ବିଦ୍ୟାଳୟରୁ କମ୍ପ୍ୟୁଟର ନେଇଗଲେ ଶିକ୍ଷୟିତ୍ରୀ

ପାଟଣା,୨୭ା୧୨(ସ୍ବ.ପ୍ର.): ବଡ଼ଦିନ ଦିନ ପାଇଁ ବିଦ୍ୟାଳୟ ଗୁଡ଼ିକ ଛୁଟି ରହିଛି। ଏହାର ସୁଯୋଗ ଦେଇ ରୋଷ୍ଟର ଦାୟିତ୍ୱରେ ଥିବା ଜଣେ କ୍ଲାସିକାଲ ଶିକ୍ଷୟିତ୍ରୀ କମନ ରୁମ୍‌ରୁ କମ୍ପ୍ୟୁଟର ମନିଟର, ସିଲିଙ୍ଗ ଫ୍ୟାନ ଖୋଲି ନେଇଯାଇଥିଲେ। ପରେ ପରିଚାଳନ କିମିଟି ବୈଠକରେ ଦୋଷ ସ୍ବୀକାର କରି ସାମଗ୍ରୀ ଫେରାଇ ଥିଲେ। କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ୍‌ କପୁଣ୍ଡି ପଞ୍ଚାୟତ ଖଜୁରୀଡ଼ିହାରେ ଥିବା ଏମ୍‌ଜିଏମ ସରକାରୀ ଉଚ୍ଚ ବିଦ୍ୟାଳୟ ଏଭଳି ଘଟଣା ଘଟିଛି। ଘଟଣାର ଫଟୋ ଓ ଭିଡିଓ ଭାଇରାଲ ପରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ, ଗତ ଶୁକ୍ରବାର ରୋଷ୍ଟର ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ସୁନିତା ଜେନା ଶିକ୍ଷକଙ୍କ କମନ୍‌ ରୁମରୁ ୩ ମନିଟର ଓ ୧ ଫ୍ୟାନ୍‌ ଖୋଲି ନେଇଯାଇଥିଲେ। ସମସ୍ତ ଦୃଶ୍ୟ ବିଦ୍ୟାଳୟର ସିସି ଟିଭିରେ କଏଦ ହୋଇଥିଲା। ଏ ନେଇ ଶନିବାର ବିଦ୍ୟାଳୟ ପରିଚାଳନା କମିଟି (ଏସ୍‌ଏମ୍‌ଡିସି) ସଭାପତି ମନୋହର ମହାନ୍ତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏଥିରେ ୱାର୍ଡ ମେମ୍ବର ହରେକୃଷ୍ଣ ମହାନ୍ତ, ଶିକ୍ଷାବିତ୍‌ ହଳଧର ମହାନ୍ତ ଓ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଶିକ୍ଷୟିତ୍ରୀ ଦୋଷ ସ୍ବୀକାର କରି ଏକ ଅଣ୍ଡର ଟେକିଂ ଲେଖି ନେଇଥିବା ସାମଗ୍ରୀ ଫେରାଇଥିଲେ। ମାତ୍ର ଏନେଇ କୌଣସି ଅଭିଯୋଗ ହୋଇ ନ ଥିବାରୁ ଶିକ୍ଷା ବିଭାଗ ଚୋରି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏ ନେଇ ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ପଚାରିବାରୁ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସାରାଣୀ ସେଠୀଙ୍କୁ ତଦନ୍ତ କରି ରିପୋର୍ଟ ଦେବା ପାଇଁ କୁହାଯାଉଛି। ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ସମ୍ପୃକ୍ତ ଶିକ୍ଷୟିତ୍ରୀ କହିଛନ୍ତି, ଚୋରି କଥା ମିଛ, ସମାଗ୍ରୀ ସବୁ ଅନ୍ୟ ଏକ ସ୍କୁଲକୁ ନିଆ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସ୍‌ ଆତଙ୍କ: ପତିରାଜପୁର ମେଳା ବନ୍ଦ କରିବାକୁ ନିର୍ଦ୍ଦେଶ

ଖଇରା,୧୫।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ଐତିହାସିକ ପତିରାଜପୁର ମେଳା ଚାଲିବାର ମାତ୍ର ୫ଦିନ ଅତିକ୍ରାନ୍ତ ହୋଇଛି। କରୋନା ଭାଇରସ୍‌ ଆତଙ୍କ ଲାଗି ପ୍ରଶାସନ ପକ୍ଷରୁ ମେଳା...

ଗୋଷ୍ଠୀ ସଂଘର୍ଷରେ ୨ଜଣଙ୍କ ଜୀବନ ଗଲା

ବଲାଙ୍ଗୀର ଅଫିସ/ଦେଓଗାଁ, ୨୩।୧: ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ ଜରାସିଂହା ଗ୍ରାମରେ ଶନିବାର ଅପରାହ୍ନରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା...

କରୋନା ପ୍ରତିକାର: ବିଶୋଧନ ହେଲା ସାକ୍ଷୀଗୋପାଳ ମନ୍ଦିର , ବଜାର

ସାକ୍ଷୀଗୋପାଳ,୧୪।୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣରୁ ଦୁରେଇ ରହିବା ନିମନ୍ତେ ସାଧାରଣ ଲୋକ ଚଳାଚଳ କରୁଥିବା ସ୍ଥାନକୁ ବିଶୋଧନ କରାଯାଇଛି। ମଙ୍ଗଳବାର ସକାଳେ ସ୍ଥାନୀୟ ଆଗ୍ନିଶମ କେନ୍ଦ୍ର...

ସ୍ତ୍ରୀଙ୍କୁ କାଠଫାଳିଆରେ ପିଟି ହତ୍ୟା

ଉଦଳା,୧୫ା୨(ଡ଼ି.ଏନ୍‌.ଏ.)- ତରକାରୀ ଦେବାରେ ବିଳମ୍ବ ହେବାରୁ ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଖଡିକାଶୁଳ ଗ୍ରାମର ଜଣେ ବ୍ୟକ୍ତି ଗୁରୁବାର ତାଙ୍କ ସ୍ତ୍ରୀଙ୍କୁ କାଠଫାଳିଆରେ ପିଟି...

ଯୁବକଙ୍କୁ ହତ୍ୟା ଅଭିଯୋଗ

ଯୋଡ଼ା,୩ା୨(ଡି.ଏନ.ଏ.) କେନ୍ଦୁଝର ଜିଲା ବାମେବାରି ଥାନା ଅଧୀନ ଧନୁର୍ଜୟପୁର ଧୀବର ସାହିର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଗୌରାଙ୍ଗ ପାଢ଼ୀ।...

ଆବର୍ଜନା ଉଠାଇବା ଠେଲା କାବାଡ଼ିଆ ଦୋକାନରେ ବିକ୍ରି ଉଦ୍ୟମ

ନବରଙ୍ଗପୁର,୩।୨(ବି.ପ୍ର.): ନବରଙ୍ଗପୁର ପୌର ସଂସ୍ଥାରେ କାର୍ଯ୍ୟରତ ସାନିଟାରୀ ଏକ୍ସପର୍ଟ ମନୋଜ ଦତ୍ତ ଆବର୍ଜନା ଉଠାଇବା ଠେଲାଗୁଡିକ କାବାଡିଆ ଦକାନରେ ବିକ୍ରି କରିବାକୁ ନେଇଥିଲେ। ଏହାର ଭିଡିଓ...

ସେତୁ ନିର୍ମାଣ କାର୍ଯ୍ୟ ବିଳମ୍ବିତ

କୁତ୍ରା, ୨୦।୧୨(ଡି.ଏନ.ଏ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅଞ୍ଚଳରେ ନିର୍ମାଣ ହେଉଥିବା ସେତୁଗୁଡିକୁ ପରିଦର୍ଶନ କରିବା ସହ ନିର୍ମାଣ ବିଳମ୍ବ ହେଉଥିବା ଯୋଗୁ ବିଭାଗୀୟ ଅଧିକାରୀଙ୍କୁ...

ଅନୁଗୋଳ ଛୁଇଁଲା କରୋନା, ୧୩ ଆକ୍ରାନ୍ତ ଚିହ୍ନଟ

ଅନୁଗୋଳ ଅଫିସ,୧୦।୫: ରାଜ୍ୟରେ ରବିବାର ସକାଳେ ୫୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ଅନୁଗୋଳର ୧୩ କରୋନା ଆକ୍ରାନ୍ତ ରହିଛନ୍ତି। ଏହାପରେ ୨୦ତମ...

Advertisement
Archives

Model This Week