଝର,୨୪ା୧୨(ସ୍ବ.ପ୍ର.): ଝୁମ୍ପୁରା ବ୍ଲକ ନିଶ୍ଚିନ୍ତପୁର ପଞ୍ଚାୟତର ଅମ୍ଳାନିଗୋଡ଼ା ଗ୍ରାମରେ ହାତୀ ଉପଦ୍ରବ ଜାରି ରହିଛି। ହାତୀମାନେ ଘର ଭାଙ୍ଗିବା ସହ ଫସଲ, ଘରର ଆସବାବପତ୍ର ନଷ୍ଟ କରୁଥିବାରୁ ଲୋକମାନେ ଚିନ୍ତାରେ ରହିଛନ୍ତି ସେମାନଙ୍କ ପାଖାପାଖି ୧୫ ହଜାର ଟଙ୍କା ମଧ୍ୟ ଦଳାଚକଟା…

ରାୟଗଡ଼ାରେ ଆଉ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ

ରାୟଗଡ଼ା,୨୪ା୧୨(ସ୍ବ.ପ୍ର.) ରାୟଗଡ଼ାଠାରେ ରୁଷୀୟ ପର୍ଯ୍ୟଟକ ଭ୍ଲାଡିମିର ବିଦାନୋଭଙ୍କ ଗୁରୁବାର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିବାବେଳେ ଶନିବାର ହୋଟେଲ ପାର୍ଶ୍ୱ ନୂତନ କୋଠା ନିକଟରୁ ତାଙ୍କର ଅନ୍ୟ ଜଣେ ସାଥୀ ପର୍ଯ୍ୟଟକଙ୍କ ମୃତଦେହ ଠାବ ହୋଇଛି। ସେ ହେଲେ ଆଣ୍ଟୋଭ ପାଭେଲ(୬୫)। ହୋଟେଲ…

ମନ୍ଦିର କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଜବତ

କେନ୍ଦୁଝର,୨୪ା୧୨(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ବଡ଼ଶାସନଠାରେ ଥିବା ବାଲୁଙ୍କେଶ ମହେଶ ମନ୍ଦିରରେ କାମ କରୁଥିବା ଜଣେ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଶନିବାର ଜବତ କରିଛି। ତାଙ୍କ ନାମ ଗୋପାଳ ନାୟକ(୫୫)। ତାଙ୍କ ଘର ବୀରବରପୁର ପାଟଣା ସାହିରେ ବୋଲି…

ବଡ଼ଦିନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଦାରିଙ୍ଗବାଡ଼ି,୨୪ା୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ବଡ଼ଦିନ ପାଳନ ପାଇଁ ସମସ୍ତ ପ୍ରାର୍ଥନା ଗୃହ ସମେତ ଚର୍ଚ୍ଚରେ ସାଜସଜ୍ଜା କରାଯାଇଛି। ରାତିରେ ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ସ୍ବାଗତ କରାଯିବା ପାଇଁ ବାଇବେଲ୍‌ ପଠନ, ସାମୁହିକ ପ୍ରାର୍ଥନା, ସଂଗୀତ ଭଜନ ଗାନ କରିବା ସହ ଶାନ୍ତି…

ମହାଲିଙ୍ଗରେ କ୍ରାଇମବ୍ରାଞ୍ଚ ଟିମ୍‌: ଗୋବିନ୍ଦ ସାହୁଙ୍କ ଘର, କଲେଜରେ ଚାଲିଛି ତଦନ୍ତ

ଭବାନୀପାଟଣା,୨୪ା୧୨(ସ୍ବ.ପ୍ର.): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିଥିଲେ। ଗୋବିନ୍ଦଙ୍କ ପରିବାର ଲୋକେ ଏହାକୁ ହତ୍ୟା ଅଭିଯୋଗ ଆଣିଥିଲେ। ଏହି ଘଟଣାକୁ ନେଇ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଟିମ୍‌ ଘଟଣାର ତଦନ୍ତ କରୁଥିବା…

ଡଷ୍ଟ୍‌ବିନ୍‌ ଭାଙ୍ଗିଦେଲେ, ଗନ୍ଧରେ ଫାଟି ପଡୁଛି ନାକ

କେନ୍ଦୁଝର,୨୪ା୧୨(ସ୍ବ.ପ୍ର.): କେନ୍ଦୁଝର ପୌରପାଳିକା ଅଞ୍ଚଳରେ ନିର୍ମାଣ ହୋଇଥିବା କଂକ୍ରିଟ ଡଷ୍ଟବିନ ଭାଙ୍ଗି ଦିଆଯାଇଛି। ଗାଡ଼ିରେ ସିଧାସଳଖ ଘରଗୁଡ଼ିକର ମଇଳା ଆବର୍ଜନା ସଂଗ୍ରହ କରାଯିବ। ଏଭଳି ଆଶା ଦେଖାଇ ଭାଙ୍ଗିଦେବା ପରେ ଏବେ ଉକ୍ତ ସ୍ଥାନଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଗାଡ଼ି ଘର…

ଧାନ ଚୋରି କରି କୋର୍ଟ ଚାଲାଣ

ଆନନ୍ଦପୁର,୨୪ା୧୨(ସ୍ବ.ପ୍ର.): ଧାନ ଚୋରି ଅଭିଯୋଗରେ ଆନନ୍ଦପୁର ପୋଲିସ ଶନିବାର ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବାଉଁଶଗଡ଼ ଗ୍ରାମର ଘନଶ୍ୟାମ ବାଗସିଂ ଓ ନାରାୟଣ ପାତ୍ର ମିଳିତ ଭାବେ ୪୦ ବସ୍ତା ଧାନ ସେହି ଗ୍ରାମର ଶରତ ପାତ୍ରଙ୍କ…

ସମୁଦ୍ରରେ ଓଲଟିଲା ଡଙ୍ଗା, ୫ ଗୁରୁତର

ପାରାଦୀପ,୨୪ା୧୨(ସ୍ବ.ପ୍ର.): ଶନିବାର ପାରାଦୀପ ସମୁଦ୍ରରେ ଡଙ୍ଗା ଓଲଟି ପଡ଼ିବାରୁ ୫ ମତ୍ସ୍ୟଜୀବୀ ଗୁରୁତର ହୋଇଛନ୍ତି। ଡଙ୍ଗା ଓଲଟି ପଡ଼ିବା ପରେ ଲହଡ଼ିରେ ଭାସି ଯାଇ ପଥର ଚଟାଣରେ ମାଡ଼ ହେବାରୁ ମତ୍ସ୍ୟଜୀବୀଙ୍କ ମୁଣ୍ଡ ଓ ଶରୀରରେ ଆଘାତ ଲାଗିଛି। ଗୁରୁତର ମତ୍ସ୍ୟଜୀବୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?