ରାୟଗଡ଼ାରେ ଆଉ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ

ରାୟଗଡ଼ା,୨୪ା୧୨(ସ୍ବ.ପ୍ର.)

ରାୟଗଡ଼ାଠାରେ ରୁଷୀୟ ପର୍ଯ୍ୟଟକ ଭ୍ଲାଡିମିର ବିଦାନୋଭଙ୍କ ଗୁରୁବାର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିବାବେଳେ ଶନିବାର ହୋଟେଲ ପାର୍ଶ୍ୱ ନୂତନ କୋଠା ନିକଟରୁ ତାଙ୍କର ଅନ୍ୟ ଜଣେ ସାଥୀ ପର୍ଯ୍ୟଟକଙ୍କ ମୃତଦେହ ଠାବ ହୋଇଛି। ସେ ହେଲେ ଆଣ୍ଟୋଭ ପାଭେଲ(୬୫)। ହୋଟେଲ ଛାତରୁ ପଡ଼ି ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଏହାପରେ ଘଟଣା ଅଧିକ ରହସ୍ୟମୟ ହୋଇଛି।
ଗୁରୁବାର ରାୟଗଡ଼ା ସହରସ୍ଥିତ ସାଇ ଇଣ୍ଟରନ୍ୟାଶନାଲ ହୋଟେଲରେ ରହୁଥିବା ଭ୍ଲାଡିମିରଙ୍କର ଅସୁସ୍ଥ ହୋଇ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ତାଙ୍କ ପରିବାର ଲୋକେ ଶନିବାର ରାୟଗଡ଼ାରେ ପହଞ୍ଚିବା ପରେ ମୃତଦେହ ସତ୍କାର କରାଯିବା କାର୍ଯ୍ୟକ୍ରମ ରହିଥିଲା। ହେଲେ ପରିବାର ଲୋକେ ପହଞ୍ଚି ନ ଥିଲେ। ଫଳରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭ୍ଲାଡିମିରଙ୍କ ବ୍ୟବଚ୍ଛେଦ କରାଯିବା ପରେ ପୋଲିସ ଏବଂ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ସୁନୀଲ ଖରାଙ୍କ ଉପସ୍ଥିତିରେ ମୃତଦେହ ସତ୍କାର ପାଇଁ ସିିରିକଣା ଶ୍ମଶାନକୁ ନିଆଯାଇଥିଲା। ଭ୍ଲାଡିମିରଙ୍କ ସାଙ୍ଗରେ ଆସିଥିବା ଆଣ୍ଟୋଭ ଏବଂ ଅନ୍ୟ ୨ ପର୍ଯ୍ୟଟକ ତାଙ୍କର ସତ୍କାର କରି ଫେରିଥିଲେ। ସନ୍ଧ୍ୟାରେ ଆଣ୍ଟୋଭଙ୍କ ସନ୍ଧାନ ନ ପାଇ ଟୁରିଷ୍ଟ ଗାଇଡ୍‌ ଜିତେନ୍ଦ୍ର ସିଂ ତାଙ୍କୁ ଖୋଜାଖୋଜି କରିବା ପରେ ହୋଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ବହୁ ଖୋଜାଖୋଜି ପରେ ଆଣ୍ଟୋଭଙ୍କ ମୃତଦେହ ହୋଟେଲ ପାର୍ଶ୍ୱ କୋଠା ନିକଟରେ ଦେଖିବାକୁ ମିଳିଥିଲା। ଟାଉନ ଥାନା ଆଇଆଇସି ରଶ୍ମିରଞ୍ଜନ ପ୍ରଧାନ, ଏସ୍‌ପି ବିବେକାନନ୍ଦ ଶର୍ମା ଏବଂ ଏସ୍‌ଡିପିଓ ଦେବଜ୍ୟୋତି ଦାସ ପହଞ୍ଚି ଆଣ୍ଟୋଭଙ୍କୁ ଆମ୍ବୁଲାନ୍ସରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଚାଲିଥିବାବେଳେ ଆଣ୍ଟୋଭ ୩୦ ଫୁଟ ଉପରୁ ପଡ଼ିଥିବା ସୂଚନା ମିଳିଛି।
ତେବେ ଭ୍ଲାଡିମିର୍‌ ଏବଂ ଆଣ୍ଟୋଭ ବାଲ୍ୟ ବନ୍ଧୁ ହୋଇଥିବାରୁ ସେ ମାନସିକ ଦୁଶ୍ଚିନ୍ତାରେ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ଏଥିରେ ଅନ୍ୟ କିଛି ରହସ୍ୟ ରହିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହେବ ବୋଲି ଏସ୍‌ପି ଶର୍ମା କହିଛନ୍ତି। ସୂଚନାଯୋଗ୍ୟ, ଭ୍ଲାଡିମିର, ଆଣ୍ଟୋଭଙ୍କ ସମେତ ୪ ପର୍ଯ୍ୟଟକ ଏବଂ ଟୁରିଷ୍ଟ ଗାଇଡ୍‌ ଡିସେମ୍ବର ୨୧ ତାରିଖରେ ରାୟଗଡ଼ା ବୁଲିବାକୁ ଆସିଥିଲେ। ତେବେ ଭ୍ଲାଡିମିରଙ୍କ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବାବେଳେ ପୁଣି ସାଥୀ ପର୍ଯ୍ୟଟକଙ୍କ ମୃତ୍ୟୁ ସନ୍ଦେହ ବଢ଼ାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri