ସହର ଉପକଣ୍ଠରେ ଗୋଠଛଡ଼ା ଦନ୍ତା
ବାରିପଦା ଅଫିସ,୨୭ା୧୨: ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠରେ ସୋମବାର ସକାଳେ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ସୃଷ୍ଟି କରିଥିଲା। ବାରିପଦା ରେଞ୍ଜ ଅଧୀନ ଭୁଗୁଡ଼ାକଟା ଓ ଦାମୋଦରପୁର ଦେଇ ଯାଇଥିବା ୧୮ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏହି ଦନ୍ତା ବୁଲୁଥିଲା।…
ବିଦ୍ୟାଳୟରୁ କମ୍ପ୍ୟୁଟର ନେଇଗଲେ ଶିକ୍ଷୟିତ୍ରୀ
ପାଟଣା,୨୭ା୧୨(ସ୍ବ.ପ୍ର.): ବଡ଼ଦିନ ଦିନ ପାଇଁ ବିଦ୍ୟାଳୟ ଗୁଡ଼ିକ ଛୁଟି ରହିଛି। ଏହାର ସୁଯୋଗ ଦେଇ ରୋଷ୍ଟର ଦାୟିତ୍ୱରେ ଥିବା ଜଣେ କ୍ଲାସିକାଲ ଶିକ୍ଷୟିତ୍ରୀ କମନ ରୁମ୍ରୁ କମ୍ପ୍ୟୁଟର ମନିଟର, ସିଲିଙ୍ଗ ଫ୍ୟାନ ଖୋଲି ନେଇଯାଇଥିଲେ। ପରେ ପରିଚାଳନ କିମିଟି ବୈଠକରେ ଦୋଷ…
ଶିଶୁଙ୍କ ଡାଇପରରୁ ମିଳିଲା ଲୁଟ୍ ଅଳଙ୍କାର
ସୋର, ୨୭ା୧୨(ଡି.ଏନ.ଏ.): ଏକ ବସ୍ ଭିତରେ ଲୁଟ ହୋଇଥିବା ଅଳଙ୍କାର ଶିଶୁଙ୍କ ଡାଇପରରୁ ମିଳିବା ଘଟଣାରେ ଅଟକ ଥିବା ୨ ମହିଳାଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ଏହାସହ ୨ ନାବାଳିକାଙ୍କୁ ସୋର ପୋଲିସ ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଛି। ଭଦ୍ରକ ଜିଲା…
ଦାରିଙ୍ଗବାଡ଼ିରେ ଶୀତ ଗାଏବ
ଦାରିଙ୍ଗବାଡି,୨୭।୧୨(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ହଠାତ ଶୀତ ଗାଏବ ହୋଇଛି। ଦିନରେ ଖରା ଏବଂ ଗରମ ବଢୁଛି। ମଙ୍ଗଳବାର ପ୍ରାୟ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇ ଦାରିଙ୍ଗବାଡିରେ ସର୍ବନିମ୍ମ ୧୨ ଡିଗ୍ରୀ ତାପମାତ୍ରା ରହିଥିବା ବିଡ଼ିଓ ଗଦାଧର ପାତ୍ର…
ଟ୍ରକ ପଛକୁ ଧକ୍କା ଦେଲା ଆମ୍ବୁଲାନ୍ସ: ଜଣେ ମୃତ, ୫ ଗୁରୁତର
ବାଲେଶ୍ୱର ଅଫିସ:୨୭।୧୨: ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥ ଆମ୍ବଳିଅଠା ନିକଟରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ପଛକୁ ଏକ ଆମ୍ବୁଲାନ୍ସ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ଜଣ ଗୁରୁତର ଆହତ ହୋଇଛନ୍ତି।…
ଡିଭାଇଡର ଭାଙ୍ଗି ପେଟ୍ରୋଲ ପମ୍ପକୁ ରାସ୍ତା
କେନ୍ଦୁଝର,୨୭ା୧୨(ସ୍ବ.ପ୍ର.):କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ପିପିଳିଆ ନିକଟରେ ଏନ୍ଏଚ୍ ୨୦ କଡ଼ରେ ଥିବା ଏକ ପେଟ୍ରୋଲ ପମ୍ପକୁ ଗାଡ଼ି ଚଳାଚଳ ପାଇଁ ଜାତୀୟ ରାଜପର ୨୦ର ମେଡିଆନ (ଡିଭାଇଡର)କୁ ଭାଙ୍ଗି ଦିଆଯାଇଛି। ଏହା ଦ୍ୱାରା ଜାତୀୟ ରାଜପଥର ଲକ୍ଷାଧିକ ଟଙ୍କା…
ଜମି ରହୁଛି ବନ୍ୟାପାଣି, ଚାଷୀ କ୍ଷତିଗ୍ରସ୍ତ
ଯାଜପୁର ଅଫିସ/ପ୍ରୀତିପୁର (ଡି.ଏନ.ଏ.),୨୭ା୧୨:ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଞ୍ଚଳର ଅଧିକାଂଶ ଚାଷୀ ପ୍ରାୟ ପ୍ରତିବର୍ଷ ଛୋଟବଡ଼ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହେଉଛନ୍ତି। ଏଥିଯୋଗୁ ଚାଷୀମାନଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେବା ସହ ପାରିବାରିକ ଅଶାନ୍ତି ବଢ଼ିବାରେ ଲାଗିଛି। ବନ୍ୟା ଜଳ ନିଷ୍କାସନର…
ତଟକ୍ଷୟ: ବିପଦରେ ନାଶୀ-୨, ହାବେଳିଖଟି, ଏକକୁଳା
କେନ୍ଦ୍ରାପଡ଼ା ଅଫିସ, ୨୭ା୧୨:କେନ୍ଦ୍ରାପଡ଼ା ଜିଲାରେ ତଟକ୍ଷୟ ଏବେ ଚିନ୍ତାଜନକ ସ୍ଥିତିରେ ଅଛି। ଜିଲାର ୪୮ କିଲୋମିଟର ତଟ ମଧ୍ୟରୁ ୨୮ କି.ମି. ଅଞ୍ଚଳରେ ସମୁଦ୍ର ମାଡି ଆସୁଛି। ପୂର୍ଣ୍ଣିମା, ଅମାବାସ୍ୟା ତିଥିରେ ସମୁଦ୍ର ଲୁଣା ବନ୍ଧ ଡେଇଁ ଚାଷକୁ କ୍ଷତି କରୁଛି।…
ଚିନାବାଦାମ ଚାଷୀଙ୍କୁ ବିହନ, କୃଷି ଯନ୍ତ୍ରପାତି ମିଳୁନି
ମହାକାଳପଡ଼ା,୨୭ା୧୨(ଡି.ଏନ.ଏ.):କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି। ହେଲେ କୃଷି ବିଭାଗର ଅନେକ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚତ୍ ପାରୁନି ବୋଲି ବହୁ ଚାଷୀ ଅଭିଯୋଗ କରିଛନ୍ତି। ବିଭାଗୀୟ…
ଫାଷ୍ଟଫୁଡ୍ ଖାଦ୍ୟରେ ରାସାୟନିକ ଦ୍ରବ୍ୟ
ପଟ୍ଟାମୁଣ୍ଡାଇ, ୨୭ା୧୨(ସ୍ବ.ପ୍ର.):ପଟ୍ଟାମୁଣ୍ଡାଇ ସହରବାସୀଙ୍କ କ୍ଷେତ୍ରରେ ଫାଷ୍ଟଫୁଡ୍ର ଆଦର ବୃଦ୍ଧି ପାଇବାରେ ଲାଗିଛି, ଯାହାକୁ ନେଇ ସହରର ସାହି ଛକଠାରୁ ଆରମ୍ଭ କରି ମୁଖ୍ୟ ଛକରେ ମଧ୍ୟ ମାଳ ମାଳ ଫାଷ୍ଟଫୁଡ୍ ଦୋକାନ ଗଢ଼ିଉଠିଛି। ବିଶେଷକରି କରୋନା ପରେ କଟକଣା କୋହଳ ହେବାରୁ…
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼: ୯ ଛାତ୍ରୀ ଅସୁସ୍ଥ
ପୁରୀ ଅଫିସ, ୨୭ା୧୨:ଶ୍ରୀମନ୍ଦିରରେ ସୋମବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ପ୍ରାୟ ୭୦ଜଣ ଛାତ୍ରୀଙ୍କ ମଧ୍ୟରୁ ୯ରୁ ଊର୍ଦ୍ଧ୍ୱ ଛାତ୍ରୀ ଭିଡ଼ ଯୋଗୁ ବାଇଶିପାହାଚ ନିକଟରେ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଜିଲା…
ଏସ୍ସିବିରେ ହୃତ୍ପିଣ୍ଡ ପ୍ରତିରୋପଣ ପାଇଁ ପ୍ରସ୍ତୁତି
କଟକ ଅଫିସ, ୨୭ା୧୨:ଏସ୍ସିବି ମେଡିକାଲରେ ହୃତ୍ପିଣ୍ଡ ପ୍ରତିରୋପଣ ପାଇଁ ସରକାରୀ ଭାବେ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ରୋଗୀଙ୍କ ପଞ୍ଜୀକରଣ ଲାଗି କାର୍ଡିଓଲୋଜି ବିଭାଗରେ ସ୍ବତନ୍ତ୍ର ଭାବେ ଏକ ହାର୍ଟ ଫେଲ୍ୟୁଅର କ୍ଲିନିକ ଆସନ୍ତା ୨୯ ତାରିଖଠାରୁ କାର୍ଯ୍ୟାରମ୍ଭ କରିବ…

