ମହାଲିଙ୍ଗରେ କ୍ରାଇମବ୍ରାଞ୍ଚ ଟିମ୍‌: ଗୋବିନ୍ଦ ସାହୁଙ୍କ ଘର, କଲେଜରେ ଚାଲିଛି ତଦନ୍ତ

ଭବାନୀପାଟଣା,୨୪ା୧୨(ସ୍ବ.ପ୍ର.): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିଥିଲେ। ଗୋବିନ୍ଦଙ୍କ ପରିବାର ଲୋକେ ଏହାକୁ ହତ୍ୟା ଅଭିଯୋଗ ଆଣିଥିଲେ। ଏହି ଘଟଣାକୁ ନେଇ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଟିମ୍‌ ଘଟଣାର ତଦନ୍ତ କରୁଥିବା ବେଳେ ଶନିବାର ଗୋବିନ୍ଦ ସାହୁଙ୍କ ଗାଁ ମହାଲିଙ୍ଗରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍‌।

ସୂଚନା ଅନୁଯାୟୀ, ଗୋବିନ୍ଦ  ଆତ୍ମହତ୍ୟା କରିଥିବା ସମୟରେ ତାଙ୍କ ଜ୍ୟାକେଟରୁ ଗୋଟିଏ ସୁସାଇଡ୍‌ ନୋଟ୍‌ ବାହାରିଥିବା ଜଣାପଡ଼ିଥିଲା। ଏହି ନୋଟ୍‌ରେ କାହା ହାତଲେଖା ରହିଛି, ତାହା ସେ ନିଜେ ଲେଖିଥିଲେ ନା ଆଉ କିଏ ଲେଖିଥିଲା; ତାହାକୁ ନେଇ ସୁସାଇଡ୍‌ ନୋଟ୍‌ରେ ଥିବା ହାତଲେଖାକୁ ମ୍ୟାଚ୍‌ କରିବା ପାଇଁ ଆଜି କ୍ରାଇମବ୍ରାଞ୍ଚ ଡିଏସ୍‌ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ପ୍ରଥମେ ମହାଲିଙ୍ଗ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ସେମାନେ ଅନେକ ଦିଗକୁ ନେଇ ତଦନ୍ତ କରୁଥିବା ଜଣାପଡ଼ିଛି। କଲେଜରେ ପହଞ୍ଚି ପରିଚାଳନା କମିଟିର ସମ୍ପାଦକ କିରଣ କୁମାର ସିଂ ଓ ଭାରପ୍ରାପ୍ତ ଅଧ୍ୟକ୍ଷ ଜୟଦେବ ମିଶ୍ରଙ୍କ ସହିତ ଆଲୋଚନା କରିବା ପରେ ହାତଲେଖା ମ୍ୟାଚ କରିବା ପାଇଁ କଲେଜରୁ ଗୋଟିଏ ରେଜିଷ୍ଟର ଜବତ କରିଥିଲେ। ପରେ ଗୋବିନ୍ଦଙ୍କ ଘରକୁ ଯାଇଥିଲେ। ଗୋବିନ୍ଦଙ୍କ ପରିବାର ସହିତ ଦୀର୍ଘ ଘଣ୍ଟା ଆଲୋଚନା କରିବା ପରେ ଘରେ ଥିବା ଅନେକ କାଗଜପତ୍ର ଯାଞ୍ଚ କରିବା ପରେ ଘରୁ ମଧ୍ୟ ଗୋବିନ୍ଦଙ୍କ ଏକ ହାତ ଲେଖା ଡାଏରୀ ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ୍‌। ଯାହା ସୂଚନା ରହିଛି କି, ସୁସାଇଡ ନୋଟ୍‌ ସହିତ ତାଙ୍କ ହାତ ଲେଖା ମ୍ୟାଚ୍‌ କରିବା ପାଇଁ ଡାଏରୀ ଜବତ କରିଥିବା ମୃତ ଗୋବିନ୍ଦଙ୍କ ଭାଇ ସନ୍ତୋଷ ଓ କଲେଜ ସମ୍ପାଦକ କିରଣ କୁମାର ସିଂ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri