ଜମି ରହୁଛି ବନ୍ୟାପାଣି, ଚାଷୀ କ୍ଷତିଗ୍ରସ୍ତ

ଯାଜପୁର ଅଫିସ/ପ୍ରୀତିପୁର (ଡି.ଏନ.ଏ.),୨୭ା୧୨:ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଞ୍ଚଳର ଅଧିକାଂଶ ଚାଷୀ ପ୍ରାୟ ପ୍ରତିବର୍ଷ ଛୋଟବଡ଼ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହେଉଛନ୍ତି। ଏଥିଯୋଗୁ ଚାଷୀମାନଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେବା ସହ ପାରିବାରିକ ଅଶାନ୍ତି ବଢ଼ିବାରେ ଲାଗିଛି। ବନ୍ୟା ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା ଅଦ୍ୟାବଧି ହୋଇପାରିନାହିଁ। ଆଜକୁ ପ୍ରାୟ ୧୦ ବର୍ଷ ହେବ ଅରେଇ, ଚିକଣା, ଗୁହାଳି, କହେଣା ରଘୁନାଥପୁର, ବରପଦା, କପିଳା, ମାଂସଡା, ଆଉଁରୀ, ହଳଦୀଢ଼ଇ, ଟିଣା, ପ୍ରୀତିପୁର, ଅଳକୁଣ୍ଡ, ବାଛୋଳ, ଓଳେଇ ଚନ୍ଦନପୁର, ସିଂହପୁର, ଜରି ପ୍ରଭୃତି ପଞ୍ଚାୟତର ଚାଷୀଙ୍କ ଜମିରେ ପାଣି ଜମି ରହୁଛି। ଏଥିଯୋଗୁ ଚାଷୀଙ୍କ ଶତାଧିକ ଏକର ଜମିରେ ଫସଲ ହୋଇପାରୁ ନାହିଁ। ଡ୍ରେନେଜ ବିଭାଗ ପକ୍ଷରୁ ନାଳ ସଫେଇ ଓ ଖୋଳେଇ ନଁାରେ ମିଥ୍ୟା ବିଲ ଭାଉଚର କରି ବାର୍ଷିକ ବିପୁଳ ସରକାରୀ ଅର୍ଥ ଲୁଟ୍‌ କରାଯାଉଛି। ଏଭଳି ଅଭିଯୋଗ ନେଇ ନବନିର୍ମାଣ କୃଷକ ସଂଗଠନର ବିଞ୍ଝାରପୁର ଶାଖା ପକ୍ଷରୁ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ବର୍ଷା ଦିନରେ ନାଳର ବିଭିନ୍ନ ସ୍ଥାନରେ ଧୀବରମାନେ ଆଡ଼ିବନ୍ଧ କରି ମାଛ ଧରୁଥିବାରୁ ପାଣି ନିଷ୍କାସନରେ ସମସ୍ୟା ସୃଷ୍ଟି ହେଉଛି। ବହୁବାର ଧୀବର ଓ ଚାଷୀଙ୍କ ମଧ୍ୟରେ ଗଣ୍ଡଗୋଳ, ମାରପିଟ ହୋଇ ମାମଲା ଥାନା ଓ ତହସିଲ ପର୍ଯ୍ୟନ୍ତ ଯାଇଛି। କିନ୍ତୁ ଚାଷୀଙ୍କ ଜମିରୁ ଇଞ୍ଚେ ହେଲେ ପାଣି ନ କମିବା ଯୋଗୁ ଧାନ ତଥା ଅନ୍ୟ ଅର୍ଥକରୀ ଫସଲ ହୋଇ ପାରୁନାହିଁ। ଏଥିଯୋଗୁ ବିଞ୍ଝାରପୁର ବ୍ଲକର ଅନେକ ହଜାର ଏକର ଜମି ପଡ଼ିଆ ପଡ଼ିଛି। ଏ ସମ୍ପର୍କରେ ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ଡ୍ରେନେଜ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଡାକି ଆସନ୍ତା ଖରିଫ ଋତୁ ପୂର୍ବରୁ ପାଣି ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଉପଯୁକ୍ତ ଭାବେ ନାଳ ଖୋଳେଇବା ପାଇଁ ଭୂମି ଅଧିଗ୍ରହଣ କରି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଏବଂ ନାଉବାଙ୍କ କାମଦେବ ମାହାରା ପର୍ଯ୍ୟନ୍ତ ନାଳ ଖୋଳିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୧ ଓ ୨୦୨୨ ବର୍ଷର ଇନ୍‌ପୁଟ୍‌ ସବ୍‌ସିଡି ଅଦ୍ୟାବଧି ଚାଷୀଙ୍କ ଆକାଉଣ୍ଟକୁ ଛଡ଼ାଯାଇ ନ ଥିବା ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି। ୨ ସପ୍ତାହ ମଧ୍ୟରେ ଆବଶ୍ୟକ ଇନ୍‌ପୁଟ୍‌ ସବ୍‌ସିଡି ଚାଷୀଙ୍କ ଜମାଖାତାକୁ ପଠାଇବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାବାଦ୍‌ ଆଜକୁ ୩ବର୍ଷ ହେବ ସିଂହପୁରଠାରେ ୩୩ କେଭି କ୍ଷମତା ବିଶିଷ୍ଟ ଗ୍ରୀଡ୍‌ ସବ୍‌ଷ୍ଟେସନ ବସିବାକୁ ଅର୍ଥ ମଞ୍ଜୁର କରିଛି। କିନ୍ତୁ କାର୍ଯ୍ୟ ଆରମ୍ଭ ହେଉ ନ ଥିବା ସମ୍ପର୍କରେ ସାମାଜିକ କର୍ମୀ ଭୁବନାନନ୍ଦ ସାମଲ ଲିଖିତ ଅଭିଯୋଗ କରିଥିଲେ। ଏହାର ଶୁଣାଣି କରି ବାଳମୁକୁଳି ସବ୍‌ ଡିଭିଜନର ଟାଟା ପାୱାରର ସହକାରୀ ଯନ୍ତ୍ରୀଙ୍କୁ ଡାକି ଚଳିତ ମାସ ସୁଦ୍ଧା କାର୍ଯ୍ୟ ଆରମ୍ଭ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସହକାରୀ ଯନ୍ତ୍ରୀ ଆସନ୍ତା ଦୁଇ ମାସ ମଧ୍ୟରେ ଓଳେଇଠାରେ ଗ୍ରୀଡ୍‌ ସବ୍‌ଷ୍ଟେଶନର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜିଲାପାଳଙ୍କୁ ପ୍ରତିଶ୍ରୁତିି ଦେଇଥିଲେ। ଏହାଦ୍ୱାରା ଟିଣା, ବାଛୋଳ, ଓଳେଇ ଚନ୍ଦନପୁର, ସିଂହପୁର, ଜରି, ବାଙ୍ଗରା ପ୍ରଭୃତି ପଞ୍ଚାୟତବାସୀ ଲୋ ଭୋଲ୍ଟେଜ ସମସ୍ୟାରୁ ମୁକୁଳି ପାରିବା ସହିତ ସାମାନ୍ୟ ଝଡ଼, ବର୍ଷା ଓ ପବନରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ୍‌ ହେବ ନାହିଁ ବୋଲି ଆଶା କରାଯାଇଛି। ସଂଗଠନର ସଂଯୋଜକ ସନାତନ ସାହୁଙ୍କ ନେତୃତ୍ୱରେ ଭୁବନାନନ୍ଦ ସାମଲ, ରବୀନ୍ଦ୍ର ଜେନା, ଉଦକର ପଲେଇ, ବଳରାମ ବଳ, ଉପେନ୍ଦ୍ର ରାଉତ, ପ୍ରଫୁଲ୍ଲ ରାଉତ, ଧନେଶ୍ୱର ସାମଲ, ଅମୂଲ୍ୟ ଦେବତା, ସୀମାନ୍ତ ପାତ୍ର, ଦୈତାରି ପଣ୍ଡା, କୁଶଭଦ୍ର ପଣ୍ଡା, ସନ୍ତୋଷ ଧଳ, ଜ୍ଞାନେଦ୍ର ବେଉରିଆ, ରବୀନ୍ଦ୍ର ଧଳ ପ୍ରମୁଖ ଜନଶୁଣାଣିରେ ଜିଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?