ଏସ୍‌ସିବିରେ ହୃତ୍‌ପିଣ୍ଡ ପ୍ରତିରୋପଣ ପାଇଁ ପ୍ରସ୍ତୁତି

କଟକ ଅଫିସ, ୨୭ା୧୨:ଏସ୍‌ସିବି ମେଡିକାଲରେ ହୃତ୍‌ପିଣ୍ଡ ପ୍ରତିରୋପଣ ପାଇଁ ସରକାରୀ ଭାବେ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ରୋଗୀଙ୍କ ପଞ୍ଜୀକରଣ ଲାଗି କାର୍ଡିଓଲୋଜି ବିଭାଗରେ ସ୍ବତନ୍ତ୍ର ଭାବେ ଏକ ହାର୍ଟ ଫେଲ୍ୟୁଅର କ୍ଲିନିକ ଆସନ୍ତା ୨୯ ତାରିଖଠାରୁ କାର୍ଯ୍ୟାରମ୍ଭ କରିବ ବୋଲି ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ସତ୍ୟନାରାୟଣ ରାଉତରାୟ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ରାଜ୍ୟ ସ୍ବାସ୍ଥ୍ୟ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ପକ୍ଷରୁ ଏ ସମ୍ପର୍କିତ ଏକ ଚିଠି ନିକଟରେ ଏସ୍‌ସିବି ମେଡିକାଲରେ ପହଞ୍ଚତ୍ଥିଲା। ହୃତପିଣ୍ଡ ପ୍ରତିରୋପଣ ନିମନ୍ତେ ରୋଗୀଙ୍କ ପଞ୍ଜୀକରଣ କରିବାକୁ ସ୍ବତନ୍ତ୍ର ଭାବେ ଏକ ହାର୍ଟ ଫେଲ୍ୟୁଅର କ୍ଲିନିକ ସପ୍ତାହରେ ଦୁଇଦିନ ଖୋଲାଯିବାକୁ ଚିଠିରେ ଉଲ୍ଲେଖ ଥିଲା। ତେବେ ଏନେଇ ବିଭିନ୍ନ ଦିଗକୁ ଦୃଷ୍ଟି ଦେଇ ସପ୍ତାହରେ ଗୋଟିଏ ଦିନ ଉକ୍ତ ସ୍ବତନ୍ତ୍ର କ୍ଲିନିକ ଖୋଲାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଏସ୍‌ସିବିର ସିଟିଭିଏସ୍‌ ବିଭାଗରେ ହୃତ୍‌ପିଣ୍ଡ ପ୍ରତିରୋପଣ କରାଯିବ। ଏଥିନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ ଥିବା ସିଟିଭିଏସ୍‌ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା। ତଦନୁଯାୟୀ ରୋଗୀ ପଞ୍ଜୀକରଣ କାର୍ଯ୍ୟ ନିମନ୍ତେ କାର୍ଡିଓଲୋଜି ଆଉଟ୍‌ଡୋର ପରିସରରେ ହାର୍ଟ ଫେଲ୍ୟୁଅର କ୍ଲିନିକ ପାଇଁ ବ୍ୟବସ୍ଥା କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ (ଡିଏମ୍‌ଇଟି)ଙ୍କ ପକ୍ଷରୁ ଏସ୍‌ସିବି ମେଡିକାଲର ଡିନ୍‌ଙ୍କୁ ଅନୁରୋଧ କରାଯାଇଥିଲା। ସିଟିଭିଏସ୍‌ ବିଭାଗ ମୁଖ୍ୟ ପ୍ରଫେସର ଡା. ମନୋଜ ପଟ୍ଟନାୟକ କୁହନ୍ତି, ହାର୍ଟ ଫେଲ୍ୟୁଅର ରୋଗୀଙ୍କଠାରେ ପ୍ରତିରୋପଣ ପାଇଁ ସଦ୍ୟ ମୃତବ୍ୟକ୍ତିଙ୍କଠାରୁ ହୃତପିଣ୍ଡ ସଂଗ୍ରହ କରାଯାଇଥାଏ। ଉକ୍ତ ହୃତ୍‌ପିଣ୍ଡକୁ ଜୀବିତ ଲୋକଙ୍କଠାରେ ପ୍ରତିରୋପଣ ପାଇଁ ଏସ୍‌ସିବିର ସିଟିଭିଏସ୍‌ ବିଭାଗରେ ସମସ୍ତ ପ୍ରକାର ବ୍ୟବସ୍ଥା ଉପଲବ୍ଧ ରହିଛି। ଅନ୍ୟପକ୍ଷରେ କାର୍ଡିଓଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡା. ରାଉତରାୟଙ୍କ କହିବାନୁସାରେ, ହୃତପିଣ୍ଡ ସମସ୍ୟା ଭୋଗୁଥିବା ରୋଗୀମାନେ ପ୍ରତ୍ୟହ ଏସ୍‌ସିବିକୁ ଆସୁଛନ୍ତି। ସେମାନେ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ ପୂର୍ବକ ଚିକିତ୍ସାରେ ରହି ସୁସ୍ଥ ହୋଇପାରୁଛନ୍ତି। ହେଲେ ଯେଉଁ ହୃଦ୍‌ରୋଗୀମାନେ ଔଷଧ ସେବନ ପରେ ବି କୌଣସି ପ୍ରକାର ଆରୋଗ୍ୟ ହୋଇପାରୁନାହାନ୍ତି, ସେମାନଙ୍କୁ ଆବଶ୍ୟକ ପରୀକ୍ଷାନିରୀକ୍ଷା କରାଯିବା ପରେ ହୃତ୍‌ପିଣ୍ଡ ପ୍ରତିରୋପଣ ନିମନ୍ତେ ପଞ୍ଜୀକୃତ କରାଯିବାକୁ ବ୍ୟବସ୍ଥା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୪୫ହଜାର ଟଙ୍କା ଖସିଲାଣି ସୁନାଦର, ଆଗକୁ ଲକ୍ଷେ ତଳକୁ ଖସିବ? ବିଶେଷଜ୍ଞଙ୍କ ବଡ଼ ବୟାନ

ଭୁବନେଶ୍ୱର, ୩୦।୬: ଗତ ପ୍ରାୟ ଏକ ବର୍ଷ ଧରି ସୁନା ବଜାରରେ ଲାଗି ରହିଥିବା ଅପ୍ରତ୍ୟାଶିତ ସୁନାମି ଏବେ ଶାନ୍ତ ପଡ଼ିଛି। ଲଗାତାର ଭାବେ ବୃଦ୍ଧି ପାଇ…

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଜିଲାସ୍ତରୀୟ ସ୍ୱନିଧି ମହୋତ୍ସବ: ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼…

ଛତ୍ରପୁର, ୩୦।୬ (ଦିଲ୍ଲୀପି ସାମଲ): ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱନିଧି (ପିଏମ୍ ସ୍ୱନିଧି) ଯୋଜନାର ୬ ବର୍ଷ ପୂର୍ତ୍ତି…

ପରୋଲ୍‌ରେ ଆସି ଫେରାର ଦୋଷୀ ୯ ବର୍ଷ ପରେ ଗିରଫ: ନାଁ ବଦଳାଇ ଅମୃତସରରୁ କରୁଥିଲେ…

ଭୁବନେଶ୍ୱର, ୩୦।୬: ପରୋଲ୍‌ରେ ଜେଲରୁ ମୁକ୍ତି ପାଇବା ପରେ ଫେରାର ହୋଇଯାଇଥିବା ଜଣେ ଆଜୀବନ କାରାଦଣ୍ଡପ୍ରାପ୍ତ ଦୋଷୀଙ୍କୁ ଦୀର୍ଘ ୯ ବର୍ଷ ପରେ କମିଶନରେଟ୍‌ ପୋଲିସ ଗିରଫ…

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଭଉଣୀ, ଭାଣିଜୀଙ୍କୁ ନେଇ ଯାଉଥିଲେ ମାମୁ: ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା

ବାଲେଶ୍ୱର, ୩୦।୬ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଭିମସାର କର୍ମଚାରୀଙ୍କ ଅଚଳାଚଳ ସମ୍ପତ୍ତି ଠାବ:୧୦ ମୂଲ୍ୟବାନ ପ୍ଲଟ ସହ ବିପୁଳ ଟଙ୍କା

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ ନାମରେ ଆୟବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ…

ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ହତ୍ୟା ଘଟଣା: ପୂର୍ବ ପ୍ରେମିକାଙ୍କୁ ଘରେ ପଶି ମାରିଥିଲେ, ଆସିଲା ବଡ଼ ରାୟ

ଭୁବନେଶ୍ବର,୩୦।୬: ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। କୋର୍ଟ ଅଭିଯୁକ୍ତ ଯାଜପୁରର ଜଗନ୍ନାଥ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri