ଜମି ରହୁଛି ବନ୍ୟାପାଣି, ଚାଷୀ କ୍ଷତିଗ୍ରସ୍ତ

ଯାଜପୁର ଅଫିସ/ପ୍ରୀତିପୁର (ଡି.ଏନ.ଏ.),୨୭ା୧୨:ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଞ୍ଚଳର ଅଧିକାଂଶ ଚାଷୀ ପ୍ରାୟ ପ୍ରତିବର୍ଷ ଛୋଟବଡ଼ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହେଉଛନ୍ତି। ଏଥିଯୋଗୁ ଚାଷୀମାନଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେବା ସହ ପାରିବାରିକ ଅଶାନ୍ତି ବଢ଼ିବାରେ ଲାଗିଛି। ବନ୍ୟା ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା ଅଦ୍ୟାବଧି ହୋଇପାରିନାହିଁ। ଆଜକୁ ପ୍ରାୟ ୧୦ ବର୍ଷ ହେବ ଅରେଇ, ଚିକଣା, ଗୁହାଳି, କହେଣା ରଘୁନାଥପୁର, ବରପଦା, କପିଳା, ମାଂସଡା, ଆଉଁରୀ, ହଳଦୀଢ଼ଇ, ଟିଣା, ପ୍ରୀତିପୁର, ଅଳକୁଣ୍ଡ, ବାଛୋଳ, ଓଳେଇ ଚନ୍ଦନପୁର, ସିଂହପୁର, ଜରି ପ୍ରଭୃତି ପଞ୍ଚାୟତର ଚାଷୀଙ୍କ ଜମିରେ ପାଣି ଜମି ରହୁଛି। ଏଥିଯୋଗୁ ଚାଷୀଙ୍କ ଶତାଧିକ ଏକର ଜମିରେ ଫସଲ ହୋଇପାରୁ ନାହିଁ। ଡ୍ରେନେଜ ବିଭାଗ ପକ୍ଷରୁ ନାଳ ସଫେଇ ଓ ଖୋଳେଇ ନଁାରେ ମିଥ୍ୟା ବିଲ ଭାଉଚର କରି ବାର୍ଷିକ ବିପୁଳ ସରକାରୀ ଅର୍ଥ ଲୁଟ୍‌ କରାଯାଉଛି। ଏଭଳି ଅଭିଯୋଗ ନେଇ ନବନିର୍ମାଣ କୃଷକ ସଂଗଠନର ବିଞ୍ଝାରପୁର ଶାଖା ପକ୍ଷରୁ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ବର୍ଷା ଦିନରେ ନାଳର ବିଭିନ୍ନ ସ୍ଥାନରେ ଧୀବରମାନେ ଆଡ଼ିବନ୍ଧ କରି ମାଛ ଧରୁଥିବାରୁ ପାଣି ନିଷ୍କାସନରେ ସମସ୍ୟା ସୃଷ୍ଟି ହେଉଛି। ବହୁବାର ଧୀବର ଓ ଚାଷୀଙ୍କ ମଧ୍ୟରେ ଗଣ୍ଡଗୋଳ, ମାରପିଟ ହୋଇ ମାମଲା ଥାନା ଓ ତହସିଲ ପର୍ଯ୍ୟନ୍ତ ଯାଇଛି। କିନ୍ତୁ ଚାଷୀଙ୍କ ଜମିରୁ ଇଞ୍ଚେ ହେଲେ ପାଣି ନ କମିବା ଯୋଗୁ ଧାନ ତଥା ଅନ୍ୟ ଅର୍ଥକରୀ ଫସଲ ହୋଇ ପାରୁନାହିଁ। ଏଥିଯୋଗୁ ବିଞ୍ଝାରପୁର ବ୍ଲକର ଅନେକ ହଜାର ଏକର ଜମି ପଡ଼ିଆ ପଡ଼ିଛି। ଏ ସମ୍ପର୍କରେ ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ଡ୍ରେନେଜ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଡାକି ଆସନ୍ତା ଖରିଫ ଋତୁ ପୂର୍ବରୁ ପାଣି ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଉପଯୁକ୍ତ ଭାବେ ନାଳ ଖୋଳେଇବା ପାଇଁ ଭୂମି ଅଧିଗ୍ରହଣ କରି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଏବଂ ନାଉବାଙ୍କ କାମଦେବ ମାହାରା ପର୍ଯ୍ୟନ୍ତ ନାଳ ଖୋଳିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୧ ଓ ୨୦୨୨ ବର୍ଷର ଇନ୍‌ପୁଟ୍‌ ସବ୍‌ସିଡି ଅଦ୍ୟାବଧି ଚାଷୀଙ୍କ ଆକାଉଣ୍ଟକୁ ଛଡ଼ାଯାଇ ନ ଥିବା ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି। ୨ ସପ୍ତାହ ମଧ୍ୟରେ ଆବଶ୍ୟକ ଇନ୍‌ପୁଟ୍‌ ସବ୍‌ସିଡି ଚାଷୀଙ୍କ ଜମାଖାତାକୁ ପଠାଇବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାବାଦ୍‌ ଆଜକୁ ୩ବର୍ଷ ହେବ ସିଂହପୁରଠାରେ ୩୩ କେଭି କ୍ଷମତା ବିଶିଷ୍ଟ ଗ୍ରୀଡ୍‌ ସବ୍‌ଷ୍ଟେସନ ବସିବାକୁ ଅର୍ଥ ମଞ୍ଜୁର କରିଛି। କିନ୍ତୁ କାର୍ଯ୍ୟ ଆରମ୍ଭ ହେଉ ନ ଥିବା ସମ୍ପର୍କରେ ସାମାଜିକ କର୍ମୀ ଭୁବନାନନ୍ଦ ସାମଲ ଲିଖିତ ଅଭିଯୋଗ କରିଥିଲେ। ଏହାର ଶୁଣାଣି କରି ବାଳମୁକୁଳି ସବ୍‌ ଡିଭିଜନର ଟାଟା ପାୱାରର ସହକାରୀ ଯନ୍ତ୍ରୀଙ୍କୁ ଡାକି ଚଳିତ ମାସ ସୁଦ୍ଧା କାର୍ଯ୍ୟ ଆରମ୍ଭ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସହକାରୀ ଯନ୍ତ୍ରୀ ଆସନ୍ତା ଦୁଇ ମାସ ମଧ୍ୟରେ ଓଳେଇଠାରେ ଗ୍ରୀଡ୍‌ ସବ୍‌ଷ୍ଟେଶନର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜିଲାପାଳଙ୍କୁ ପ୍ରତିଶ୍ରୁତିି ଦେଇଥିଲେ। ଏହାଦ୍ୱାରା ଟିଣା, ବାଛୋଳ, ଓଳେଇ ଚନ୍ଦନପୁର, ସିଂହପୁର, ଜରି, ବାଙ୍ଗରା ପ୍ରଭୃତି ପଞ୍ଚାୟତବାସୀ ଲୋ ଭୋଲ୍ଟେଜ ସମସ୍ୟାରୁ ମୁକୁଳି ପାରିବା ସହିତ ସାମାନ୍ୟ ଝଡ଼, ବର୍ଷା ଓ ପବନରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ୍‌ ହେବ ନାହିଁ ବୋଲି ଆଶା କରାଯାଇଛି। ସଂଗଠନର ସଂଯୋଜକ ସନାତନ ସାହୁଙ୍କ ନେତୃତ୍ୱରେ ଭୁବନାନନ୍ଦ ସାମଲ, ରବୀନ୍ଦ୍ର ଜେନା, ଉଦକର ପଲେଇ, ବଳରାମ ବଳ, ଉପେନ୍ଦ୍ର ରାଉତ, ପ୍ରଫୁଲ୍ଲ ରାଉତ, ଧନେଶ୍ୱର ସାମଲ, ଅମୂଲ୍ୟ ଦେବତା, ସୀମାନ୍ତ ପାତ୍ର, ଦୈତାରି ପଣ୍ଡା, କୁଶଭଦ୍ର ପଣ୍ଡା, ସନ୍ତୋଷ ଧଳ, ଜ୍ଞାନେଦ୍ର ବେଉରିଆ, ରବୀନ୍ଦ୍ର ଧଳ ପ୍ରମୁଖ ଜନଶୁଣାଣିରେ ଜିଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri